ବିଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ଳ ଲଗାଇବା ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି ଓ ଏହାକୁ ନେଇ ପୁରା ଦମରେ ପୃଥିବୀରେ ବାଣିଜ୍ୟିକ ଯୁଦ୍ଧ ସୃଷ୍ଟିର ଆଶଙ୍କା ଦେଖାଦେଇଛି।
ପ୍ରଥମେ କାନାଡା, ମେକ୍ସିକୋ ଓ ଚୀନ ଉପରେ ଶୁକ୍ଳ ଲଗାଇବାକୁ ନିଷ୍ପରି ନେବା ପରେ ଟ୍ରମ୍ପଙ୍କର କଡ଼ା ନଜର ଏବେ ୟୁରୋପୀୟ ୟୁନିଅନ ଉପରେ ପଡ଼ିଛି । ସେ କହିଛନ୍ତି ଯେ ୨୭ଟି ଦେଶ ବିଶିଷ୍ଟ କଷ୍ଟମସ ଓ ମନିଟାରୀ ବ୍ଲକ ଉପରେ ସେ ସମ୍ପୂର୍ଣଭାବେ ଶୁକ୍ଳ ଲଗାଇବେ। ତା’ର ପ୍ରତିକ୍ରିୟା ବି ସୃଷ୍ଟି ହୋଇଛି ଓ ବ୍ରୁସେଲ୍ସ ପ୍ରଥମେ ପାଲଟା ପଦକ୍ଷେପ ନେବ ବୋଲି ଘୋଷଣା କରିଛି। କାନାଡ଼ା ଓ ମେକ୍ସିକୋ ଆମେରିକାର ଦୁଇ ବଡ଼ ବାଣିଜ୍ୟିକ ସହଯୋଗୀ। ସେମାନେ ମଧ୍ୟ ଓଲଟା ପଦକ୍ଷେପର ସଂକେତ ଦେଇଛନ୍ତି । କେବଳ ଚୀନ୍ ଏଯାଏଁ ନିରବତା ଅବଲମ୍ବନ କରିଛି ଓ ଟ୍ରମ୍ପଙ୍କ ପଦକ୍ଷେପ ଉପରେ ବିଶ୍ୱ ବାଣିଜ୍ୟ ସଂଗଠନକୁ ଯାଇପାରେ ବୋଲି ସୂଚାଇଛି ।
ଏଯାଏଁ ଭାରତ ଟ୍ରମ୍ପଙ୍କ ନିଷ୍ପତ୍ତିରେ ପ୍ରଭାବିତ ହୋଇନାହିଁ ।
ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଆମେରିକା ଯିବେ ଓ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ହେବ ସେ କାରଣରୁ ଆଶା କରାଯାଉଛି ଯେ ଭାରତ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧରୁ ବରିବାକୁ ଉଦ୍ୟମ କରିପାରେ।
ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ବିତୀୟଥର ଲାଗି ଦାୟିତ୍ବ ଗ୍ରହଣ କରିବା ପରେ ଗୁଡ଼ିଏ କଠୋର ନିଷ୍ପତ୍ତି ନେଇଛନ୍ତି। ବିବାଦ ସୃଷ୍ଟି କରିଥିବା ଏହାର ଅଧିକାଂଶ ପଦକ୍ଷେପ ମଧ୍ୟରେ ତାରିଫ ବା ଶୁକ୍ତ ଲଗାଯିବା ଅନ୍ୟତମ। ମେକ୍ସିକୋ ଓ କାନାଡ଼ାରୁ ଆମେରିବାକୁ ହେଉଥୁବା ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଥିବାବେଳେ ଚୀନ ସାମଗ୍ରୀ ଉପରେ ଏହାକୁ ୧୦ ପ୍ରତିଶତ ବଢ଼ାଯାଇଛି। ସ୍ଵାଭାବିକଭାବେ ଆମେରିକା ତାର ବଡ଼ ବାଣିଜ୍ୟିକ ସହଯୋଗୀମାନଙ୍କ ଉପରେ ଶୁକ୍ଳ ଲଗାଇଥିବାରୁ ସେସବୁ ଦେଶରୁ ପାଳଟା ପଦକ୍ଷେପ ନିଆଯିବା ସ୍ଵାଭାବିକ ବୋଲି କୁହାଯାଉଛି।
