ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ମିଳିଥିଲା ଧମକପୂର୍ଣ୍ଣ ବାର୍ତ୍ତା । ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କାନ୍ଥରେ ଲେଖିଥିଲେ ଅଜଣା ବ୍ୟକ୍ତି । ବୁଢ଼ୀ ମା’ ଠାକୁରାଣୀ ମନ୍ଦିର କାନ୍ଥରେ ଦୁଇଟି ସ୍ଥାନରେ ଦେଖାଯାଇଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତା ଭିତରେ ପିଏମ୍ ମୋଦୀଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର ଓ ଏହା ପାର୍ଶ୍ବରେ ଫୋନ୍ କର ବୋଲି ଉଲ୍ଲେଖ ରହିଛି । କୁଳ ବୁଡ଼ିବ, ଆତଙ୍କବାଦୀ ପ୍ରଭୃତି ