Terror Attack: ଜମ୍ମୁ କଶ୍ମୀରରେ ପାଟ୍ରୋଲିଂ କରୁଥିବା ଭାରତୀୟ ସେନା ବାହିନୀର ଗାଡ଼ିକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ନିୟନ୍ତ୍ରଣ ରେଖା ନିକଟରେ ଏହି ଗୁଳି ଚାଳନା ହୋଇଛି।
ଏଥିରୋ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ କିନ୍ତୁ ସମ୍ପୃକ୍ତ ଅଞ୍ଚଳକୁ ସୋନା ଛାଉଣୀରେ ରଖାଯାଇ ସର୍ଚ୍ଚ ଅପରାସନ୍ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।
ଆଜି ଅପରାହ୍ଣ ୧ଟା ବେଳେ ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାର ସୁନ୍ଦରବନୀ ଅଞ୍ଚଳରେ ଥିବା ଫାଲ ଗାଁରେ ନିୟମିତ ଭାବେ ପାଟ୍ରୋଲିଂରେ ବାହାରିଥିଲା ୯ ଜମ୍ମୁ କଶ୍ମୀର ରାଇଫଲର ଏକ ପାଇଲଟ ଗାଡ଼ି । ଏହି ସମୟରେ ଏକ ପାଣିଟାଙ୍କି ପାଖରୁ ଗୁଳି ଫୁଟିଥିଲା।
ଏହାପରେ ସତର୍କ ହୋଇଥିଲା ସେନା। ଏବେ ସାନା ବାହିନୀର ଅନ୍ୟ ଅଧିକାରୀମାନଙ୍କୁ ନେଇ ସର୍ଚ୍ଚ ଅପରେସନ୍ ବ୍ୟାପକ କରାଯାଇଛି। ଏହି ଅଞ୍ଚଳରେ ପୂର୍ବରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଲାଗି ଜଣାଣୁଣା ରହି ଆସିଛି।
ALSO READ: https://purvapaksa.com/set-up-commission-to-assess-himalayan-glaciers/
ହିମାଳୟ ଗ୍ଲେସିୟର ଆକଳନ ପାଇଁ କମିଶନ ଗଠନ କରିବାକୁ ମୋଦିଙ୍କୁ ସୋନମ ଓ୍ୱାଙ୍ଗଚୁକଙ୍କ ଅନୁରୋଧ