ନବେ ଦଶକରେ କାଶ୍ମୀରରେ ଆତଂକବାଦୀ ଆକ୍ରମଣ ଆରମ୍ଭ ହେଲା। କାଶ୍ମୀର ଯୁବକଙ୍କୁ ପାକିସ୍ଥାନ ସେନା ତାଲିମ ହାତିଆର ଅର୍ଥ ଦେଇ ଆତଂକବାଦୀ କାର୍ଯ୍ୟକଳାପ ଆରମ୍ଭ କଲା। ଯେତେବେଳେ ପାକିସ୍ଥାନ ଉପରେ ଚାପ ପଡିଲା ସିଏ କାଶ୍ମୀର ଯୁବକଙ୍କୁ ଇରାନ ନେଇ ତାଲିମ୍ ଦେଲା। ସେଠି ମଦ୍ରାସା ବନେଇ ତାଲିମ୍ ଶିବିର ଚାଲିଲା। ଏଥିରେ ପାକିସ୍ଥାନର ଆଇଏସଆଇ ଓ ଇରାନର ଗୁଇନ୍ଦା ସଂସ୍ଥା ସବକ ସାମିଲ୍ ଥିଲା।
RAW ଏସବୁକୁ କାଉଣ୍ଟର କରିବାକୁ ପ୍ରଥମେ ଇରାନ ତାଲିମ୍ ଶିବିର କୁ ଧ୍ୱଂସ କରିବାକୁ ଚାହିଁଲା। ସେଥିପାଇଁ ବେଣୁଗୋପାଳ ନାମକ ଜଣେ RAW ଅଧିକାରୀଙ୍କୁ ଇରାନ୍ ପଠାଗଲା। ଭାରତୀୟ ଦୂତାବାସ ରେ ତାଂକୁ ଡିପ୍ଲୋମାଟ ପରିଚୟ ଦେଇ ରଖାଗଲା। ସେତେବେଳେ ଇରାନ୍ ରେ ଭାରତର ରାଷ୍ଟ୍ରଦୂତ ଥିଲେ ହମିଦ ଅନସାରୀ। ତାଂକୁ ଯେତେବେଳେ ବେଣୁଗୋପାଳ ଏ ତାଲିମ୍ ଶିବିର ଧ୍ବଂସ କଥା ଜଣେଇଲେ ସେ ସମର୍ଥନ ଦେଲେନି। ଅନସାରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ସଞ୍ଜିବ କପୁର। ସେ ବେଣୁଗୋପାଳଙ୍କୁ ପୂର୍ଣ୍ଣ ସମର୍ଥନ ଦେଲେ। ଉଭୟ ମିଶି ଇରାନରେ RAW ନେଟୱର୍କ ବିଛେଇଲେ। ଥରେ ସବକ୍ ଓ ଆଇଏସଆଇ କପୁରଙ୍କୁ ଅପହରଣ କରିନେଲେ। ତାଙ୍କୁ ମୁକୁଳାଇବାକୁ ଅନସାରୀଙ୍କୁ କହିବାରୁ ସେ କିଛି ନିଷ୍ପତ୍ତି ନେଲେ ନାହିଁ। ଚାରି ପାଞ୍ଚ ଦିନ ପରେ କପୁର ଙ୍କୁ ଆହତ ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର କରାଗଲା। ବେଣୁଗୋପାଳ ଏକଥା ଦିଲ୍ଲୀର RAW ମୁଖ୍ୟାଳୟକୁ ଜଣାଇଲେ। ତା’ପରେ ବେଣୁଗୋପାଳ ଓ କପୁରଙ୍କୁ ଭାରତ ଫେରାଇ ଆଣି ମାଥୁର ନାମକ ଅଧିକାରୀଙ୍କ ନେତୃତ୍ବରେ ଗୋଟେ ନୁଆ RAW ଟିମ୍ ଇରାନ୍ ପଠାଗଲା। କିଛି ଦିନ ପରେ ମାଥୁର ଙ୍କ ସହ ସମାନ ଅପହରଣ ଘଟଣା ଘଟିଲା। ଏଥର ମଧ୍ୟ ଅନସାରୀ ନିଜ ଦୂତାବାସ ଅଧିକାରୀ ଙ୍କ ପାଇଁ ମୁଁହ ଖୋଲିଲେ ନାହିଁ। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଚାରି ପାଞ୍ଚ ଦିନ ପରେ ରାସ୍ତା କଡ଼ରେ ଗୁରୁତର ଆହତ ଅବସ୍ଥାରେ ମାଥୁର ଙ୍କୁ ଉଦ୍ଧାର କରାଗଲା।
