Tirupati Balaji Temple: ତିରୁପତି ବାଲାଜୀ ମନ୍ଦିର ବିଷୟରେ ଆପଣମାନେ ନିଶ୍ଚୟ ଶୁଣିଥିବେ। ପ୍ରତିଦିନ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ହୋଇଥାଏ। ଏହାର ମହିମା ଆମ ସମସ୍ତଙ୍କୁ ଜଣା। ହେଲେ ଏହି ମନ୍ଦିରକୁ ଏପରି ଅନେକ ତଥ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
କୁହାଯାଏ ଯେ, ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀଙ୍କର ମୂର୍ତ୍ତିରେ ଲାଗିଥିବା କେଶ ବାସ୍ତବ ଅଟେ । ଏହି କେଶ କେବେ ବି ଖରାପ ହୁଏ ନାହିଁ ଏବଂ ସବୁବେଳେ ମୁଲାୟମ ରହେ। ମାନ୍ୟତା ହେଉଛି ଯେ ଏଠାରେ ପ୍ରଭୁ ବିଷ୍ଣୁ ନିଜେ ବାସ କରିଥାନ୍ତି ।
ଗୁରୁବାର ଭଗବାନ ଭେଙ୍କଟେଶ୍ୱରଙ୍କୁ ଚନ୍ଦନର ଲେପ ଲଗାଯାଉଥିବାକୁ ନେଇ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଭଗବାନଙ୍କର ଶ୍ରିଙ୍ଗାର ହଟାଇ ସ୍ନାନ କରୁଥିବା ବେଳେ ଚନ୍ଦନର ଲେପ ଲଗାଯାଇଥାଏ। ଯେତେବେଳେ ଏହି ଲେପକୁ ହଟେଇଦିଆଯାଏ, ସେତେବେଳେ ଭଗବାନ ଭେଙ୍କଟେଶ୍ୱରଙ୍କର ହୃଦୟରେ ମାତା ଲକ୍ଷ୍ମୀଙ୍କର ଆକୃତି ଦେଖାଯାଇଥାଏ।
ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକ ଦୀପ ସର୍ବଦା ଜଳୁଥାଏ ଜଳୁଥାଏ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଦୀପକରେ କେବେ ବି ତେଲ କିମ୍ବା ଘିଅ ଦିଆଯାଏ ନାହିଁ । ତେବେ ସେହି ଦୀପକକୁ କିଏ ଏବଂ କେତେବେଳେ ପ୍ରଜ୍ଜ୍ୱଳନ କରିଥିଲା, ତାହାକୁ ନେଇ ମଧ୍ୟ କୌଣସି ତଥ୍ୟ ମିଳି ନାହିଁ।
ତିରୁପତି ବାଲାଜି ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କର ପ୍ରତିମା ଅଲୌକିକ। ଏହା ବିଶେଷ ପଥରରୁ ତିଆରି ହୋଇଛି। ଏହି ପ୍ରତିମା ଏତେ ଜୀବନ୍ତ ଯେ ଏପରି ଲଗୁଛି, ଯେଭଳି ଭଗବାନ ବିଷ୍ଣୁ ନିଜେ ଏଠାରେ ବିରାଜମାନ। ମାନ୍ୟତା ରହିଛି ଭଗବାନଙ୍କର ପ୍ରତିମାକୁ ଗରମ ଲାଗେ ଏବଂ ସେ ଝାଳେଇ ଯାଆନ୍ତି। ତାଙ୍କ ମୂର୍ତ୍ତିରୁ ବାହାରୁଥିବା ଝାଳ ଅନେକ ସମୟରେ ଦେଖିବାକୁ ମିଳିଛି। ସେହିପାଇଁ ମନ୍ଦିରର ତାପମାତ୍ରା କମ୍ ରଖାଯାଇଥାଏ ।
ମାନ୍ୟତା ଅନୁଯାୟୀ, ଭଗବାଙ୍କ ମୂର୍ତ୍ତିକୁ କାନ ଲଗେଇ ଶୁଣିବା ଦ୍ୱାରା ସମୁଦ୍ରର ଲହରୀର ଶବ୍ଦ ଶୁଣାଯାଇଥାଏ । ଏହାକୁ ନେଇ ଅନେକ ଭକ୍ତମାନେ ମଧ୍ୟ କହିଛନ୍ତି ଯେ ସେମାନେ ଏହି ଶବ୍ଦ ଶୁଣିଛନ୍ତି ।
ALSO READ: https://purvapaksa.com/kumar-vishwas-new-home-built-with-vedic-plaster-to-keep-cool-in-summers
ଖରାଦିନେ ଥଣ୍ଡା ରହିବା ପାଇଁ ‘ବୈଦିକ ପ୍ଲାଷ୍ଟର’ରେ ନିର୍ମିତ କୁମାର ବିଶ୍ୱାସଙ୍କ ନୂଆ ଘର