Veg Omelette: ପ୍ରତିଦିନ ସକାଳେ ଜଳଖିଆ ବା ବ୍ରେକଫାଷ୍ଟରେ କ’ଣ ତିଆରି ହେବ, ଏହା ଏକ ବଡ଼ ପ୍ରଶ୍ନ ପାଲଟି ଥାଏ ।
ପୁଣି ପ୍ରତିଦିନ ଗୋଟିଏ ଜିନିଷ ଖାଇବାକୁ ମଧ୍ୟ ଭଲଲାଗେ ନାହିଁ । ତେବେ ଅପାଙ୍କ ଆମେ କହିବୁ ଆପଣ ଜଳଖିଆ ପାଇଁ କ’ଣ ପ୍ରସ୍ତୁତ କରିବେ ଯାହା ଶୀଘ୍ର ପ୍ରସ୍ତୁତ ହେବା ସହ ସୁସ୍ଥ ଏବଂ ସ୍ଵାଦରେ ମଧ୍ୟ ଭଲ ହୋଇଥିବ ।
ଜଳଖିଆ ପାଇଁ, ଆପଣ ବିନା ଅଣ୍ଡାରେ ଅମଲେଟ୍ ତିଆରି କରିପାରିବେ। ଆଜ୍ଞା ହଁ, ଏହା ଆପଣଙ୍କକୁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଆପଣ ଅଣ୍ଡା ବିନା ମଧ୍ୟ ଓମଲେଟ୍ ତିଆରି କରିପାରିବେ । ଏଥିପାଇଁ ସେଫ ସଞ୍ଜୀବ କପୁର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଅତି ସହଜ ରେସିପି ସେୟାର କରିଛନ୍ତି। ଏଠାରେ ଆମେ ଆପଣଙ୍କୁ ଏହି ରେସିପି ବିଷୟରେ କହୁଛୁ । ଏହାର ସାହାଯ୍ୟରେ, ଆପଣ ତୁରନ୍ତ ସମସ୍ତଙ୍କ ପାଇଁ ସୁସ୍ଥ ଏବଂ ସ୍ୱାଦିଷ୍ଟ ଜଳଖିଆ ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା ଏହାର ଷ୍ଟେପ୍-ଷ୍ଟେପ୍ ପଦ୍ଧତି…
ଆବଶ୍ୟକ ସାମଗ୍ରୀ
୬ଟି ରସୁଣ
୧/୨ ଇଞ୍ଚ ଅଦା
କଞ୍ଚା ଲଙ୍କା
୧/୨ ଭଜା ଜିରା
୫-୬ଟି ପୁଦିନା ପତ୍ର
ତାଜା ଧନିଆ ପତ୍ର
୨କପ୍ ବେଶନ
୧/୨ ଚାମଚ ହଳଦୀ ଗୁଣ୍ଡ
ସ୍ୱାଦ ଅନୁସାରେ ଲୁଣ
ଏକ ଚାମଚ ହିଙ୍ଗ
୧ ଚାମଚ ଚାଟ୍ ମସାଲା
୧/୨ ଚାମଚ ସେଲରି
୧୦୦ ଗ୍ରାମ ପନିର ଏବଂ
୧୦୦ ଗ୍ରାମ ଚିଜ
ପ୍ରସ୍ତୁତି ପ୍ରଣାଳୀ
ଏଥିପାଇଁ ସର୍ବପ୍ରଥମେ ଏକ ମିଶ୍ରଣ ପାତ୍ରରେ ଅଦା, ରସୁଣ, ଜିରା, ଲଙ୍କା, ଧନିଆ ଗୁଣ୍ଡ, ଦୁଇ ଚାମଚ ପାଣି ମିଶାଇ ଏକ ଭଲ ଚଟନୀ ପ୍ରସ୍ତୁତ କରନ୍ତୁ ।
ଏକ ପାତ୍ରରେ ୨ କପ୍ ବେଶନକୁ ଛାଣି ନିଅନ୍ତୁ ଏବଂ ସେଥିରେ ପ୍ରସ୍ତୁତ ଚଟଣୀ ମିଶାନ୍ତୁ।
ଏହା ପରେ, ୨ ଚାମଚ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଏକ ଚାମଚ ହିଙ୍ଗ, ଚାଟ୍ ମସାଲା, ୨ଚାମଚ ଜୁଆଣି ଏବଂ ପାଣି ମିଶାଇ ଭଲ ଭାବେ ମିଶାନ୍ତୁ।
ବର୍ତ୍ତମାନ, ଅନ୍ୟ ଏକ ପାତ୍ରରେ ପନିର ଏବଂ ଚିଜକୁ ଗ୍ରେଟ କରନ୍ତୁ ଏବଂ ଏଥିରେ ଏକ ଚାମଚ ଲୁଣ ମିଶାନ୍ତୁ ।
ଏକ ନନ୍-ଷ୍ଟିକ ପ୍ୟାନକୁ ଗ୍ୟାସରେ ରଖି ଗରମ କରନ୍ତୁ ଏବଂ ପ୍ୟାନଟିକୁ ଭଲ ଭାବରେ ତେଲ ଲଗେଇ ଦିଅନ୍ତୁ ।
ଏହା ପରେ, ପ୍ୟାନରେ ପ୍ରସ୍ତୁତ ମିଶ୍ରଣକୁ ଢାଲନ୍ତୁ ଏବଂ ଏହାକୁ ତେଲ ଲଗାଇ ଉଭୟ ପାର୍ଶ୍ୱରୁ ରାନ୍ଧନ୍ତୁ ।
ବର୍ତ୍ତମାନ, ଏଥିରେ କିଛି ଗ୍ରେଟ କରି ରଖିଥିବା ପନିର୍ ଏବଂ ଚିଜ ମିଶାଇ ଏହାକୁ ଅଧା କରି ଭାଙ୍ଗି ନିଅନ୍ତୁ ।
ଏପରି ଭାବରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବିନା ଅଣ୍ଡାରୁ ତିଆରି ଓମେଲେଟ ।
ଏହି ଓମେଲେଟର ସ୍ୱାଦ ଆପଣଙ୍କ ଘରର ପିଲା ଏବଂ ବୟସ୍କମାନେ ବହୁତ ପସନ୍ଦ କରିବେ । ଏହାକୁ ଆପଣ ଆପଣଙ୍କର ପ୍ରିୟ ଚଟନି ସହିତ ଖାଇ ପାରିବେ ।
ALSO READ: https://purvapaksa.com/kitchen-hacks/