ଗିରଫ ହେଲେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାର ଦୁଇ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଫକୀର ମୋହନ କଲେଜ ବିଇଡି ବିଭାଗ ଏଚଓଡି ସମୀର କୁମାର ସାହୁ ଓ ସହଯୋଗୀ ଅଭିଯୁକ୍ତ ପୂର୍ବଚନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଘୋଷ। ସୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଏଚଓଡି ଭାବେ ଦୁଇ ଜଣଙ୍କ ଅଖଣ୍ଡ କ୍ଷମଚା। କାହାକୁ ପାସ କରିବେ, କାହାକୁ ଫେଲ କରିବେ, କାହାକୁ ଦଣ୍ଡ ଦେବେ ବା କାହାକୁ ପୁରସ୍କାର ଦେବେ, ଏହା ଥିଲା ସେମାନଙ୍କ ବାମ ହାତର ଖେଳ। ତେବେ ସମୀର ସାହୁ ଏଚଓଡି ହେଲେ କିପରି? ଜଣେ ଆସିଷ୍ଟ ପ୍ରଫେସରଭାବେ ଏଚଓଡି ହେବାର ବାଙ୍କର ଯୋଗ୍ୟତା ନାହିଁ। ଏଚଓଡି ହେବାକୁ ଅତ୍ୟନ୍ତ ପକ୍ଷେ ଆସୋସିଏଟ ପ୍ରଫେସର ହେବା ଆବଶ୍ୟକ।
ଯାହା ଶୁଣାଯାଏ, ମୁଖ୍ୟ ଅଭିଯୁକ୍ତ ଏଚଓଡି ସମୀର ବିଜୁ ଜନଚା ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକଙ୍କ ଶାଳକଙ୍କ ଶାଳକ। ବିଜେଡି ଶାସନ କାଳରୁ କଲେଜରେ ନିଯୁକ୍ତି ପାଇଥିଲେ ସେ। ପୂର୍ବତନ ମନ୍ତ୍ରୀଙ୍କ ପ୍ରଭାବରୁ ଆଗକୁ ମଧ୍ୟ ବଢ଼ିଥିଲେ। ଶେଷରେ ବିଇଡି ବିଭାଗର ମୁଖ୍ୟ ବି ହୋଇଥିଲେ। ରାଜନୈତିକ ପୃଷ୍ଠପୋଷକତା ଥିବାରୁ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ।
ବିଜେଡି ନେତାଙ୍କ ସହାୟତାରେ ଏଚଓଡି ହୋଇପାରିଥିଲେ ବି କଂଗ୍ରେସ ପ୍ରତି ତାଙ୍କର ଅନୁରକ୍ତି ଥିଲା ଯାହା କୁହାଯାଏ ରକ୍ତ କଂଗ୍ରେସ। ତେଣୁ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କୁ ଦେଖିଲେ ନାଭି ଡେଇଁବା ସାଭାବିକ। କଲେଜରେ ସେଇଆ ହିଁ ହେଉଥିଲା। ପୀଡ଼ିତା ଜଣକ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ହୋଇଥିବାରୁ ଏଚଓଡିଙ୍କ ନିର୍ଯ୍ୟାଚନାର ଶିକାର ହୋଇ ଚାଲିଥିଲେ ବାରମ୍ବାର। ଫେଲ ହେଲେ, ପରୀକ୍ଷାରୁ ବଞ୍ଚିତ ହେଲେ, ଶେଷରେ ଯୌନ ଇଶାରା ବି ପାଇଲେ। ପୂର୍ବତ୍ତନ ଅଧ୍ୟକ୍ଷ ଡକ୍ଟର ଘୋଷଙ୍କ ଭିତ୍ତିଭୂମୀ ମଧ୍ୟ ସେଇଆ। ଘର ତାଙ୍କର ଜଳେଶ୍ଵର ବ୍ଲକର ପ୍ରହାରାଜପୁର। ତାଙ୍କ ପିତା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକଙ୍କ ବଡ଼ ଭକ୍ତ । ବିଜେଡିର ଜଣେ ସକ୍ରିୟ ସଦସ୍ୟ। ପିତାଙ୍କ ରାଜନୈତିକ ସମ୍ପର୍କ ତଥା ପ୍ରଭାବରୁ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ଯୋଗ୍ୟଚା ନ ଥାଇ ବି କଲେଜର ଅଧ୍ୟକ୍ଷ ହୋଇପାରିଥିଲେ ଡକ୍ଟର ଘୋଷ।
