ଆଜି ପବିତ୍ର ବାହୁଡ଼ାଯାତ୍ରା ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ଲେଉଟିବାର ବେଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି। ରଥଯାତ୍ରାରେ ପ୍ରଭୁ ଏକଲା ଯାଆନ୍ତି ନାହିଁ ମହାପ୍ରଭୁଙ୍କ ସହ ରଥରେ ବିରାଜମାନ କରିଥାନ୍ତି ପାର୍ଶ୍ଵଦେବତା। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଜଣ ଲେଖାଏଁ ପାର୍ଶ୍ଵଦେବତା ରହିଥିବା ବେଳେ ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ। ତାଳଧ୍ୱଜ ରଥରେ ବାଇଶି ଭୁଜ ନୃସିଂହ, ପ୍ରଲମ୍ବାରୀ, ଗଜାନ୍ତକ, ଲକ୍ଷ୍ମଣ ଏବଂ ଅଙ୍ଗଦ, କାର୍ତ୍ତିକେୟ, ଶଙ୍କର୍ଷଣ/ବାସୁଦେବ, ନାଟାମ୍ବର, ନୃତ୍ୟରତ ଗଣପତି, ବଳରାମ ବିଜେ କରିଥାନ୍ତି। ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ବିମଳା, ବନଦୁର୍ଗା, ବାରାହି, ଚାମୁଣ୍ଡା, ଭୁବନେଶ୍ଵରୀ, ହରଚଣ୍ଡୀ, ଜୟଦୁର୍ଗା, ସର୍ବମଙ୍ଗଳା ଓ ଉଗ୍ରତାରା। ତବେ ରଥଯାତ୍ରା ସାରିବା ପରେ କେବଳ ସାରଥୀ,ଘୋଡା, ପାର୍ଶ୍ଵଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ ଅନ୍ୟ ଅଂଶ ଭଙ୍ଗା ଯାଇଥାଏ।
ସେହିପରି ନନ୍ଦିଘୋଷ ରଥରେ ପଞ୍ଚ ମୁଖୀ ମହାବୀର, ହରିହର, ମଧୁସୂଦନ, ଗିରିଗୋବର୍ଦ୍ଧନ ଧାରୀ, ପଣ୍ଡୁ ନୃସିଂହ, ଚିନ୍ତାମଣି କୃଷ୍ଣ, ନାରାୟଣ,ରାବଣ ଛତ୍ରଭଙ୍ଗ, ରାମ ଏବଂ ହନୁମାନ ବିଜେ କରିଥାନ୍ତି। ଏହାଶ ଶ୍ରୀବିଗ୍ରହମାନଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜସଜ୍ଜା ସାମଗ୍ରୀ, ବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରେ ଆଣି ରଖିଥାନ୍ତି। ଏହାସହ ମାଣ୍ଡି ମୁଚୁଳା ଚକା ଅପସରା ସେବକ ରଖି ଥାନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ପୋଷାକ, ଶେଯ ସହ ଅନ୍ୟାନ୍ୟ ଶୁଙ୍ଗାର ସାମଗ୍ରୀ ରହିଥାଏ। ଏହାସହ କିଛି ବିଶେଷ ଭୋଗ ଯାଇଥାଏ।
Also Read https://purvapaksa.com/russia-becomes-first-country-to-recognize-taliban-government/
