ଜୁନ ୧୨ ତାରିଖ ଦିନ ଅହମ୍ମଦାବାଦରେ ଏୟାର ଇଣ୍ଡିଆ (AI 171) ବିନାମ ଦୁର୍ଘଟଣାରେ ବ୍ରିଟେନର ଆନେକ ନାଗରିକ ମୃତ୍ୟୁବରଣ କରିଥିଲେ। ଏବେ ସେହି ୟୁକେ ସ୍ଥିତ ପୀଡିତ ପରିବାର କ୍ଷତିପୂରଣ ପାଇଁ ଏୟାରଲାଇନ୍ସ ଏବଂ ବିମାନ ନିର୍ମାତା ବୋଇଂ ବିରୁଦ୍ଧରେ ୟୁକେ କୋର୍ଟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା, ସୂତ୍ରରୁ ଜଣାପଡ଼ିଛି। ଲଣ୍ଡନ ଯାଉଥିବା ବୋଇଂ 787 ଡ୍ରିମଲାଇନରରେ ଥିବା ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣକୁ ଛାଡି ଆଉ ସମସ୍ତଙ୍କ ଜୀବନ ଯାଇଥିଲା। ଏବଂ ବିମାନ ମାଡ଼ ହେବା କାରଣରୁ ଭୂମିରେ ଥିବା ଅନ୍ୟ ୩୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା, ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯିବା ସମୟରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଏକ ମେଡିକାଲ କଲେଜ କ୍ୟାମ୍ପସରେ ଖସି ପଡ଼ିଥିଲା।
ସୂତ୍ର ଅନୁସାରେ, ପୀଡିତଙ୍କ ପରିବାର ଏୟାର ଇଣ୍ଡିଆ ଏବଂ ବୋଇଂ ବିରୁଦ୍ଧରେ ସମ୍ଭାବ୍ୟ ମାମଲା ରୁଜୁ କରିବା ପାଇଁ ୟୁକେ ସ୍ଥିତ ଆଇନ ଫାର୍ମ କୀଷ୍ଟୋନ୍ ଲ ସହିତ ପରାମର୍ଶ କରୁଛନ୍ତି। କ୍ଷତିପୂରଣ ଅଧିକ ପାଇଁ ମାମଲା ରୁଜୁ ହୋଇପାରେ ବୋଲି କୁହାଯାଉଛି । ଏୟାର ଇଣ୍ଡିଆ ମାଲିକ ଟାଟା ଗ୍ରୁପ୍ ପୂର୍ବରୁ ୧ କୋଟି ଟଙ୍କା ଲେଖାଏଁ ସମସ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି। ତେବେ ପରେ ଏହା ପରିବାରକୁ ତୁରନ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ଅତିରିକ୍ତ କ୍ଷତିପୂରଣ ଘୋଷଣା କରିଥିଲା।
କୀଷ୍ଟୋନ୍ ଲ ସ୍ୱୀକାର କରିଛି ଯେ ଏହା ଭାରତର ସବୁଠାରୁ ଖରାପ ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ, ଯେଉଁଥିରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଅନେକ ପରିବାର ସହିତ ଆଲୋଚନା ହୋଇଛି। ସୂତ୍ର ଅନୁଯାୟୀ, ଏହି ସପ୍ତାହରେ ଆଇନ ଫାର୍ମ ଏବଂ ପୀଡିତଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଏକ ଯୋଜାନା ପ୍ରସ୍ତୁତ କରିବା ପାଇଁ ଅନେକ ବୈଠକ ଅନୁଷ୍ଠିତ ହୋଇଛି। “ଆମେ ଏୟାର ଇଣ୍ଡିଆର ପ୍ରମୁଖ ବିମାନ ବୀମାକାରୀ କମ୍ପାନୀ ଟାଟାଏଆଇଜି ଦ୍ୱାରା ଆର୍ଥିକ ସମାଧାନର ପ୍ରାରମ୍ଭିକ ପ୍ରସ୍ତାବ ଏବଂ ସମସ୍ତ ନିକଟତମ ସମ୍ପର୍କୀୟଙ୍କୁ ଅଗ୍ରିମ ଦେୟ ପ୍ରଦାନ କରିବା ପାଇଁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ପର୍କରେ ନିଆଯାଇଥିବା ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରୁଛୁ” ବୋଲି କୀଷ୍ଟୋନ୍ ଲ କହିଛନ୍ତି। ଏହି ସପ୍ତାହର ବୈଠକ ସମାପ୍ତ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
Also read https://purvapaksa.com/pakistan-passport-ranks-100th-in-henley-passport-index-2025/