ଭାରପ୍ରାପ୍ତ ହେଲେ ବି ସୟଂ ଶାସିତ କଲେଜର ଅଧ୍ୟକ୍ଷ, ମାନେ କଥା ଅଲଗା। ନାହିଁ ନ ଥିବା କ୍ଷମତା ଉପଭୋଗର ସୁଯୋଗ। ସେ କାଳେ ମେରି ରାୟ ଶାସନ ଚଳାଇ କାହାରି କଥା ଶୁଣନ୍ତି ନାହିଁ ବୋଲି ଆଲୋଚନା ହୁଏ। ଚାକିରିରେ କଳା ଦାଗ ନ ଲାଗିବା ଭୟରେ ତାଙ୍କୁ ଅନ୍ୟ ଅଧ୍ୟାପକ ମାନେ ବି ଡରନ୍ତି । ଯାହା ଶୁଣାଯାଏ, ତାଙ୍କର ବାମପନ୍ଥୀ ବିଚାରଧାରା ପ୍ରତି ପ୍ରେମ ବହୁତ । ଦେଶର ଇଂରେଜ ଶାସନକୁ ପ୍ରଶଂସା କରନ୍ତି ସେ। ଏପଟେ ବାପାଙ୍କ ବିଜେଡି ପ୍ରେମ, ସେପଟେ ନିଜେ ବାମପନ୍ଥୀ ଚିନ୍ତାଧାରାର, ଅତଏବ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଥିବା ଛାତ୍ରୀଙ୍କ ପ୍ରତି ଚାଙ୍କର କେମିତି ବ୍ୟବହାର ଖୁବ ତାହା ବେଶ୍ ଅନୁମେୟ। ଠିକ୍ ଚାହା ହିଁ ଘଟିଥିଲା। ଉପରକୁ ଭାରି ଭଦ୍ର ଦେଖା ଯାଉଥିଲେ ବି ଭିତରେ ଛାତ୍ରୀଙ୍କ ପ୍ରତି ତାଙ୍କର ଘୃଣା ଭାବ ଭରି ରହିଥିଲା। କେମତି ଝିଅଟିକୁ ଖାଲରେ ପକାଇବେ ସେହି ଚିନ୍ତାରେ ଥିଲେ ସେ। ଯେତେବେଳେ ଏଚଓଡିଙ୍କ ବିରୋଧରେ ଛାତ୍ରୀଜଣକ ଅଭିଯୋଗ କଲେ ସେତେବେଳେ ବାଦ ସୁଝାଇବାକୁ ସବୁ ଭୁଲ ତାଙ୍କର ବୋଲି ଦେଖାଇଦେଲେ। କଲେଜର ଆଇସିସି କମିଟି ସଦସ୍ୟଙ୍କୁ ପ୍ରଭାବିତ କରି ଏଚଓଡିଙ୍କୁ କ୍ଲିନ ଚିଟ୍ ଦେଇଦେଲେ। ଛାତ୍ରୀଙ୍କୁ କଲେଜରୁ ବହିଷ୍କାରର ଧମକ ବି ଦେଲେ ।
ଗୋଟିଏ ପରେ ଗୋଟିଏ ଜାଗାରୁ ନିରାଶ ହେଉଥିବାବେଳେ ପିଡିତା ପହଞ୍ଚିଥିଲେ ସାଂସଦଙ୍କ ପାଖରେ। ଘଟଣାଟି ଜୁଲାଇ ୧ ତାରିଖର କଥା। ନିଜକୁ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ବୋଲି ପରିଚୟ ଦେଇଥିଲେ ବି ସାଂସଦ ତାଙ୍କୁ ଅଚିହ୍ନା କରିଥିଲେ। ତଥାପି ନିଜର ସମସ୍ୟା ବଖାଣି ଥିଲେ। ସହୃଦୟ ସାଂସଦ ତୁରନ୍ତ କଲେଜ ଅଧ୍ୟକ୍ଷଙ୍କୁ ଫୋନ କଲେ, ତାଗିଦ କଲେ, ତା’ପରେ ଭୁଲିଗଲେ। କିନ୍ତୁ ଯାହା ଶୁଣିବାକୁ ମିଳେ, ପୁଲିସର ତନାଘନା ପରେ ସେତେବେଳର ଅଧ୍ୟକ୍ଷ ସାଂସଦଙ୍କୁ ଫୋନ କରି ସସମ୍ୟାର ସମାଧାନ ପାଇଁ ପରାମର୍ଶ ମାଗିଥିଲେ। ଏମିତି ଥରେ ନୁହେଁ ଦୁଇଚାରି ଥର ଫୋନ କରିଛନ୍ତି ସେ । ସାଂସଦ ଝିଅକୁ ବୁଝାସୁଝା କରିବାର ପରାମର୍ଶ ଦେଇଥିବା ମଧ୍ୟ ଶୁଣିବାକୁ ମିଳେ। ଅବଶ୍ୟ ଏବେ ସାଂସଦ ଏସପିଙ୍କୁ ଏବାବଦରେ ଫୋନ କରି ପଚାରିଥିବା କହୁଛନ୍ତି, ତାହାର ସତ୍ୟତା କେତେ ସେ ହିଁ ଜାଣିଥିବେ। ମାତ୍ର ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ସାଂସଦ ଛାତ୍ରୀଟିର ସମସ୍ୟା ବାବଦରେ କିଛି ଖୋଜ ଖବର ନେଲେନାହିଁ କାହିଁକି?
Also Readhttps://purvapaksa.com/fm-college-students-death/
FM College student’s death: Who is responsible now? ।। ମିଳିମିଶି ମାରିଦେଲେ: ଏବେ କିଏ ଦାୟୀ ?