ତା’ପରେ ଦୂତାବାସ ର ସିକୁରିଟି ଅଫିସର ଉମର ଙ୍କୁ ଆଇଏସଆଇ ଯୋଗାଯୋଗ କଲା। ଭାବିଲା ୟେ ମୁସଲିମ ଅଛି ମାନେ ସେ ଦୂତାବାସ ର RAW ଅଧିକାରୀଙ୍କ ବିଷୟରେ ସୂଚନା ଦେବ। ସେ କିନ୍ତୁ ରାଜି ହେଲେନି। ସେ କହିଲେ ମୁଁ ମୁସଲିମ ହେଲି କ’ଣ ହେଲା ମୋ ପାଇଁ ମୋ ଦେଶ ପ୍ରଥମ। ମୁଁ କାହିଁକି ମୋ ଦେଶ ତଥ୍ୟ ତୁମକୁ ଦେବି। ଆଇଏସଆଇ ଓ ସବକ ରାଗିକି ତାଙ୍କୁ ମଧ୍ୟ ସେମିତି ଅପହରଣ କରିନେଇଥିଲେ। ଏଥର ମଧ୍ୟ ଅନସାରୀ ଚୁପ୍ ଚାପ୍। ତିନି ଚାରିଦିନ ପରେ ଉମରଙ୍କୁ ରାସ୍ତା କଡରେ ଆହତ ଅବସ୍ଥାରେ ଉଦ୍ଧାର କରାଗଲା।
ଏସବୁ ସତ୍ତ୍ବେ RAW କୁ ଯେଉଁ ଟାର୍ଗେଟ ଦିଆଯାଇଥିଲା ସେ ସମ୍ପୂର୍ଣ କରିସାରିଥିଲା। ଯେଉଁ ମଦ୍ରାସା ରେ ଆତଂକବାଦୀ ତାଲିମ୍ ଦିଆଯାଉଥିଲା ତାକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା। ଇରାନ୍ ରେ ଆତଂକବାଦୀ ନେଟୱର୍କ ଖତମ୍ କରିଦେଇଥିଲା। କିନ୍ତୁ ଅନସାରୀ ଏଭଳି ଶତ୍ରୁ ଭଳି ଆଚରଣ କରିବାର କାରଣ କ’ଣ ତାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୁଏ। ଜଣେ ବରିଷ୍ଠ RAW ଅଧିକାରୀଙ୍କ ମତରେ ଇରାନ୍ ର ଜଣେ ବଡ ରାଜନୈତିକ ପରିବାରରେ ଅନସାରୀଙ୍କ ପୁଅ ବାହା ହେଇଥିଲେ। ସିଏ ପୁଣି ଗୋଟିଏ ଟ୍ରାପ୍ ରେ ଫସିଲା ପରେ। ତାଙ୍କ ପୁଅକୁ ଇରାନ ଗୁଇନ୍ଦା ସଂସ୍ଥା ସବକ୍ ଅପହରଣ କରି ହନିଟ୍ରାପ୍ ରେ ଫସେଇଦେଲା। ତା’ପରେ ବ୍ଲାକମେଲ୍ କରି ତାଙ୍କୁ ସେଠି ବିବାହ କରିବାକୁ ବାଧ୍ୟ କରିଥିଲେ। ହୁଏତ ସେଇ ବ୍ୟକ୍ତିଗତ ସମ୍ପର୍କ କାରଣରୁ ଅନସାରୀ ରାଷ୍ଟ୍ରୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିଲେ ବୋଲି କୁହାଯାଏ।
ଜୟ ହିନ୍ଦ୍
ଶେଷଚନ୍ଦ୍ର ବାରିକଙ୍କ ସୋସିଆଲ ମିଡ଼ିଆ ଆଲେଖ୍ୟ, ଏହା ଲେଖକଙ୍କ ନିଜସ୍ୱ ମତ
Also readhttps://purvapaksa.com/tribal-family-ostracized-for-not-serving-liquor/
