୨୦୨୫ ବର୍ଷ ଅଟୋ ଇଣ୍ଡଷ୍ଟ୍ରି ପାଇଁ ଅନେକ ନୂଆ ମଡେଲ୍ ଆଣିଛି । ଚଳିତ ବର୍ଷ ଅନେକ ବାଇକ୍ ଏବଂ କାର ଲଞ୍ଚ କରିବାକୁ ଯାଉଛି । ଇଟାଲୀ କମ୍ପାନୀ ଡୁଗାଟୀ ଚଳିତ ବର୍ଷ ଭାରତୀୟ ବଜାରରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୪ ଟି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଯଦି ଦେଖାଯାଏ ତେବେ ମାର୍କେଟରେ ପ୍ରତି ମାସରେ ଡୁକାଟୀର ନୂଆ ମଡେଲ୍ ଲଞ୍ଚ ହୋଇପାରିବ । ନୂଆ ମଡେଲଗୁଡିକର ଲଞ୍ଚିଂ ସହିତ ବାଇକ୍ କମ୍ପାନୀ ନିଜର ଡିଲର ନେଟୱେର୍କକୁ ମଧ୍ୟ ବଢ଼ାଇବାକୁ ଯାଉଛି।
୨୦୨୫ ବର୍ଷର ପ୍ରଥମ ତିନିମାସରେ DesertX Discovery ଏବଂ Ducati’s ର ସୁପରସ୍ପୋର୍ଟ ବାଇକ୍ Panigale V4 ଲଞ୍ଚ ହେବ । ସେହିଭଳି ଆସନ୍ତା ତିନିମାସ ମଧ୍ୟରେ Panigale V2 ଫାଇନାଲ୍ ଏଡିସନ୍ ଏବଂ Scrambler Dark କୁ ମାର୍କେଟରେ ଲଞ୍ଚ କରାଯିବ । ଏହି ୪ଟି ବାଇକ୍ ପ୍ରଥମ ୬ ମାସ ମଧ୍ୟରେ ଲଞ୍ଚ ହୋଇପାରିବ ।
ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୫ଟି ବାଇକ୍ ଭାରତୀୟ ବଜାରରେ ଲଞ୍ଚ କରାଯିବ । ଏହି ବାଇକ୍ ଲାଷ୍ଟରେ new 890 cc Multistrada V2 ଏବଂ Scrambler Rizoma ସାମିଲ ଅଛି । ଏହା ସହିତ Streetfighter V4, Streetfighter V2 ଏବଂ Panigale V2 ମଧ୍ୟ ମାକେର୍ଟକୁ ପ୍ରବେସ କରିବ । ଡିସେମ୍ବର ୨୦୨୫ ରେ Ducati ମାର୍କେଟରେ ଅନେକ ନୂଆ ବାଇକ୍ ଲଞ୍ଚ କରିବାକୁ ପ୍ଲାନ୍ କରୁଛି ।
ଭାରତୀୟ ବଜାରରେ କମ୍ପାନୀର ସେଲ ବଢ଼ିବା ପାଇଁ Panigale V4 ଚଳିତ ବର୍ଷ ନିଜର ଡିଲର ନେଟୱେର୍କ ବୃଦ୍ଧି କରିବାକୁ ଯାଉଛି । ବର୍ତ୍ତମାନ Ducati ଶୋରୁମଗୁଡିକ କେବଳ ମେଟ୍ରୋ ସହରରେ ଉପଲବ୍ଧ ଅଛି । Ducati ର ଡିଲର ନେଟୱେର୍କ ବିଷୟରେ କହିବାକୁ ଗଲେ ଏହି କମ୍ପାନୀର ଶୋରୁମ୍ ଦିଲ୍ଲୀ, ମୁମ୍ବାଇ, ପୁନ୍ନେ, ବେଙ୍ଗାଲୁର, ଚେନ୍ନାଇ, ହାଇଦ୍ରାବାଦ୍, କୋଚି, କୋଲକାତା, ଚଣ୍ଡିଗଡ୍ ଏବଂ ଅହମ୍ମଦାବାଦରେ ଖୋଲା ଅଛି । ନୂଆ ବାଇକ୍ସ ଲଞ୍ଚ ହେବା ସହିତ Ducati ଭାରତରେ ଶୋରୁମର ସଂଖ୍ୟା ବଢ଼ାଇବାକୁ ଯାଉଛି ।
Also read https://purvapaksa.com/odisha-government-will-start-bus-service-to-ayodhya-via-banasi-and-prayagraj/
ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରିବେ ଓଡ଼ିଶା ସରକାର