Marriage: ବିବାହ ମଣିଷ ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି।
ବିବାହକୁ ନେଇ ଆମ ସମସ୍ତଙ୍କର ଅନେକ ସ୍ୱପ୍ନ ଥାଏ। ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ । ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର । ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଇ ବିବାହ କରାଯାଏ । ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ । ତେବେ ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବିଳମ୍ବ ବିବାହକୁ ନେଇ କ’ଣ କହେ ବାସ୍ତୁ ।
ଯଦି ଆପଣଙ୍କ ଘରକୁ କିଏ ବିବାହ ପ୍ରସ୍ତାବ ନେଇ ଆସେ ତେବେ ବାସ୍ତୁ ଅନୁଯାୟୀ ତାଙ୍କୁ ଏମିତି ଜାଗାରେ ବସାନ୍ତୁ ଯେଉଁଠୁ ଘରର ମୁଖ୍ୟଦ୍ଵାର ନଜର ଆସୁନଥିବ। ଯେଉଁ ଖଟରେ ଶୋଉଛନ୍ତି ତା ତଳେ ଅଯଥା ଜିନିଷ କିମ୍ବା କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ। ଏହା ବିବାହରେ ବାଧା ସୃଷ୍ଟି କରିଥାଏ।
ମଙ୍ଗଳ ଦୋଷ ଯୋଗୁଁ ମଧ୍ୟ ବିବାହରେ ସମସ୍ୟା ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଦୋଷ ଦୂର କରିବାକୁ କୋଠରୀର ଦ୍ୱାରରେ ଗୋଲାପୀ କିମ୍ବା ହାଲୁକା ନାଲି ରଙ୍ଗ ମାରନ୍ତୁ ।
ନିଜ କୋଠରୀରେ କୌଣସି ଖାଲି ବାସନ କିମ୍ବା ଟାଙ୍କି ରଖନ୍ତୁ ନାହିଁ। ଯଦି ପୂର୍ବରୁ ଥାଏ ତାହେଲେ ତାକୁ ହଟେଇ ଦିଅନ୍ତୁ। ଅଧିକ ଓଜନିଆ ଜିନିଷ ମଧ୍ୟ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଯଦି ଘରର ମୁଖ୍ୟଦ୍ଵାର ସହ ସମ୍ବନ୍ଧିତ କୌଣସି ବାସ୍ତୁଦୋଷ ଥାଏ ତାହେଲେ ବିବାହ ଠିକ କରିବାକୁ ଅନ୍ୟ କୌଣସି ଜାଗା ଚୟନ କରନ୍ତୁ ।
ଶୀଘ୍ର ବିବାହ ପାଇଁ ଅନ୍ୟ ଉପାୟ :
ସୋମବାର ଦିନ ଅଧା କିଲୋ ଚଣା ଡାଲି ଓ ଅଧା ଲିଟର କଞ୍ଚା କ୍ଷୀର ଦାନ କରନ୍ତୁ। ବିବାହରେ ବିଳମ୍ବ ସମସ୍ୟା ଦୂର ହେବ।
ଶନି ଦୋଷ କାରଣରୁ ବିବାହ ବିଳମ୍ବ ହେଉଥିଲେ ଶନିବାର ଦିନ ସୋରିଷ ତେଲରେ ନିଜ ଛାଇ ଦେଖି ଏହାକୁ ଦାନ କରନ୍ତୁ। ଲଗାତାର ୭ଟି ଶନିବାର ଯାଏଁ ଏହି ଉପାୟ କରନ୍ତୁ।
ଯଦି ଯୁବତୀଙ୍କ ବିବାହରେ ବିଳମ୍ବ ହେଉଛି ତେବେ ବିବାହ ହେଉଥିବା କୌଣସି ଯୁବତୀଙ୍କ ହାତରୁ ମେହେନ୍ଦି ଲଗାନ୍ତୁ । ଏହାଦ୍ୱାରା ଶୀଘ୍ର ବିବାହ ହୋଇଥାଏ ।
ALSO READ: https://purvapaksa.com/benefits-of-sun-bath/