ଭାରତ ଆମେରିକା ବାଣିଜ୍ୟିକ ସମ୍ପର୍କରେ ଭାରତ ସବୁବେଳେ ବଳକା ସିଟରେ ରହିଆସିଛି, ଯାହାକୁ ଟ୍ରମ୍ପ ନାପସନ୍ଦ କରନ୍ତି । ଅବଶ୍ୟ ଏବେକାର ବିଶ୍ୱସ୍ତରୀୟ ପ୍ରତିକ୍ରିୟା ମଧ୍ୟରେ ଭାରତ ଚତୁରତାର ସହ ଟ୍ରମ୍ପଙ୍କର ସଂରକ୍ଷଣବାଦା ଝଡ଼ରୁ ମୁକ୍ତ ରହିବାକୁ ସକ୍ଷମ ହୋଇଛି।
ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧର ପ୍ରଭାବ ଭାରତର କେତେକ ଆର୍ଥିକ ନୀତି ଯୋଗୁଁ ଆମେରିକା ଅସନ୍ତୁଷ୍ଟ। ଅସନ୍ତୁଷ୍ଟ ରଖୁସିଛି। ମେଡ଼ିକାଲ ଯନ୍ତ୍ରପାତି ଉପରେ ଭାରତର ଦର ନିୟନ୍ତ୍ରଣ, ଲାପ୍ଟପ୍ ଉପରେ ଆମଦାନୀ କଟକଣା, ତାଲିକା ଭିତ୍ତିକ ଇ-ବାଣିଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗକୁ ନିଷେଧ କରାଯିବା ଏବଂ କଟକଣାମୁକ୍ତ ପେଟେଣ୍ଟିଂ ବ୍ୟବସ୍ଥା ଆଦିରେ ଆମେରିକା ଖୁସି ନୁହେଁ।
ପରିବର୍ଭିତ ଅବସ୍ଥାକୁ ଦେଖି ଭାରତ ନିଜ କୌଶଳରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ହେବ । ଅବଶ୍ୟ ଟ୍ରମ୍ପଙ୍କ ଶୁକ୍ଳ ଯୁଦ୍ଧର ଯେଉଁ ପ୍ରଭାବ ସାରା ପୃଥିବୀ ଉପରେ ପଡ଼ିବ ସେ ଦିଗକୁ ଦି ଭାରତ ନଜର ରଖିବା ଲୋଡ଼ା।ନିଜ ଆଡୁ ସର୍ବୋଚ୍ଚ ଶୁକ୍ଳକୁ ୧୫୦ ପ୍ରତିଶତରୁ ୭୦ ପ୍ରତିଶତକୁ କମାଇ ଦେଇ ଭାରତ ଟ୍ରମ୍ପଙ୍କ ଭାଷାରେ ମୁକ୍ତ ଅପବ୍ୟବହାରକାରୀ ବଦନାମରୁ ମୁକ୍ତ ରହିବା ଚାହେଁ। ଆମେରିକାର ୩୦ଟି ବଡ଼ ସାମଗ୍ରୀ ଉପରେ ଆମଦାନୀ ଶୁକ୍ଳ ଏବେ ମାତ୍ର ୭୫ ପ୍ରତିଶତ ବା ତା’ଠାରୁ କମ୍ ରଖାଯାଇଛି।
ଏଥିରେ ଅଶୋଧିତ ତୈଳଠାରୁ ଆରମ୍ଭ କରି ହାର୍ଲି ଡାଭିଡସନ ମୋଟରସାଇକେଲ ଯାଏଁ ସାମଗ୍ରୀ ସବୁ ଅନ୍ତର୍ଭୁକ୍ତ । ଭାରତ ଏହି କୌଶଳମୁକ୍ତ ପଦକ୍ଷେପ ଦ୍ୱାରା ତତ୍କ୍ଷଣାତ୍ ଆମେରିକାର ବାଣିଜ୍ୟିକ ଆକ୍ରମଣକୁ ଯେ କେବଳ ଏଡ଼ାଇ ପାରିଛି ସେତିକି ନୁହେଁ ବିଶ୍ୱ ଯୋଟାଣ ଶିଙ୍ଗୁଳିରେ ପୂରା ମିଶିବା ଲାଗି ଭାରତର ଅଙ୍ଗୀକାର ମଧ୍ୟ ଏହା କରିଆରେ ପ୍ରତିଫଳିତ ହୋଇଛି । ଏହାକୁ ନିକଟରେ ସଂସଦରେ ଆଗତ ବଜେଟରେ ମଧ୍ୟ ସୂଚାଯାଇଛି।
ଆମେରିକାର ବାଣିଜ୍ୟିକ ନିଅଣ୍ଟରେ ଭାରତର ଅଂଶ ଖୁବ୍ କମ୍ ଥିବାବେଳେ ଔଷଧ ଓ ମୂଲ୍ୟବାନ ଧାତୁ ରପ୍ତାନି ଯେଭଳିଭାବେ କରୁଛି ତାହା ନୂଆ ସମସ୍ୟାରେ ବିପଦସଙ୍କୁଳ ରହିବା ଆଶଙ୍କା କରାଯାଉଛି।
