Tirupati Balaji Mandir: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଭଗବାନ ବିଷ୍ଣୁ ଭେଙ୍କଟେଶ୍ୱର ରୂପରେ ବାସ କରନ୍ତି ।
ଦେଶର ସବୁଠାରୁ ଧନୀ ମନ୍ଦିର ମଧ୍ୟରୁ ଅନ୍ୟତମ ତିରୁପତି ବାଲାଜୀ ମନ୍ଦିର ପୁଣି ଥରେ ଚର୍ଚ୍ଚାରେ ରହିଛି। ତିରୁପତି ବାଲାଜୀ ମନ୍ଦିରରେ ଘଟିଥିବା ଦଙ୍ଗାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ବ୍ୟବହାର ପ୍ରସଙ୍ଗ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନଥିଲା। ଆସନ୍ତୁ ଜାଣିବା ତିରୁପତି ବାଲାଜୀ ମନ୍ଦିର ବିଷୟରେ ।
ତିରୁପତି ବାଲାଜୀ ମନ୍ଦିର ଦର୍ଶନ ପାଇଁ ନିୟମ
ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଭେଙ୍କଟେଶ୍ୱର ତାଙ୍କ ପତ୍ନୀ ପଦ୍ମାବତୀଙ୍କ ସହ ତିରୁମାଲାରେ ବାସ କରନ୍ତି । ବିଶ୍ୱାସ କରାଯାଏ ଯେ ଭଗବାନ ଭେଙ୍କଟେଶ୍ୱରଙ୍କ ସମ୍ମୁଖରେ ଯେଉଁ ଭକ୍ତ ଆନ୍ତରିକତାର ସହ ପ୍ରାର୍ଥନା କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ତିରୁପତି ବାଲାଜୀ ମନ୍ଦିର ଦର୍ଶନ ପାଇଁ ପ୍ରତିଦିନ ୫୦ରୁ ୧ ଲକ୍ଷ ଲୋକ ଆସନ୍ତି। ସାଧାରଣ ଦର୍ଶନ ପାଇଁ ୧ରୁ ୩ ଦିନ ସମୟ ଲାଗିପାରେ ଏବଂ ଭିଡ଼ ଅଧିକ ହେଲେ ସମୟ ଆହୁରି ବଢ଼ିପାରେ।
ତିରୁମାଲା ପାହାଡ଼ରେ ଅବସ୍ଥିତ ମନ୍ଦିର
ଯେଉଁ ସହରରେ ଏହି ମନ୍ଦିର ନିର୍ମିତ ହୋଇଛି ତାହାକୁ ତିରୁପତି କୁହାଯାଏ ଏବଂ ଯେଉଁ ପାହାଡ଼ ଉପରେ ଏହି ମନ୍ଦିର ଅବସ୍ଥିତ ତାହାକୁ ତିରୁମାଲା କୁହାଯାଏ । ତିରୁମାଲାକୁ ଭେଙ୍କଟ ହିଲ୍ ବା ଶେଷାଞ୍ଚଲମ୍ ମଧ୍ୟ କୁହାଯାଏ । ଏହି ପାହାଡ଼ରେ ସାତଟି ଶିଖର ରହିଛି ।
ତିରୁପତି ବାଲାଜୀ ମନ୍ଦିରର ରହସ୍ୟ
ଗୁରୁବାର ଦିନ ଭଗବାନ ଭେଙ୍କଟେଶ୍ୱରଙ୍କ ଠାରେ ଚନ୍ଦନ ଲେପ ଲଗାଯାଏ, ଯାହା ପରେ ସାମ୍ନାକୁ ଆସିଥାଏ ଏକ ଚମତ୍କାର ରହସ୍ୟ । ଏହି ଲେପକୁ ହଟାଇବା ପରେ ଭଗବାନ ଭେଙ୍କଟେଶ୍ୱରଙ୍କ ହୃଦୟରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ । ଭଗବାନ ଭେଙ୍କଟେଶ୍ୱରଙ୍କ ମୂର୍ତ୍ତି ଉପରେ କାନ ରଖି ଭଲ ଭାବରେ ଶୁଣିଲେ ଆପଣ ସମୁଦ୍ର ତରଙ୍ଗର ଶବ୍ଦ ଶୁଣିପାରିବେ ।
ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ସର୍ବଦା ଦୀପ ଜଳାଯାଏ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୀପ କେବେ ବି ତେଲ କିମ୍ବା ଘିଅରେ ଭର୍ତ୍ତି ହୁଏ ନାହିଁ । ବିଶ୍ୱାସ କରାଯାଏ ଯେ, ମା’ ଲକ୍ଷ୍ମୀ ମଧ୍ୟ ମହାପ୍ରଭୁଙ୍କ ରୂପରେ ସ୍ଥାପିତ ଅଛନ୍ତି, ଯେଉଁଥିପାଇଁ ଉଭୟ ପୁରୁଷ ଓ ନାରୀ ପୋଷାକରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପୋଷାକ ପିନ୍ଧେଇବାର ପରମ୍ପରା ରହିଛି ।
ALSO READ: https://purvapaksa.com/harvest-festivals-2025-in-india/
ମକର ସଂକ୍ରାନ୍ତି, ଲୋହରୀ ଏବଂ ପୋଙ୍ଗଲ କେବେ? ଜାଣନ୍ତୁ ଏହି ପର୍ବ ପାଳନ କରିବାର ମହତ୍ତ୍ୱ ବିଷୟରେ