ସାଧାରଣ ଭାବରେ ଆପଣମାନେ ଜାଣିଥିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ୭ ରୁ ୧୨ ଟଙ୍କା ମଧ୍ୟରେ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ବ୍ରିଟେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡାକୁ ୨୦୦ ପାଉଣ୍ଡ ଅର୍ଥାତ୍ ୨୧ ହଜାର ଟଙ୍କାରେ ବିକ୍ରି ହୋଇଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମ୍ପୂର୍ଣ୍ଣ ଗୋଲାକାର ଆକୃତିର ହୋଇଥିବାରୁ ଏହି ଅଣ୍ଡାକୁ ‘ୱାନ୍ ଇନ୍ ଏ ବିଲିୟନ୍ ଏଗ୍’ ବୋଲି ମଧ୍ୟ କୁହାଯାଇଛି ।
ଏହି ଗୋଲାକାର ଅଣ୍ଡାକୁ ସର୍ବ ପ୍ରଥମେ ସ୍କଟଲାଣ୍ଡର ଏକ ସ୍ଥାନୀୟ ବଜାରରୁ ଜଣେ ମହିଳା କିଣିଥିଲେ । ଗୋଟିଏ ବାକ୍ସ ଭିତରେ ୧୫ଟି ଅଣ୍ଡା ଥିଲା ସେଥିରୁ ଏହି ନିଆରା ଅଣ୍ଡାଟି ମିଳିଥିଲା । ପରେ ମହିଳା ଜଣକ ସେହି ଅଣ୍ଡାକୁ ୟର୍କଶାୟରସ୍ଥିତ ଲେମ୍ବୋର୍ନ ଅଞ୍ଚଳରେ ରହୁଥିବା ଏଡ୍ ପାୱେଲଙ୍କୁ ବକି ଦେଇଥିଲେ । ଗୋଲାକାର ଆକୃତିର ଅଣ୍ଡାକୁ ଦେଖି ଏଡ୍ ବିମୋହିତ ହୋଇଯାଇଥିଲେ ଏବଂ ଏହାକୁ ୧୫୦ ପାଉଣ୍ଡ ମୂଲ୍ୟରେ କିଣିଥିଲେ । ଏହା ପରେ ସେ ଏହି ଅଣ୍ଡାକୁ ଲୁଭେଣ୍ଟସ୍ ଫାଉଣ୍ଡେଶନକୁ ଦାନ କରିଥିଲେ । ସେଠାରେ ଥିବା ଫାଉଣ୍ଡେଶନର ସଦସ୍ୟମାନେ ଏହି ଅଦ୍ଭୁତ ଅଣ୍ଡାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ମଧ୍ୟ ବିଭିନ୍ନ ଦାନ କାର୍ଯ୍ୟ ପାଇଁ ଏହି ଅଣ୍ଡାକୁ ପୁଣି ଥରେ ନିଲାମ କରିବାକୁ ସ୍ଥିର କରିଥିଲେ । ହେଲେ ବର୍ତ୍ତମାନ ଜଣାପଡିଛି ଯେ ଏହି ଅଣ୍ଡାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୦୦ ପାଉଣ୍ଡ ମୂଲ୍ୟରେ ବିକ୍ରି କରାଯାଇଛି ।
Also read https://purvapaksa.com/a-52-year-old-woman-set-a-record-in-swimming-covering-a-distance-of-150-km/
ପହଁରିବାରେ ରେକର୍ଡ ହାସଲ କଲେ ୫୨ ବର୍ଷିୟ ମହିଳା, ଅତିକ୍ରମ କଲେ ୧୫୦ କିମି ଯାତ୍ରା