ଦୀର୍ଘ ସମୟ ଅପେକ୍ଷା ପରେ Toyota ନିଜର ସେଡାନ୍ Camry କୁ ଭାରତୀୟ ମାର୍କେଟରେ ଲଞ୍ଚ କରିଛି । ଏହା ପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ ଏହାର ଟିଜର ଜାରି କରିଥିଲା । ଏଥିରୁ ଜଣା ପଡିଥିଲା ଯେ Camry ରେ ନୂଆ ଭାବରେ ଡିଜାଇନ୍ ହୋଇଥିବା ହେଡଲ୍ୟାମ୍ପ ଏବଂ ଟେଲଲ୍ୟାମ୍ପ ମିଳିଛି । ଆସନ୍ତୁ ଜାଣିବା ନୂଆ Toyota Camry ରେ କ’ଣ ଖାସ୍ ହୋଇଛି ।
ନୂଆ Toyota ଗତ କାଲି ଅର୍ଥାତ ୧୧ ଡିସେମ୍ବରରେ ଲଞ୍ଚ ହୋଇଛି । ଏହି ପ୍ରମିୟମ୍ ସେଡାନ୍ ନୂଆ ଡିଜାଇନ୍, ସେପ୍ଟି ଅପଡେଟ୍ ସହିତ ଆସିଛି । ଏଥିରେ କୌଣସି ମେକାନିକାଲ୍ ଚେଞ୍ଜ ହେବ ନାହିଁ । ସୂଚନାସାରେ Toyota Camry ର ଏକ୍ସ-ସାରୁମ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ହେବ ବୋଲି ଆଶା କରାଯାଉଛି ।
ଟିଜରରେ ପ୍ରକାଶ ପାଇଛି ଯେ Camry ରେ ଆପଣଙ୍କୁ C-size LED DRL ମିଳିବ । ଏଥିରେ ଗ୍ରିଲ୍ ସହିତ ଫ୍ରଣ୍ଟ ବମ୍ପର, ଏୟାର ଭେଣ୍ଟସ୍, ଆଲୋଇ ହୁଇଲ୍, ସୋଲଡର ଲାଇନ୍, ପାନୋରୋମିକ୍ ସନରୁଫ୍ ଏବଂ ରୋପରାଉଣ୍ଡ LED ଟେଲଲାଇଟ୍ସ ସହିତ ଅନେକ ଫିଚର୍ସ ରହିଛି ।
ଅପକମିଙ୍ଗ ନେଷ୍ଟ ଜେନ୍ Camry ହାଇବ୍ରିଡ୍ ମୋଟର ସହିତ ୨.୫ ଲିଟର ପେଟ୍ରୋଲ ଇଞ୍ଜନ୍ ସହିତ ଯୋଡି ହେବ । ଇ-ସିଭିଟି ଟ୍ରାନ୍ସମିସନ୍ ମାଧ୍ୟମରେ ହୁଇଲକୁ ପାୱାର ଦେବାବେଳେ ଏହା FWD ଏବଂ FWD କନଫିଗିରେସନରେ ୨୨୨ bhp ପାୱାରରୁ ୨୨୯ bhp ପର୍ଯ୍ୟନ୍ତ ପାୱାର ଜେନେରେଟ୍ କରିବାରେ ସକ୍ଷମ ହୋଇଥାଏ ।
ଗ୍ଲୋବାଲ ଲେବଲରେ ଥିବା Toyota Camry ପଞ୍ଚମ ଜେନେରେସନର Toyota ହାଇବ୍ରାଡ୍ ସିଷ୍ଟମ୍ କମ୍ପିନେସନ୍ ସହିତ ୨.୫ ଲିଟର, ୪ଟି ସିଲିଣ୍ଡର ଇଞ୍ଜିନ୍ ସହିତ ଆସିଥାଏ । ଇଞ୍ଜିନ୍ ପାୱାରରେ ଦୁଇଟି ଇଲେକ୍ଟ୍ରିକ୍ ମୋଟର ରହିଛି । ଏହା ସହିତ HEV ରେ ଫ୍ରଣ୍ଟ-ହ୍ୟୁଲ୍ ଡ୍ରାଇଭରେ ୨୨୫hp ର ପାୱାର ଆଉଟପୁଟ୍ ସହିତ ଅପସ୍ନାଲ୍ ଅଲ-ହ୍ୟୁଲ୍ ଡ୍ରାଇଭ୍ କନଫିଗିରେସନ୍ ମଧ୍ୟ ରହିଛି, ଯାହା ସମସ୍ତ ଟ୍ରିମ୍ ଲେବଲ ପାଇଁ ଉପଲବ୍ଧ ।
Also read https://purvapaksa.com/whatsapp-facebook-instagram-not-working-suddenly-harassing-users/