Vastu For Diner: ବାସ୍ତୁ ଶାସ୍ତ୍ରର ଆମ ଜୀବନ ଉପରେ ଅନେକ ପ୍ରଭାବ ରହିଛି ।
ଯାହାକୁ ନ ମାନିଲେ ଏହା ଆମ ଜୀବନରେ ଅନେକ ଖରାପ ପ୍ରଭାବ ପକାଇଥାଏ । ସେହିପରି ରାତ୍ରି ଭୋଜନକୁ ନେଇ ମଧ୍ୟ ବାସ୍ତୁରେ ଅନେକ ନିୟମ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଅଧିକାଂଶ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡ଼ିଥାଏ ।
ଶାସ୍ତ୍ର ଅନୁସାରେ ରାତି ସମୟରେ କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ସହିତ ଶାସ୍ତ୍ର ଅନୁଯାୟୀ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ । ତେବେ ଚାଲନ୍ତୁ ଜଣିବା ବାସ୍ତୁ ଅନୁଯାୟୀ କ’ଣ ରହିଛି ଏହାର ନିୟମ…
ଧାର୍ମିକ ମାନ୍ୟତା ଅନୁସାରେ ରାତ୍ରି ସମୟରେ କ୍ଷୀର ପିଇବା ଉଚିତ୍ କିନ୍ତୁ ରାତିରେ ଦହି ଖାଇବା ଉଚିତ ନୁହେଁ । ରାତିରେ ଦହି ସେବନ କରିବା ଦ୍ୱାରା ଥଣ୍ଡା ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ମଧ୍ୟ ଦଧି ଅନ୍ନ ଖାଇବାକୁ ରାତ୍ରି ସମୟରେ ବାରଣ କରା ଯାଇଥାଏ। କାରଣ ଏହାଦ୍ୱାରା ଧନ ହାନି ହୋଇଥାଏ ।
ଏହା ବ୍ୟତୀତ ଭାତ ,ମୂଳା ଇତ୍ୟାଦି ରାତିରେ ଖାଇବା ଉଚିତ ନୁହେଁ ।
ଭୋଜନ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଆବଶ୍ୟକ । ଅନ୍ୟଥା ଧନ ହାନି ହେବାର ସମ୍ଭାବନା ଥାଏ । ଏହା ସହିତ ଜୋତା ପିନ୍ଧି ମଧ୍ୟ ଖାଇବା ଉଚିତ ନୁହେଁ ।
ଖାଦ୍ୟ ଗ୍ରହଣ କରିବାର ସବୁଠୁ ସଠିକ ସ୍ଥାନ ହେଉଛି ରୋଷେଇ ଘର । କୁହାଯାଏ ଯେ ଏହାଦ୍ୱାରା ରାହୁ ଶାନ୍ତ ହୋଇଥାନ୍ତି ।
ଭୋଜନ କରିବା ପୂର୍ବରୁ ନିଜର ୫ଟି ଅଙ୍ଗ ଯେପରିକି ଦୁଇ ହାତ ,ଦୁଇ ଗୋଡ ଓ ମୁହଁକୁ ଧୋଇବା ଆବଶ୍ୟକ।
ଭୋଜନ ଗ୍ରହଣ କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଗ୍ରହଣ କରିବା ଆବଶ୍ୟକ। ଭୋଜନ ଗ୍ରହଣ କରିବା ପୂର୍ବରୁ ଘର ବାହାରେ ଗାଈ କିମ୍ବା କୁକୁରକୁ ଭୋଜନ ଦେବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ପରିବାରର ରିଷ୍ଟ ଖଣ୍ଡନ ହେବ ।
କଦାପି ଭଙ୍ଗା ବାସନରେ ଭୋଜନ କରିବା ଉଚିତ ନୁହେଁ । ଭୋଜନ କଦାପି ଓସ୍ତ କିମ୍ବା ବରଗଛ ତଳେ କରିବା ଉଚିତ ନୁହେଁ ।
ଭୋଜନର କଦାପି ନିନ୍ଦା କରିବା ଉଚିତ ନୁହେଁ ଓ ଫୋପାଡିବା ଉଚିତ ନୁହେଁ । ଖାଇବା ବେଳେ ଯେଉଁ ଲୋକମାନେ କ୍ରୋଧ କରିଥାନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
ALSO READ: https://purvapaksa.com/kitchen-vastu/