Vastu Tips: ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ କି ପାଠ ପଢ଼ିବା ପାଇଁ ଭଲପାଆନ୍ତି ନାହିଁ ।
ଘରେ ଏବଂ ସ୍କୁଲରେ ଅନେକ ଚେଷ୍ଟା ପରେ ମଧ୍ୟ ସେମାନେ ପାଠ ପଢ଼ାରେ ମନ ଦେଇ ପାରନ୍ତି ନାହିଁ । ଯେଉଁଥିପାଇଁ ସେମାନେ ପରୀକ୍ଷାରେ କମ ନମ୍ବର ରଖିବା ସହ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତିରେ କେବଳ ପାଠ ପଢ଼ା ନୁହଁ ଆମକୁ ଆମ ପରିବେଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି, ଯାହାକୁ ଘରେ ରଖିଲେ ପିଲାଙ୍କର ପାଠପଢ଼ାରେ ଉନ୍ନତି ଆସିଥାଏ । ଏହି ଜିନିଷଗୁଡ଼ିକୁ ପିଲାଙ୍କ ପଢ଼ା ଘରେ ରଖିଲେ ତାଙ୍କ ମନ ବିଚଳିତ ନ ହେବା ସହ ସହ ପାଠପଢ଼ାରେ ମଧ୍ୟ ମନ ଲାଗିଥାଏ।
ମୟୂର ପୁଚ୍ଛ ବା ପର:
ଘରେ ମୟୂର ପୁଚ୍ଛ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ । ମୟୂର ପୁଚ୍ଛ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦିଏ ନାହିଁ । ଏହାସହ ଏହାର ଅନେକ ଲାଭ ମଧ୍ୟ ମିଳିଥାଏ । ଏହାକୁ ପିଲାଙ୍କ ପଢ଼ା ଘରେ ରଖିବା ଦ୍ୱାରା ପିଲାମାନେ ପାଠ ପଢ଼ିବା ପାଇଁ ଇଛା କରିବେ।
ସରସ୍ୱତୀ ମୂର୍ତ୍ତି:
ଦେବୀ ସରସ୍ୱତୀ ହେଉଛନ୍ତି ବିଦ୍ୟାର ଦେବୀ। ତେଣୁ ପିଲାଙ୍କ ପାଠ ପଢ଼ା ଘରେ ସରସ୍ୱତୀଙ୍କ ମୂର୍ତ୍ତି ରଖିଲେ ପିଲାଙ୍କୁ ମା’ଙ୍କର ଆର୍ଶୀବାଦ ମିଳିବ ସହ ପାଠପଢ଼ାରେ ଉନ୍ନତି ଆସିଥାଏ । ଯଦି ଆପଣ ଘରେ ସରସ୍ୱତୀଙ୍କ ମୂର୍ତ୍ତି ସହ ତାଙ୍କ ବୀଣା ରଖୁଛନ୍ତି ତେବେ ଘରେ ସୁଖ ଓ ଶାନ୍ତି ଆସିଥାଏ । ପିଲାଙ୍କ କ୍ୟାରିୟର ପାଇଁ ଏହା ବହୁତ ଭଲ ।
ହଂସର ଫଟୋ:
ହଂସ ହେଉଛି ମା ସରସ୍ବତୀଙ୍କ ବାହାନ । ତାଙ୍କ ଫଟୋ କିମ୍ବା ମୂର୍ତ୍ତି ଘରର ଦ୍ଵାର ମୁହଁରେ ରଖିଲେ ଶୁଭ ହୋଇଥାଏ। ହଂସ ଘରେ ସୁଖ, ଶାନ୍ତି ଆଣିଥାଏ । ଏହାକୁ ଲଗେଇବା ଦ୍ୱାରା ଆପଣଙ୍କ ପିଲାଙ୍କ ମନ ଶାନ୍ତ ରହିବ ଏବଂ ପଢ଼ାରେ ମନ ଲାଗିବ ।
ALSO READ: https://purvapaksa.com/shivling-vastu-tips/
ଘରେ ଶିବଲିଙ୍ଗ ରଖିବା ପୂର୍ବରୁ ଜାଣନ୍ତୁ ଏହି ବାସ୍ତୁ ନିୟମ, କେବେ ବି ଆସିବ ନାହିଁ ଦୁଃଖ