ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାକମୀଙ୍କ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି। ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପାମେଡ଼ ଜଙ୍ଗଲ ରେଖାପାଲ୍ଲୀ- କୋମାଥପାଲ୍ଲୀ ପାହାଡ଼ ଶିଖରରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୁଲିସ କୌଣସି ସୂତ୍ରରୁ ପାଇଥିଲା।
ପରେ ଡିଆରଜି,ଏସଟିଏଫ,କୋବ୍ରା ଏବଂ ସିଆରପିଏଫ ବାଟାଲିୟନର ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମାଓବାଦୀ ମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ପାଲଟା ଜବାବ ଦେଇଥିଲା। ପରେ ଯବାନଙ୍କ ପାଲଟାଗୁଳିରେ ୩ ଜଣ ମାଓବାଦୀ ଟଳି ପଡ଼ିଥିଲେ। ପରେ ଅନ୍ୟ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ମୃତ ମାଓବାଦୀମାନଙ୍କୁ ଚିହ୍ନଟ କରାଯାଇ ପାରିନଥବା ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛ଼ନ୍ତି। ଘଟଣାସ୍ଥଳରୁ ଏକ ସ୍ବୟଂ ଶାସିତ ରାଇଫଲ, ଏକ ସାନାଇପର, ୧୨ ବୋର ରାଇଫଲ, ମଜେଲ ଲୋଡିଂ ରାଇଫଲ, ବାରେଲ ଗ୍ରେନେଡ଼ ଲଞ୍ଚର ସେଲ ଓ ବହୁ ମାରଣାସ୍ତ୍ର ଜବତ କରାଯାଇଛି। ବସ୍ତରର ବିଭିନ୍ନ ଅଞ୍ଚଳରେ ସୁରକ୍ଷାକମୀଙ୍କ ଗୁଳିରେ ଏପଯ୍ୟନ୍ତ ୧୯୨ ଜଣ ମାଓବାଦୀ ନିପାତ ହୋଇସାରିଲେଣି। ଯାହା ବିଜାପୁର ଜିଲ୍ଲା ସମେତ ୭ଟି ଜିଲ୍ଲାକୁ ନେଇ ଗଠିତ। ଗତ ଅକ୍ଟୋବର ୪ ତାରିଖରେ ନାରାୟଣପୁର-ଦାନ୍ତେଓ୍ବାଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରେ ସୁରକ୍ଷାକମୀଙ୍କ ଗୁଳିରେ ୩୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥଲା।
1 Comment
Pingback: ୨୧ରୁ ଖରିଫ ଧାନକିଣା, ସରିନି ପ୍ରସ୍ତୁତି