ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି । ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି । ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ସେଲସିୟସ ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିଛି ତାପମାତ୍ରା । ଏଥିପାଇଁ ଗରମ ଏବଂ ତାତି ଅନୁଭବ ହେଉଛି । ଆଗାମୀ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବ। ୩ ଦିନ ଯାଏଁ ଘନ କୁହୁଡି ରହିବ ।
ସେହିପରି ଭୁବନେଶ୍ବରରେ ତାପମାତ୍ରା ୩୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହାକି ସ୍ଵାଭାବିକ ଠାରୁ ୩.୧ ଡିଗ୍ରୀ ଅଧିକ । ସେହିପରି କଟକରେ ୩୧ ଡିଗ୍ରୀ ଥିବା ବେଳେ ସ୍ଵାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରହିଛି । ବଲାଙ୍ଗୀର ଓ ମାଲକାନଗିରିରେ ୩୬ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୫.୯, ଭବାନୀପାଟଣାରେ ୩୫.୫ ଓ ଅନୁଗୁଳରେ ୩୫.୧ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରି ରେକର୍ଡ କରାଯାଇଛି।
Also read https://purvapaksa.com/salary-hike-bill-in-the-upcoming-session/