Heat wave : ଭାରତରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ଅତି କମରେ ଏକ ଦଶନ୍ଧି ଧରି ସ୍ପଷ୍ଟ ହୋଇଛି । ଗ୍ରୀଷ୍ମ ଋତୁ ଦେଶର ଅଧିକାଂଶ ଅଞ୍ଚଳରେ ନିୟମିତ ଭାବରେ ବସନ୍ତ ଋତୁକୁ ଖାଇଥାଏ । ଗ୍ରୀଷ୍ମ ପ୍ରବାହ ଓ ତାହାର ପ୍ରଭାବରେ ଉଚ୍ଚ ତାପମାତ୍ରା ପ୍ରବଣ ଅଞ୍ଚଳ – ଉତ୍ତର, କେନ୍ଦ୍ରୀୟ ଏବଂ ପୂର୍ବ ଭାରତରେ କେବଳ ସୀମିତ ନୁହେଁ ।
ଉଦାହରଣ ସ୍ୱରୂପ, କୋଙ୍କଣ ଅଞ୍ଚଳ ଏବଂ କର୍ଣ୍ଣାଟକର କିଛି ଅଂଶରେ ଫେବୃଆରୀ ପ୍ରାରମ୍ଭରେ ଅତ୍ୟଧିକ ଉଚ୍ଚ ତାପମାତ୍ରା ଅନୁଭୂତ ହୋଇଥିଲା । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଅପରିକି ଲଗାତାର ୧୦ ଦିନରୁ ଅଧିକ ସମୟ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଯାଇଛି। ପୂର୍ବରୁ ଏଭଳି ଗ୍ରୋଷ୍ମ ପ୍ରବାହ ୪ରୁ ୭ ଦିନ ପର୍ଯ୍ୟନ୍ତ ଚାଲୂଥିଲା। ତେବେ ଗତବର୍ଷ ଦେଶର ବିଭିନ୍ନ ସ୍ଥାନରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା।
ସ୍ୱାସ୍ଥ୍ୟ ଉପରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ବିଷୟରେ ସବିଶେଷ ତଥ୍ୟ ନାହିଁ ଏବଂ ଏହା ଦ୍ୱାରା ହେଉଥିବା ମୃତ୍ୟୁର ତଥ୍ୟ ବି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏନେଇ ଆଇଏମଡି, ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି, ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ଏବଂ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଭିନ୍ନ ଭିନ୍ନ ତଥ୍ୟ ଦେଇ ଆସିଛନ୍ତି।
ତେବେ ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ବିଶେଷଜ୍ଞମାନେ ଏକମତ ହୋଇଛନ୍ତି।
ଅଧିକାଂଶ ରାଜ୍ୟ ହରିଶମର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ତଥାପି, ମୋଟାମୋଟି ଭାବରେ, ଏହି ଯୋଜନାଗୁଡ଼ିକ ଜରୁରୀକାଳୀନ ସ୍ଥିତିକୁ ନେଇ ହିଁ କରାଯାଇଥାଏ । ପାନୀୟ ଜଳ ଯୋଗାଣ, ଆଶ୍ରୟସ୍ଥଳୀ ସୃଷ୍ଟି କରିବା କିମ୍ବା କାର୍ଯ୍ୟ ସୂଚୀ ପରିବର୍ତ୍ତନ ଉପରେ କେବଳ ସରକରମାନେ ଧ୍ୟାନ ଦିଅନ୍ତି ।କିନ୍ତୁ ଏଥିପାଇଁ ଦୀର୍ଘସୂତ୍ରୀ କରୟାକରମ ପ୍ରସ୍ତୁତ ହେବ ଦରକାର ।
ALSO READ: https://purvapaksa.com/weather-update-odisha-to-experience-thunderstorm-activities/