ତଥାପି ଟ୍ରମ୍ପଙ୍କ ପ୍ରଥମ ପର୍ଯ୍ୟାୟ ଶୁକ୍ଳ ଯୁଦ୍ଧରେ ଭାରତକୁ ବାଦ ଦିଆଯାଇଥିବାରୁ ଦ୍ୱିପାକ୍ଷିକ ବାଣିଜ୍ୟିକ ବୁଝାମଣା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ମୋଦୀ ଓ ଟ୍ରମ୍ପ ସାକ୍ଷାତ୍ବେଳେ ଏହି ସମ୍ଭାବନା ବଢ଼ିପାରେ। ଉଭୟ ନେତାଙ୍କ ମଧ୍ୟରେ ଟ୍ରମ୍ପଙ୍କ ପୂର୍ବ ସରକାର ସୁସମ୍ପର୍କ ଥିଲା । ମୋଦୀ ଆମେରିକା ଯାଇଥିବା ବିଷୟ ମଧ୍ୟ ଟ୍ରମ୍ପ ଆଗୁଆ ଘୋଷଣା କରିସାରିଲେଣି।
ଆମେରିକାର ଶୁକ୍ଳ
ଲାଗିବା ପରେ ଚୀନ୍ ସାମଗ୍ରୀଗୁଡ଼ିକ ମହଙ୍ଗା ହୋଇଯିବ। ବହୁବର୍ଷ ଧରି ଚୀନ୍ ଆମେରିକାର ସାଧାରଣ ବଜାରକୁ ଦଖଲ କରି ରହିଥିଲା । ନୂଆ ପରିସ୍ଥିତିରେ ଭାରତ ଫାଇଦା ନେଇପାରିବ। ଭାରତୀୟ ରପ୍ତାନିକାରୀମାନେ ଆମେରିକା ବଜାରକୁ ଦଖଲ କରିବା ଲାଗି ଏବେ ସୁଯୋଗ ପାଇବେ । ବିଶେଷ ଭାବରେ ବୟନ ଶିଳ୍ପ, ଇଲେକଟ୍ରୋନିକ ଓ ଅଟୋମୋବାଇଲ ଯନ୍ତ୍ରପାତି ଭଳି ଉଦ୍ୟୋଗ ଆଗେଇବା ଦରକାର। ଏକ ଦୀର୍ଘ ବାଣିଜ୍ୟିକ ଯୁଦ୍ଧ ଆମେରିକାର ଖାଉଟି ସାମଗ୍ରୀଗୁଡ଼ିକରେ ଭାରତ ପ୍ରବେଶ କରିପାରିବ। ତଥାପି ଭାରତ ସତର୍କତାର ସହ ବଢ଼ାଇ ଦେଇପାରେ। ତଦ୍ୱାରା ଭାରତ ପାଇଁ ଥିବା ଏକ ବୃହତ୍ ରପ୍ତାନୀ ମାର୍କେଟରେ ଚାହିଦା କମିଯିବାର ଆଶଙ୍କା ରହୁଛି।
ଆଉ ଏକ ଦିଗ ହେଲା ଆମେରିକାର ଯେକୌଣସି ବ୍ୟାପକ ବାଣିଜ୍ୟିକ କଟକଣ ଭାରତର ମୁଖ୍ୟ ଶିଳ୍ପଗୁଡ଼ିକ ଉପରେ ବି ପ୍ରଭାବ ପକାଇପାରେ। ଏବେ ଯେଉଁଜି ବିଶ୍ୱ ଅର୍ଥନୀତିରେ ନାଟକ ସୃଷ୍ଟି ହେବାକୁ ଯାଉଛି ଭାରତର ବିଜ୍ଞ ଶୁଳ୍କ କାଟ୍ ପଦକ୍ଷେପ ତାକୁ କିଛିଟା ସମୟ ଦେଇଛି । କିନ୍ତୁ ବୃହତର ବାଣିଜ୍ୟିକ ଯୁଦ୍ଧର କମ୍ପନ ପ୍ରଭାବ ଏବେବି ପୂରା ପରିଲକ୍ଷିତ ହୋଇନାହିଁ।
ଭାରତର କେତେକ ନୀତି ଆମେରିକାକୁ ଅସନ୍ତୁଷ୍ଟ କରିଛି। ମେଡିକାଲ ଯନ୍ତ୍ରପାତି ଉପରେ ଭାରତର ଦର ନିୟନ୍ତ୍ରଣ, ଲାପ୍ଟପ୍ ଉପରେ ଆମଦାନୀ କଟକଣା, ତାଲିକା ଭିତ୍ତିକ ଇ-ବାଣିଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗକୁ ନିଷେଧ କରାଯିବା ଏବଂ କଟକଣାଯୁକ୍ତ ପେଟେଣ୍ଟ ବ୍ୟବସ୍ଥା ଆଦିରେ ଆମେରିକା ଖୁସି ନୁହେଁ । ପରିବର୍ତ୍ତିତ ଅବସ୍ଥାକୁ ଦେଖି ଭାରତ ନିଜ କୌଶଳରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ହେବ। ଅବଶ୍ୟ ଟ୍ରମ୍ପଙ୍କ ଶୁକ୍ଳ ଯୁଦ୍ଧର ଯେଉଁ ପ୍ରଭାବ ସାରାପୃଥିବୀ ଉପରେ ପଡ଼ିବ। ସେ ଦିଗକୁ ବି ଭାରତ ନଜର ରଖିବା ଦରକାର।
Also read https://purvapaksa.com/nine-cities-in-the-world-will-go-into-the-sea/