ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ବର ନଂ-୧ ଧନୀ ଏଲନ ମସ୍କଙ୍କ କଳି ଏବେ ବିଶ୍ଵରେ ଚହଳ ଖେଳେଇ ଥିବା ବେଳେ ଭାରତ ପାଇଁ ହୋଇପାରେ କାଳ। ଯୁଦ୍ଧବିରତି କ୍ରେଡିଟ ନମିଳିବା ପରେ ଭାରତ ଉପରେ ରହିଥିବା ଟ୍ରମ୍ପଙ୍କ ରାଗର ନିଆଁରେ ଘିଅ ଢାଳିଛନ୍ତି ମସ୍କ। ବିଶ୍ବର ଦୁଇ ଶକ୍ତିଶାଳୀ ବ୍ୟକ୍ତିଙ୍କ ମିତ୍ରତା ଯେପରି ଚକିତ କରିଥିଲା ଏବେ ସେମାନଙ୍କ ଶତ୍ରୁତା ମଧ୍ୟ ବଡ ବିପଦର ଆଶଙ୍କା ବଢାଇଛି। ଟ୍ରମ୍ପ – ମସ୍କଙ୍କ ଲଢେଇ କେବଳ ଆମେରିକା ନୁହେଁ ଭାରତ ପାଇଁ ସାଂଘାତିକ ଭାବେ ଖରାପ ହୋଇପାରେ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ସହ ସମ୍ପର୍କ କାଟିବା ପରେ ମସ୍କ ଏବଂ ତାଙ୍କ ସଂସ୍ଥା ଭାରତ ମୁହାଁ ହେଉଥିବା ବେଳେ ଏହା ବଡ ବିପଦ ସୃଷ୍ଟିକରିପାରେ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ପରେ ତାଙ୍କର ପ୍ରଥମ ପ୍ରହାର ଭାରତ ଉପରେ ରହିଥିଲା। ଭାରତ ଉପରେ ୨୬% ଟିକସ ଲଗାଇଲା ଟ୍ରମ୍ପ ପ୍ରଶାସନ, ଏହାପରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ବେଡି ପକେଇ ଦେଶ ପାର କରିବା ଦୁଇ ଦେଶ ମଧ୍ୟରେ ବିବାଦକୁ ବଢେଇଥିଲା। ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ପରେ ଭାରତରେ ସୁନା, ରୂପା ସହ ଅନ୍ୟାନ୍ୟ ଜିନିଷର ଦର ବୃଦ୍ଧି ପାଇବା ସହ ଟଙ୍କାର ମୂଲ୍ୟ କମିଥିଲା। ଭାରତ ସମେତ ବିଶ୍ଵ ଅର୍ଥନୀତି ବେଶ ପ୍ରଭାବିତ ହୋଇଥିଲା। ତେବେ ଟ୍ରମ୍ପଙ୍କ କୋପକୁ ଭାରତ ସାମନ୍ୟ ଥଣ୍ଡା କରିବା ବେଳକୁ ଜନ୍ମ ନେଇଥିଲା ନୂଆ ବିବାଦ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ – ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦ ଓ ଆକ୍ରମଣରେ ଆବୁଡାପଡି ଟ୍ରମ୍ପ ମଧ୍ୟସ୍ଥି କରିବାକୁ ବାହାରିଥିଲେ। ବାଣିଜ୍ୟିକ ଭୟ ଦେଖାଇ ଦୁଇ ଦେଶ ମଧ୍ୟରେ ସେ ଯୁଦ୍ଧ ବିରତି କରାଇଥିବା କହି ବାହା ବାହା ନେବାକୁ ଚେଷ୍ଟା କରିଥିଲେ ଆତ୍ମଗର୍ବୀ ଟ୍ରମ୍ପ। ତେବେ ଟ୍ରମ୍ପଙ୍କ କଥାକୁ ଭାରତ ଖଣ୍ଡନ କରିବା ପରେ ତାଙ୍କ ରାଗର ପାରା ବଢିବା ସହ ଭାରତକୁ ନାଲି ଆଖି ଦେଖେଇବାକୁ ଭୁଲି ନଥିଲା ଟ୍ରମ୍ପ ପ୍ରଶାସନ।
ତେବେ ଟ୍ରମ୍ପ – ମସ୍କଙ୍କ ବିବାଦ ପରେ ଏବେ ପୁଣି ଭାରତ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବରେ ଆମେରିକା ରୋଷାର ଶିକାର ହୋଇପାରେ ବୋଲି କୁହାଯାଉଛି। ମସ୍କଙ୍କ ଷ୍ଟାର ଲିଙ୍କ୍କୁ କାର୍ଯ୍ୟକ୍ଷମ ପାଇଁ ଅନୁମତି ଦେବା ପରେ ଟ୍ରମ୍ପଙ୍କ ରାଗ ଭାରତ ଉପରେ ବେଶି ବଢିବ ବୋଲି କୁହାଯାଉଛି। ବିଶ୍ୱ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, କେବଳ ୧୨୯ ବିଲିୟନ ଡଲାର ମୂଲ୍ୟର ଟଙ୍କା ଆମେରିକାଠାରୁ ପ୍ରାପ୍ତ କରେ ଭାରତ। ଯାହା ପାକିସ୍ତାନ ଏବଂ ବାଂଲାଦେଶର ମିଳିତ ବାର୍ଷିକ ବଜେଟ ସହିତ ସମାନ ବୋଲି କୁହାଯାଏ। ଏହି ପରିମାଣର ସବୁଠାରୁ ବଡ଼ ଅଂଶ ଯୁକ୍ତରାଷ୍ଟ୍ରରେ ଥିବା ଭାରତୀୟ ଶ୍ରମିକମାନଙ୍କଠାରୁ ଆସିଥାଏ। ତେବେ ଟ୍ରମ୍ପଙ୍କ ପ୍ରସ୍ତାବିତ ନୂତନ ଟିକସ ଭାରତାକୁ ଆସୁଥିବା ଏହି ଅର୍ଥରୁ କୋଟି କୋଟି ଡଲାର ବାହାର କରି ପାରେ ବୋଲି କୁହାଯାଉଛି। ଏହାସହ ପ୍ରବାସୀଙ୍କ ଉପରେ ପ୍ରଭାବ ପଡି ପାରେ। ୨୦୨୪ ସୁଦ୍ଧା ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧୮.୫ ମିଲିୟନ ହୋଇଛି। ଏହି ପ୍ରବାସୀମାନଙ୍କର ଏକ ବଡ଼ ଭାଗ ଆମେରିକାରେ ରୁହନ୍ତି, ଯେଉଁଠାରେ ଭାରତୀୟ ବୃତ୍ତିଗତମାନେ ଆଇଟି, ସ୍ୱାସ୍ଥ୍ୟସେବା, ଆର୍ଥିକ ଏବଂ ଇଞ୍ଜିନିୟରିଂ ଭଳି ଉଚ୍ଚ-ଆୟ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ସାମ୍ପ୍ରତିକ ତଥ୍ୟ ଦର୍ଶାଉଛି ଯେ ଆମେରିକାରେ ପ୍ରାୟ ୭୮ ପ୍ରତିଶତ ଭାରତୀୟ ଉଚ୍ଚ-ଆୟ ବୃତ୍ତିରେ ନିଯୁକ୍ତ ଅଛନ୍ତି। ଯଦି ମସ୍କ ଭାରତ ମୁହାଁ ହୁଅନ୍ତି ତେବେ କୋଟି କୋଟି ଭାରତୀୟ ଜୀବିକା ହରେଇବା ଆଶଙ୍କା ବଢିବ ବୋଲି କୁହାଯାଉଛି। ଯାହାକି ଭାରତରେ ବେରୋଜଗାରି ବୃଦ୍ଧି କରିବା ସହ ଅର୍ଥନୀତି ଦୁର୍ବଳ କରିବ ବୋଲି ଅନୁମାନ କରାଯାଉଛି। ଭାରତ ଉପରେ ପ୍ରସ୍ତାବିତ ଆମେରିକୀୟ ଟିକସ ଆହୁରି ମଧ୍ୟ ବଢିବାର ଆଶଙ୍କା ବଢିପାରେ। ଏହି ଯୋଜନା ତୁରନ୍ତ ଆଇନରେ ପରିଣତ ହୋଇ ପାରେ ଏବଂ ଭାରତ ବାର୍ଷିକ କୋଟି କୋଟି ବିଦେଶୀ ମୁଦ୍ରା ହରାଇ ପାରେ ବୋଲି କୁହାଯାଉଛି। ଏହାସହ ଭାରତୀୟ ଶିକ୍ଷାର୍ଥୀଙ୍କ ଉପରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାସହ ଆମେରିକରୁ ଆସୁଥିବା ଯୁଦ୍ଧାସ୍ତ୍ର, ଡାକ୍ତରୀ ସରଞ୍ଜାମ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉପରେ ଟ୍ରମ୍ପଙ୍କ ଟିକସ ମାଡ଼ ହୋଇ ଦର ବୃଦ୍ଧି ହେବ ବୋଲି କୁହାଯାଉଛି।
ଅନ୍ୟପଟେ ଟ୍ରମ୍ପ – ମସ୍କଙ୍କ କଳି ଭାରତ ପାଇଁ ନୂଆ ସୁଯୋଗ ଆଣିପାରେ ବୋଲି କୁହାଯାଉଛୁ। ଆମେରିକା ପରେ ନିବେଶ ପାଇଁ ଭାରତ ମସ୍କଙ୍କ ପାଇଁ ଭଲ ସ୍ଥାନ ପାଲଟିଥିବା କୁହାଯାଉଛି। ଭାରତର ବାଣିଜ୍ୟ ନୀତି ମସ୍କଙ୍କୁ ଆକୃଷ୍ଟ କରୁଥିବା ବେଳେ ସେ ଏଠାରେ ଅନେକ ପ୍ରକଳ୍ପ କରିପାରନ୍ତି ବୋଲି କୁହାଯାଉଛି। ଯଦି ବିଶ୍ବର ସର୍ବଶ୍ରେଷ୍ଟ ଧନୀ ଭରତଭଳି ବିକଶିତ ଦେଶରେ ବ୍ୟାପାର ଆରମ୍ଭ କରନ୍ତି ତେବେ ଭାରତ କିଛି ବର୍ଷ ଭିତରେ ଆମେରିକାକୁ ପଛରେ ପକାଇ ପାରେ ବୋଲି କୁହାଯାଉଛି। ତେବେ ଦେଖାଯାଉ ଟ୍ରମ୍ପ – ମସ୍କଙ୍କ କଳିରେ ଭାରତ ବଳି ପଡୁଛି ନାଁ ବିଲେଇ ଭଳି ମାଡ଼ ମାରୁଛି।
Also read https://purvapaksa.com/bande-bharat-sleeper-train-to-run-from-next-month/
Bande Bharat Sleeper Train to run from next month II ଆସନ୍ତା ମାସରୁ ଦୈାଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍
2 Comments
Pingback: Census 2027 କାହିଁକି ଗୁରୁତ୍ୱପୂର୍ଣ୍ଣ ଜନଗଣନା ୨୦୨୭?
Pingback: patato ଆଳୁ ରସରୁ ଚମକାନ୍ତୁ ତ୍ବଚା , ମୁହଁରୁ ଦୂର କରନ୍ତୁ କଳା ଦାଗ