Summer diseases: ଗରମ ଦିନେ ଅତ୍ୟଧିକ ଖରା ଏବଂ ଡିହାଇଡ୍ରେସନ୍ର କାରଣରୁ ଥକ୍କାପଣ ଏବଂ କମଜୋରୀ ଲାଗିଥାଏ । ସଧାରଣତଃ ଲୋକମାନଙ୍କୁ ଅତ୍ୟଧିକ ଖରା ପାଇଁ ଝାଳ ବାହାରିଥାଏ। ଯାହା ଫଳରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ ।
ସାଧାରଣତଃ ଗରମ ଆରମ୍ଭରୁ ହିଁ ଲୋକମାନଙ୍କ ମଧ୍ୟରେ ଅନେକ ଖତରନାକ ଏବଂ ବଡ ରୋଗର ବିପଦ ବୃଦ୍ଧି ପାଇବା ଆରମ୍ଭ କରେ। ଏପରି ସମୟରେ ପ୍ରଚଣ୍ଡ ଖରା ଏବଂ ଡିହାଇଡ୍ରେସନ ଫଳରୁ ଶରୀରରେ ବହୁତ ଥକ୍କାପଣ ଓ କମଜୋରୀ ଆସେ। ଏହାସହ ଖରା ପାଇଁ ଆମ ଶରୀରରୁ ଝାଳ ବାହାରିଥାଏ, ଯାହାଫଳରେ ଅନେକ ପ୍ରକାରର ରୋଗ ହେବାର ମଧ୍ୟ ସମ୍ଭାବନା ବଢ଼ିଥାଏ। ଚଳିତବର୍ଷ ମାର୍ଚ୍ଚ ମାସରୁ ହିଁ ତାଣ୍ଡବ କରୁଛି ଖରା । ଏହା ସହିତ ଅନେକ ଲୋକ ଅସୁସ୍ଥ ହେବାକୁ ଆରମ୍ଭ କରିଛନ୍ତି।
ପ୍ରାୟତଃ ଗରମ ଦିନ ଆରମ୍ଭ ହେବା ସହ ଲୋକମାନେ ପାଣିର ଅଭାବ ଓ ଫୁଡ୍ ପୋଇଜନିଙ୍ଗ୍ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥିପାଇଁ ଆପଣଙ୍କୁ ଓ ଆପଣଙ୍କର ପରିବାରକୁ ଗରମ ପାଇଁ ଘଟୁଥିବା ଖତରନାକ ରୋଗ ଠାରୁ ସୁରକ୍ଷିତ ରଖିବାର ଦାୟିତ୍ୱ ରହିଛି । ଏଥିପାଇଁ କିଛି ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ।
ହିଟ୍ ସ୍ଟୋକ୍
ଗରମ ଆରମ୍ଭ ହେବା ସହିତ ସବୁଠାରୁ ସାଧାରଣ ଓ ଗମ୍ଭୀର ସମସ୍ୟା ହେଉଛି ହିଟ୍ ସ୍ଟୋକ୍ । ଗରମରେ ପ୍ରଖର ଖରା ଓ ଗୁଳୁଗୁଳି କାରଣରୁ ଶରୀରର ତାପମାତ୍ରା ବଢ଼ିଯାଏ। ଯେତେବେଳେ ଶରୀରର ତାପମାତ୍ରା ଅଧିକ ବଢ଼ିଯାଏ ଓ ଶରୀର ନିଜକୁ ଠଣ୍ଡା କରିପାରେ ନାହିଁ, ତେବେ ଶରୀରରେ ହିଟ୍ ସ୍ଟୋକ୍ ହୋଇଥାଏ । ଏହା ଦ୍ୱାରା ଜୋର ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲେଇବା, ଥକ୍କାପଣ ଓ ଅଚେତ ଭଳି ସମସ୍ୟା ହୋଇଥାଏ ।
ଡିହାଇଡ୍ରେସନ
ଗରମରେ ତାପମାତ୍ରା ବଢିବାର କାରଣରୁ ଝାଳ ଅଧିକ ବାହାରେ ଓ ଏହି କାରଣରୁ ଶରୀରରୁ ଅଧିକ ପାଣି ବାହାରିଯାଏ। ଗରମିରେ ଅଧିକ ତାପମାତ୍ରା ହେଉଥିବା କାରଣରୁ ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲେଇବା ସହ ଓଠ ଶୁଖିଯାଏ । ଏହି କାରଣରୁ ଡିହାଇଡ୍ରେସନ ଅର୍ଥାତ୍ ଶରୀରରେ ପାଣିର ପରିମାଣ କମି ଯାଏ । ପାଣି ଆମର ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକ, ଏହାର ପରିମାଣ କମିବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ହେବା ତଥା ପାଚନ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ ।
ସ୍କିନ ଇନଫେକ୍ସନ
ଗରମ ଦିନରେ ସ୍କିନ ଇନଫେକ୍ସନ ମଧ୍ୟ ଗୋଟିଏ ସାଧାରଣ ସମସ୍ୟା | ଗରମରେ ଅଧିକ ଝାଳ ବାହାରିଥାଏ, ଯେଉଁଥିପାଇଁ ସ୍କିନ ଉପରେ ଫଙ୍ଗାଲ୍ ଇନଫେକ୍ସନ୍, ପିନ୍ପଲସ୍ ଏବଂ ସନବର୍ଣ୍ଣ ସମସ୍ୟା ଭଳି ସମସ୍ୟା ଦେଖାଯାଏ । ଅନ୍ୟପଟେ ଲୁ ବା ଗୁଳଗୁଳି ଓ ଧୂଳି- ମଇଳା କାରଣରୁ ମଧ୍ୟ ସ୍କିନ ଇନଫେକ୍ସନ୍ ହୋଇପାରେ। ଗରମରେ ସ୍କିନ ଉପରେ ଝାଳ ଏବଂ ସୂର୍ଯ୍ୟ କିରଣ ପାଇଁ କୁଣ୍ଡେଇ ହେବା, ରେଶ୍ସ ଏବଂ ଘିମିରି ଭଳି ସମସ୍ୟା ଅଧିକ ଦେଖାଯାଏ ।
ଗରମକୁ ହରାନ୍ତୁ ଏହି ସମର ଡ୍ରିଙ୍କ୍ସ ସହ, ଯାହା ଆପଣଙ୍କୁ ଦେବ ଏନର୍ଗି ଏବଂ ରଖିବ ହାଇଡ୍ରେଟ