ଟେସଲା ଭାରତୀୟ ବଜାରରେ ତାର ଯାତ୍ରା ଆରମ୍ଭ କରିଛି। କମ୍ପାନି ଆଜି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହାର ପ୍ରଥମ ଶୋ’ରୁମ୍ ଖୋଲିବା ସହିତ ଏହାର ନୂତନ ବୈଦ୍ୟୁତିକ କାର ମଡେଲ୍ ୱାଇକୁ ଆନୁଷ୍ଠାନିକ ଭାବରେ ବିକ୍ରି ପାଇଁ ଲଞ୍ଚ କରିଛି। ମଙ୍ଗଳବାର ମୁମ୍ବଇର ବିକେସିରେ ଟେସ୍ଲାର ପ୍ରଥମ ଶୋ’ରୁମ୍ର ଶୁଭାରମ୍ଭ ହୋଇଛି। ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ମେକର ମ୍ୟାକ୍ସିଟି ମଲ୍ରେ ଟେସ୍ଲା ଶୋ’ରୁମ୍ ଖୋଲିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଟେସଲା ଶୋ’ରୁମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଟେସ୍ଲାକୁ ସ୍ଵାଗତ କରି କହିଛନ୍ତି, ‘‘ଟେସ୍ଲା, ଭାରତକୁ ସ୍ଵାଗତ’’। ଏହାର ପ୍ରାରମ୍ଭିକ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। କମ୍ପାନି ଏହି କାରକୁ ଦୁଇଟି ଭିନ୍ନ ଭିନ୍ନ ଭାରିଆଣ୍ଟରେ ଲଞ୍ଚ କରିଛି। ତେବେ ଭାରତୀୟ ଅଟୋମୋବାଇଲ୍ ବଜାର ଏବଂ ବିଶେଷକରି ବୈଦ୍ୟୁତିକ ଯାନ ସେଗମେଣ୍ଟ ପାଇଁ ଏହା ଏକ ବହୁତ ବଡ଼ ଦିନ ବୋଲି କୁହାଯାଉଛି । କାରଣ ବିଶ୍ୱର ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଭାରତ ବଜାରରେ ପ୍ରବେଶ କରିଛି।
ଏହି ଟେସଲା ଶୋ’ ରୁମ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉଦଘାଟନ କରିଛନ୍ତି। ଟେସଲା ଏହି ଇଲେକ୍ଟ୍ରିକ୍ କାରର ଅଫିସିଆଲ୍ ବୁକିଂ ମଧ୍ୟ ଆରମ୍ଭ କରିଛି। କାର୍କୁ ଆପଣ କମ୍ପାନିର ଅଫିସିଆଲ୍ ୱେବସାଇଟ୍ ଏବଂ ମୁମ୍ବାଇର ଟେସଲା ଏକ୍ସପେରିଏନ୍ସ ସେଣ୍ଟର ମାଧ୍ୟମରେ ବୁକ୍ କରାଯାଇପାରିବେ। ଅନଲାଇନ୍ ବୁକିଂ ପାଇଁ, ଗ୍ରାହକମାନଙ୍କୁ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବିକଳ୍ପ ଦିଆଯାଉଛି। ବର୍ତ୍ତମାନ, ମୁମ୍ବାଇ, ଦିଲ୍ଲୀ ଏବଂ ଗୁରୁଗ୍ରାମ ପାଇଁ ଏହି କାରର ବୁକିଂ ଆରମ୍ଭ ହୋଇଛି। ଚଳିତ ବର୍ଷ ଆରମ୍ଭରେ ଟେସ୍ଲା ଭାରତରେ କର୍ମଚାରୀ ନିଯୁକ୍ତି ଆରମ୍ଭ କରିଥିଲା, ଯାହାପରେ ଟେସ୍ଲା ଭାରତୀୟ ବଜାରରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଟେସ୍ଲା ସିଇଓ ଏଲନ ମସ୍କ ଆମେରିକ ରାଷ୍ଟ୍ରପତିଙ୍କ ସହ ବିବାଦ ପରେ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେ ଭାରତରେ ଉଚ୍ଚ ଆମଦାନୀ ଟିକସକୁ ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। ତେବେ ଭାରତ ସରକାର ନିକଟରେ ନୂଆ ଇଭି ନୀତି ଘୋଷଣା କରିଛନ୍ତି, ଯାହାଦ୍ଵାର ବିଶ୍ୱସ୍ତରୀୟ ଇଭି କାର୍ ନିର୍ମାତାମାନଙ୍କୁ ଅନେକ ସୁବିଧା ମିଳିବାସହ କମ୍ ଆମଦାନୀ ଟିକସ ଦେବାକୁ ପଡ଼ିବ। ତେଣୁ ଆଗାମୀ ସମୟରେ ଟେସ୍ଲା ଭାରତରେ ଇଭି ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିପାରେ ବୋଲି ଆଶା କରାଯାଉଛି।
ଭାରତରେ ଟେସଲାର ରହିଛି ଏମିତି ପ୍ଲାନ୍?
ଟେସଲାର ପ୍ରଥମ ଲକ୍ଷ୍ୟ ହେଉଛି ଭାରତରେ ନିଜକୁ ମଜବୁତ କରିବା। ଯଦି ଭାରତୀୟ ବଜାରରେ ଟେସଲାର କାରର ଚାହିଦା ଭଲ ରହେ ତେବେ କମ୍ପାନୀ ଭବିଷ୍ୟତରେ ଭାରତରେ ଏହାର କାରଖାନା କିମ୍ବା ଆସେମ୍ବଲି ୟୁନିଟ୍ ଖୋଲିବା ନେଇ ବିଚାର କରିପାରେ। ଯଦି କମ୍ପାନୀ ଭାରତରେ ଏହାର କାରଖାନା କିମ୍ବା ଆସେମ୍ବଲି ୟୁନିଟ୍ ଏଠାରେ ଖୋଲେ ତେବେ ଭାରତରେ କେବଳ କାର ଶସ୍ତାରେ ବିକ୍ରି ହେବ ନାହିଁ ବରଂ ଭାରତୀୟ ଇଲେକ୍ଟ୍ରିକ୍ ଯାନବାହନ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ।
