Red Thread: ଲାଲ ରଙ୍ଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ ।
ଏହି ରଙ୍ଗ ଉତ୍ସାହ, ଉତ୍ସବ, ସାହସ, ଶକ୍ତି, ପବିତ୍ରତା, ସୌଭାଗ୍ୟ ଏବଂ ଶକ୍ତିର ପ୍ରତୀକ ଅଟେ । ସେଥିପାଇଁ ପୂଜା ସମୟରେ ହାତରେ ଲାଲ ସୂତା ବାନ୍ଧିବାର ପରମ୍ପରା ରହିଛି। ବିଶ୍ୱାସ ରହିଛି ଯେ ଲାଲ ସୂତା ବାନ୍ଧିବା ଦ୍ୱାରା ଭକ୍ତଙ୍କୁ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ଏବଂ ବିନା ବାଧାରେ ପୂଜା ସମ୍ପନ୍ନ ହୋଇଥାଏ ।
ହାତରେ ବନ୍ଧା ଯାଉଥିବା ଏହି ସୂତାକୁ ରକ୍ଷାସୂତ୍ର କୁହାଯାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପହଁଚୁଥିବା ଶିରା ଆମର ହାତ(wrist) ଦେଇ ଯାଇଥାଏ । ଯଦି ଆପଣ ଏହି ରକ୍ଷାସୁତ୍ର ହାତରେ ବାନ୍ଧିଛନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କର ସେହି ଶିରା ଗୁଡିକର କ୍ରିୟା ନିୟନ୍ତ୍ରିତ ହୋଇ ରହିବ । ଯେଉଁ କାରଣରୁ ବାତ, ପିତ୍ତ ଏବଂ କଫ ଭଳି ସମସ୍ୟାକୁ ନିୟନ୍ତ୍ରିତ କରାଯାଇପାରିବ ।
ଗବେଷକମାନେ ଅନେକ ସମୟ ଧରି ଗବେଷଣା କଲାପରେ ଜାଣିବାକୁ ପାଇଥିଲେ ଯେ ରକ୍ଷାସୁତ୍ର ହାତରେ ବନ୍ଧାଯିବା ଦ୍ୱାରା ହାତର ଶିରାପ୍ରଶିରା ନିୟନ୍ତ୍ରଣରେ ରହିଥାଏ ଯେଉଁ କାରଣରୁ ରକ୍ତଚାପ ଭଳି ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
ପୁରୁଷ ଓ ଅବିବାହିତା ଯୁବତୀଙ୍କର ଡାହାଣ ହାତରେ ଏବଂ ବିବାହିତା ମହିଳାମାନଙ୍କର ବାମହାତରେ ଏହି ସୂତ୍ର ବନ୍ଧାଯାଇଥାଏ । ହାତରେ ଏହି ରକ୍ଷାସୁତ୍ର ବାନ୍ଧିବା ଦ୍ୱାରା ମଧୁମେହ ଭଳି ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ବ୍ରତ ବା ରାକ୍ଷାସୁତ୍ର ଆମ ସ୍ୱାସ୍ଥ୍ୟପାଇଁ ଏତେ ଲାଭଦାୟକ ଯେ ଏହା ଆମକୁ ପାରାଲିସିସ ଓ ହାର୍ଟ ଆଟାକରୁ ମଧ୍ୟ ବଞ୍ଚାଇଥାଏ।
ମକର ପର୍ବ ପାଳନ ପାଇଁ ଆରମ୍ଭ ହେଲାଣି ବ୍ୟାପକ ପ୍ରସ୍ତୁତି, ବଜାରରେ ଲାଗିଛି ଭିଡ