- ଆଡିଲେଡରେ ୫ଟି ଶତକ ଅର୍ଜନ କରିଛନ୍ତି
- ଟେଷ୍ଟରେ ଅର୍ଜନ କରିଛନ୍ତି ୫୦୯ ରନ୍
ଗତ ୨୦୨୦/୨୧ରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପିଙ୍କ୍ ବଲ୍ ଟେଷ୍ଟକୁ ଭାରତୀୟ କ୍ରିକେଟ୍ ପ୍ରେମୀ ସହଜରେ ପାଶୋରିବା ମୁସ୍କିଲ। ଭାରତ ଉକ୍ତ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ କରି ଅଲ୍ଆଉଟ୍ ହୋଇଥିଲା । ମାତ୍ର ଏବେ ସମୟ ବଦଳିଛି। ଆଉ ଏକ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତ ହେଉଛି । ଏହି ମ୍ୟାଚ ଆରମ୍ଭ ହେବା ସହ ବିରାଟ କୋହଲିଙ୍କ ଉପରେ ସମଗ୍ର ବିଶ୍ୱର ନଜର ରହିବ । କାରଣ କୋହଲି ଏହି ମ୍ୟାଚ୍ ଜରିଆରେ କିଛି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି ।
- ଆଡିଲେଡରେ କୋହଲି ସର୍ବଦା ଦମଦାର ପ୍ରଦର୍ଶନ କରିଛନ୍ତି । ଏଠାରେ ସବୁ ଫର୍ମାଟକୁ ମିଶାଇ କୋହଲି ୧୧ଟି ମ୍ୟାଚ୍ ଖେଳିଛନ୍ତି ଓ ୫ଶତକ, ୪ ଅର୍ଦ୍ଧଶତକ ସହ ୭୩.୬୧ ହାରରେ ମୋଟ୍ ୯୫୭ ରନ୍ ସଂଗ୍ରହ କରିଛନ୍ତି ।
- କୋହଲି ଏଠାରେ ୪ଟି ଟେଷ୍ଟ ଖେଳି ୩ଶତକ ଓ ୧ ଅର୍ଦ୍ଧଶତକ ବଳରେ ୫୦୯ ରନ୍, ୩ଟି ଦିନିକିଆ ଖେଳି ୨ଶତକ ବଳରେ ୨୪୪ ରନ୍ ଓ ୩ଟି ଟି-ଟ୍ୱେଣ୍ଟି ଖେଳି ୩ ଅର୍ଦ୍ଧଶତକ ବଳରେ ୨୦୪ ରନ୍ ସଂଗ୍ରହ କରିଛନ୍ତି ।
- କୋହଲି ଆଉ ଗୋଟିଏ ଶତକ ଅର୍ଜନ କଲେ ସାର୍ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ । ବିଦେଶରେ କୌଣସି ଏକ ଦେଶ ବିପକ୍ଷରେ ସର୍ବାଧିକ ଶତକ ଅର୍ଜନ କରିବାରେ ରେକର୍ଡ ବ୍ରାଡମ୍ୟାନଙ୍କ ନାମରେ ରହିଛି । ସେ ୧୯୩୦ରୁ ୧୯୪୮ ମଧ୍ୟରେ କେବଳ ଇଂଲଣ୍ଡରେ ୧୯ଟି ମ୍ୟାଚ୍ ଖେଳି ୧୧ଟି ଶତକ ଅର୍ଜନ କରିଥିଲେ। କୋହଲି କେବଳ ଅଷ୍ଟ୍ରେଲିଆରେ ୪୩ଟି ମ୍ୟାଚ୍ ଖେଳି ୧୦ଟି ଶତକ ଅର୍ଜନ କରିସାରିଛନ୍ତି ।
- କୋହଲି ପର୍ଥରେ ଶତକ ଅର୍ଜନ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ । ତେନ୍ଦୁଲକର କେବଳ ଶ୍ରୀଲଙ୍କାରେ ୯ଟି ଶତକ ଅର୍ଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍ ହବ୍ସ ଅଷ୍ଟ୍ରେଲିଆରେ ୯ଟି ଶତକ, ସୁନିଲ ଗାଭାସ୍କର ୱେଷ୍ଟ ଇଣ୍ଡିଜରେ ୭ଟି ଶତକ ଓ ଭିଭିଆନ ରିଚାର୍ଡର୍ସ ଇଂଲଣ୍ଡ ବିପକ୍ଷରେ ୮ଟି ଶତକ ଅର୍ଜନ କରିଥିଲେ ।
- କେବଳ ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ କୋହଲି ୨୭୧୦ ରନ୍ ସଂଗ୍ରହ କରିସାରିଛନ୍ତି ।
- previous article:https://purvapaksa.com/yashasvi-jaiswal-needs-283-runs-to-break-sachin-tendulkars-record/