Vastu Sastra: ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷ୍ୟତା ରହିଛି । ଯାହା ଆମ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସେହିପରି ଗୋଟିଏ ବିଷୟ ହେଉଛି ଆମ କେଶ ବା ଚୁଟି କାଟିବା । କେଉଁ ବାରରେ ଆମକୁ କେଶ କାଟିବା ଦରକାର, ଏହାକୁ ନେଇ ଏବେ ବି ଦ୍ଵନ୍ଦ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଶ କାଟିବା ଶୁଭ ଅଟେ ।
ପୌରାଣିକ ବିଶ୍ୱାସ ଅନୁଯାୟୀ, ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଏବଂ ବିଶ୍ୱାସ ଅଛି ଯାହା ପ୍ରାଚୀନ କାଳରୁ ପାଳନ କରାଯାଉଛି । ଏହି ବିଶ୍ୱାସ ମଧ୍ୟରୁ ଗୋଟିଏ ହେଉଛି ସପ୍ତାହର କେଉଁ ଦିନ କେଶ କାଟିବା ଉଚିତ । କେଶ କାଟିବା ପାଇଁ ସୋମବାର, ବୁଧବାର ଏବଂ ଶୁକ୍ରବାର ସବୁଠାରୁ ଶୁଭ ଦିନ ଅଟେ ଏବଂ ଅପରପକ୍ଷେ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ କେଶ କାଟିବା ଉଚିତ ନୁହେ । ଏହା ବ୍ୟତୀତ ଅମାବାସ୍ୟା, ପୂର୍ଣ୍ଣିମା ଏବଂ ସୂର୍ଯ୍ୟାସ୍ତ ପରେ ମଧ୍ୟ କେଶ କାଟିବା ଉଚିତ ନୁହେଁ । କାରଣ ଏହା ବ୍ୟକ୍ତିର ସ୍ୱାସ୍ଥ୍ୟ, ଶକ୍ତି ଏବଂ ସମୃଦ୍ଧତା ଉପରେ ପୂର୍ଣ୍ଣ ପ୍ରଭାବ ପକାଇଥାଏ ।
ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ କେଶ କାଟିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଲାଭ ହୋଇଥାଏ ।
ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟରେ ଲାଭ
ସୋମବାରକୁ ଚନ୍ଦ୍ର ଭଗବାନଙ୍କ ଦିନ ଭାବରେ ଦେଖାଯାଏ । ଯାହା ବ୍ୟକ୍ତିର ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ଅଟେ । ତେଣୁ, ସୋମବାର ଦିନ କେଶ କାଟିବା ଦ୍ୱାରା ସପ୍ତାହରେ ଅନେକ ଲାଭ ହୋଇଥାଏ ଯେପରିକି ଚାପ କମିଯାଏ, ପାରିବାରିକ ସମ୍ପର୍କ ମଜବୁତ ରହିଥାଏ ଯେଉଁଥିପାଇଁ ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା କମ ରହିଥାଏ । ଜଣେ ବ୍ୟକ୍ତି ତାଙ୍କର ପୁରା ଦିନକୁ ବିଶ୍ରାମରେ ବିତାଇଥାଏ, ଯାହା ଏହି ଦିନକୁ ସ୍ୱତନ୍ତ୍ର କରିଥାଏ ।
ଆର୍ଥିକ ସମୃଦ୍ଧତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି
ସପ୍ତାହର ବୁଧବାର ଦିନ କେଶ କାଟିଲେ ବ୍ୟକ୍ତିର ଆର୍ଥିକ ସମୃଦ୍ଧତା ବଢ଼ିଥାଏ ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ମଧ୍ୟ ଲାଭ କରିଥାଏ । ଏହି ଦିନ ଭଗବାନ ଗଣେଶଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ, ଯିଏକି ଭିଘ୍ନହର୍ତା ନାମରେ ମଧ୍ୟ ଜଣାଶୁଣା ଏବଂ ଏହି ଦିନ କେଶ କାଟିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି । କେଶ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବାସହ ଏଥିରେ ଚମକ ଆସିଥାଏ । ଏହାସହ ଘରେ କେବେ ବି ଟଙ୍କାର ଅଭାବ ହୋଇନଥାଏ ।
ବୈବାହିକ ଜୀବନ ଏବଂ ବ୍ୟକ୍ତିତ୍ୱରେ ଉନ୍ନତି
ଶୁକ୍ରବାର ଶୁକ୍ର ଗ୍ରହର ଦିନ ଭାବରେ ମଧ୍ୟ ଜଣାଶୁଣା ଏବଂ ଏହି ଦିନ କେଶ କାଟିବା ଦ୍ୱାରା ଜଣେ ବ୍ୟକ୍ତି ନିଜ ଦାମ୍ପତ୍ୟ ଜୀବନକୁ ଖୁସିରେ ବିତାଇଥାଏ । ପରିବାରରେ ସମ୍ମାନ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମଧୁରତା ବଢ଼ିଥାଏ । ବ୍ୟକ୍ତିର ବ୍ୟକ୍ତିତ୍ୱରେ ବହୁତ ଉନ୍ନତି ଆସିଥାଏ ଯେଉଁଥିପାଇଁ ସେ ଯେ କୌଣସି କାର୍ଯ୍ୟ ବହୁତ ଭଲ ଏବଂ ଚମତ୍କାର ଭାବରେ କରିଥାନ୍ତି ।
ALSO READ: https://purvapaksa.com/mahashivratri-astrology/
ମହାଶିବରାତ୍ରି ଅବସରରେ ଏହି ରାଶିମାନେ ପାଇବେ ଶୁଭ ଖବର, ପଢ଼ନ୍ତୁ ଆଜିର ରାଶିଫଳ…