ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱରରେ ପାରଦ ସ୍ୱାଭାବିକଠାରୁ ୨.୩ ଡିଗ୍ରୀ ତଳକୁ ଖସିଥିବା ବେଳେ ପୂର୍ବଦିନ ତାପମାତ୍ରା ୧୫.୧ ଡିଗ୍ରୀ ସେଲସିୟସ ଥିବା ବେଳେ ୧୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଟ୍ୱିନ୍ ସିଟି କଟକରେ ରାତିର ତାପମାତ୍ରା ୧୨.୮ ଡିଗ୍ରି ରହିଥିବା ବେଳେ ପୂର୍ବଦିନ ତାପମାତ୍ରା ୧୩.୫ ଡିଗ୍ରି ରେକର୍ଡ କରାଯାଇଥିଲା।
ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଗୁରୁବାରଠାରୁ ଭୁବନେଶ୍ୱରରେ ରାତିର ତାପମାତ୍ରା ୨.୧ ଡିଗ୍ରୀ ହ୍ରାସ ପାଇଛି। ଗତକାଲି ସକାଳ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୧୬.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ତାପମାତ୍ରା ଆହୁରି ୨.୧ ଡିଗ୍ରି ହ୍ରାସ ପାଇ ୧୪.୫ ଡିଗ୍ରି ରେକର୍ଡ କରାଯାଇଛି।
୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଛି। କନ୍ଧମାଳର ହିଲ୍ ଷ୍ଟେସନ ଜି ଉଦୟଗିରିରେ ସର୍ବାଧିକ ୫.୪ ଡିଗ୍ରୀ, କୋରାପୁଟର ସେମିଲିଗୁଡାରେ ୭.୨ ଡିଗ୍ରୀ, ଫୁଲବାଣୀରେ ୭.୫ ଡିଗ୍ରୀ, ଝାରସୁଗୁଡ଼ାରେ ୭.୬ ଡିଗ୍ରୀ, ରାଉରକେଲାରେ ୭.୯ ଡିଗ୍ରୀ, ସୁନ୍ଦରଗଡ଼ର କିରେଇ ଓ ସମ୍ବଲପୁରର ଚିପିଲିମାରେ ୮.୮ ଡିଗ୍ରୀ, ଦାରିଙ୍ଗିବାଡିରେ ୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୧ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଉତ୍ତର ଭାରତରେ ପୁଣି ଏକ ନୂଆ ପଶ୍ଚିମ ବିକ୍ଷୋଭ ସୃଷ୍ଟି ହେବାକୁ ଯାଉଛି ଏବଂ ଏହାର ପ୍ରଭାବରେ ଶୁକ୍ରବାରଠାରୁ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୧୧ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
Also read https://purvapaksa.com/odisha-is-likely-to-host-hockey-for-the-2036-olympics/