ବଲିଉଡ୍ ଷ୍ଟାର ଭିକି କୌଶଲ ଜଣେ ଫିଟନେସ୍ ଫ୍ରିକ୍। ନିଜକୁ ଫିଟ୍ ରଖିବା ପାଇଁ ସେ ଜିମ୍ ରେ ପ୍ରବଳ ଝାଳ ବୋହିଥାନ୍ତି। ଗତ କିଛି ବର୍ଷ ମଧ୍ୟରେ ସେ ଏକ ମଜଭୁତ ଶରୀର ଗଠନ କରିଛନ୍ତି। ସେ ଅନେକ ସମୟରେ ଜିମ୍ ରେ ବ୍ୟାୟାମ କରୁଥିବାର ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ଏବେ ବିକି କୌଶଲ ସୋସିଆଲ ମିଡିଆରେ ନିଜର ନୂଆ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି ।
ଭିକି କୌଶଲ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ କରିଛନ୍ତି, ଯେଉଁଥିରେ ସେ ପୁଲ ଅପ୍ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ବିକି କୌଶଲ ଧଳା ରଙ୍ଗର ସ୍ଲିଭ୍ଲେସ୍ ଟି-ସାର୍ଟ ସହ କଳା ସ୍ୱେଟ୍ ପ୍ୟାଣ୍ଟ ଏବଂ ବେସ୍ ବଲ୍ କ୍ୟାପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ଅଭିନେତା ଫ୍ରେମକୁ ଆସିବା ମାତ୍ରେ ସେ ୧୦ରୁ ଅଧିକ ପୁଲଅପ୍ କରନ୍ତି ଏବଂ ପରେ ଚାଲିଯାଆନ୍ତି । ବ୍ୟାକଗ୍ରାଉଣ୍ଡରେ କରଣ ଓଜଲାଙ୍କ ଗୀତ ‘ଫାୟାର’ ବାଜିଛି। ଭିକି କୌଶଲଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି ।
ଭିକି ହେଲେ ଛତ୍ରପତି ସମ୍ଭାଜୀ ମହାରାଜ
ଆଜିକାଲି ବିକି କୌଶଲଙ୍କ ପାଖରେ ଅନେକ ବଡ଼ ବଡ଼ ଫିଲ୍ମ ରହିଛି । ତାଙ୍କର ଆଗାମୀ ଫିଲ୍ମର ନାଁ ହେଉଛି ‘ଛୱା’। ଏଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ସମ୍ଭାଜୀଙ୍କ ଜୀବନୀ ଉପରେ ଆଧାରିତ । ରଶ୍ମିକା ମନ୍ଦାନା ବିକି କୌଶଲଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କ ଚରିତ୍ର ହେଉଛି ସମ୍ଭାଜୀ ମହାରାଜଙ୍କ ପତ୍ନୀ ଯଶୁବାଇ ଭୋସଲେଙ୍କ। ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତେକର । ଫିଲ୍ମରୁ ଭିକି କୌଶଲଙ୍କ ଲୁକ୍ ସାମ୍ନାକୁ ଆସିଛି ।
ବଡ଼ ପରଦାରେ ଭଗବାନ ପର୍ଶୁରାମଙ୍କ ଭୂମିକାରେ ନଜର ଆସିବେ ଭିକି କୌଶଲ
ଫିଲ୍ମରେ ଅକ୍ଷୟ ଖାନ୍ନା, ଆଶୁତୋଷ ରାଣା ଏବଂ ଦିବ୍ୟା ଦତ୍ତଙ୍କ ସହ ଭିକି କୌଶଲ ଓ ରଶ୍ମିକା ମନ୍ଦାନା ନଜର ଆସିବେ । ଏହାବ୍ୟତୀତ ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ମହାବତାର’ରେ ସେ ଚିରଞ୍ଜୀବୀ ପର୍ଶୁରାମ ଭୂମିକାରେ ନଜର ଆସିବେ । ନିର୍ମାତା ନିକଟରେ ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ କରିଛନ୍ତି, ଯେଉଁଥିରେ ଭିକି କୌଶଲଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଥିଲା ।
୨୦୨୬ରେ ମୁକ୍ତିଲାଭ କରିବ ‘ମହାବତାର’
‘ମହାବତାର’ର ପୋଷ୍ଟର ସେୟାର କରି ନିର୍ମାତା କ୍ୟାପ୍ସନରେ ଲେଖିଛନ୍ତି ଯେ ଦିନେଶ ବିଜନ ଧର୍ମର ଅନନ୍ତ ଯୋଦ୍ଧାଙ୍କ କାହାଣୀକୁ ଜୀବନ୍ତ କରିଛନ୍ତି। ଅମର କୌଶିକଙ୍କ ନିର୍ଦ୍ଦେଶିତ ମହାବତାରରେ ବିକି କୌଶଲ ଚିରଞ୍ଜୀବୀ ପର୍ଶୁରାମ ଭୂମିକାରେ ଅଭିନୟ କରିଛନ୍ତି। ୨୦୨୬ ରେ ଖ୍ରୀଷ୍ଟମାସ ଅବସରରେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
Also read :https://purvapaksa.com/britain-university-facing-financial-problem/