Cricketers Divorce: ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।
ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଉଭୟଙ୍କ ଡିଭୋର୍ସର କାରଣ ଜଣା ପଡି ନଥିଲେ ମଧ୍ୟ ସେମାନେ ଅଲଗା ହେଉଥିବା ସ୍ପଷ୍ଟ ହୋଇଛି। ଡିଭୋର୍ସ ନେଇଥିବା ଖେଳାଳିଙ୍କ ମଧ୍ୟରେ ଚହଲ ସାମିଲ ହେବାକୁ ଯାଉଥିବା ବେଳେ ଡିଭୋର୍ସ ନେଇ ସାରିଥିବା ଅନ୍ୟ ଖେଳାଳିଙ୍କ ଉପରେ ଏକ ନଜର।
ଶିଖର ଧାୱନ-ଆୟେଶା ମୁଖାର୍ଜୀ: ଶିଖର ଧାୱନ ତାଙ୍କ ପୂର୍ବତନ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଫେସବୁକରେ ଭେଟିଥିଲେ। ଦୁହେଁ ୨୦୧୨ରେ ବିବାହ କରିଥିଲେ। ଆୟେଶା ଏବଂ ଶିଖରଙ୍କର ୧୦ ବର୍ଷର ଏକ ପୁଅ ଜୋରାବର ଧାୱନ ଅଛନ୍ତି। ଆୟେଶା ବର୍ଷ ବର୍ଷ ଧରି ନିଜ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ, ଭାରତ ଆସିବାକୁ ମନା କରି ଦେଇଥିଲେ ଏବଂ ଶିଖରଙ୍କୁ ତାଙ୍କ ପୁଅଠାରୁ ଦୂରେଇ ରଖିଥିଲେ । ୨୦୨୩ରେ ଦିଲ୍ଲୀର ଏକ ଅଦାଲତ ଶିଖର ଧାୱନ ଓ ଆୟେଶାଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଥିଲେ।
ଦୀନେଶ କାର୍ତ୍ତିକ-ନିକିତା ବଞ୍ଜାରା: ଦିନେଶ କାର୍ତ୍ତିକ ପ୍ରଥମେ ତାଙ୍କ ପିଲାଦିନର ସାଙ୍ଗ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ । ଦୁହେଁ ୨୦୧୨ରେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିକିତାଙ୍କ ଦିନେଶଙ୍କ ପାର୍ଟନର ମୁରଲୀ ବିଜୟଙ୍କ ସହ ପ୍ରେମ ସମ୍ପର୍କ ଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଦିନେଶ ଓ ନିକିତାଙ୍କ ଛାଡ଼ପତ୍ର ହୋଇଯାଇଥିଲା।
ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାଙ୍କୋଭିକ: ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୪ ବର୍ଷର ସମ୍ପର୍କ ପରେ ପତ୍ନୀ ନତାଶା ଷ୍ଟାନକୋଭିକ ଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଦୁହେଁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମିଳିତ ବିବୃତିରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ । ଏହି ଦମ୍ପତି ୨୦୨୦ ମେ ୩୧ତାରିଖରେ ବିବାହ କରିଥିଲେ ଏବଂ ୨୦୨୪ ଜୁଲାଇ ୩୦ତାରିଖରେ ପୁଅ ଅଗସ୍ତ୍ୟଙ୍କୁ ସ୍ୱାଗତ କରିଥିଲେ। ସେମାନେ ୧୪ ଫେବୃଆରୀ ୨୦୨୩ରେ ଉଦୟପୁରରେ ଏକ ଭବ୍ୟ ସମାରୋହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ପୁନଃ ବିବାହ କରିଥିଲେ । ହାର୍ଦ୍ଦିକ ପ୍ରଥମ ଭାରତୀୟ କ୍ରିକେଟର ନୁହଁନ୍ତି ଯାହାଙ୍କ ବିବାହ ଶେଷ ହୋଇଛି ।
ମହମ୍ମଦ ଆଝାରୁଦ୍ଦିନ-ସଙ୍ଗୀତା ବିଜଲାନୀ: ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ବ୍ୟକ୍ତିଗତ ଜୀବନ ବିବାଦୀୟ ଥିଲା। ଆଝାରୁଦ୍ଦିନଙ୍କ ପ୍ରଥମ ବିବାହ ନୌରିନଙ୍କ ସହ ହୋଇଥିଲା, ଯେଉଁମାନଙ୍କ ସହିତ ତାଙ୍କର ଦୁଇ ପୁଅ ଅସଦୁଦ୍ଦିନ ଓ ଆୟାଜୁଦ୍ଦିନ ଥିଲେ । ୧୯୯୬ରେ ସେ ନୌରିନଙ୍କୁ ଛାଡ଼ପତ୍ର ଦେଇ ବଲିଉଡ ଅଭିନେତ୍ରୀ ସଙ୍ଗୀତା ବିଜ୍ଲାନୀଙ୍କୁ ବିବାହ କରିଥିଲେ, କିନ୍ତୁ ବିବାହର ୧୪ ବର୍ଷ ପରେ ଉଭୟଙ୍କ ଛାଡ଼ପତ୍ର ମଧ୍ୟ ହୋଇଯାଇଥିଲା।
ୟୋଗରାଜ ସିଂ-ଶବନମ କୌର: ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ପିତା ୟୋଗରାଜ ସିଂ ୨ ଥର ବିବାହ କରିଛନ୍ତି। ପ୍ରଥମେ ଶବନମଙ୍କୁ ବିବାହ କରିଥିବା ବେଳେ ଯୁବରାଜ ଓ ଯୋରାବର ଜନ୍ମ ନେଇଥିଲେ। ପରେ ସତବୀର କୌରଙ୍କୁ ବିବାହ କରି ଭିକ୍ଟର ଓ ଅମରଜିତ କୌରଙ୍କୁ ବିବାହ କରିଥିଲେ।
ମହମ୍ମଦ ଶାମି-ହସିନ ଜହାଁ: ଭାରତୀୟ ସ୍ପିଡଷ୍ଟର ମହମ୍ମଦ ଶାମି ମଡେଲ ହସିନ ଜହାଁଙ୍କୁ ବିବାହ କରିଥିଲେ। ୨୦୧୪ରେ ହୋଇଥିବା ବିବାହ ୨୦୧୮ ଯାଏ ଚାଲି ନଥିଲା। ହସିନ ପ୍ରଥମେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ।
ALSO READ: https://purvapaksa.com/are-paris-olympic-medals-getting-discolored/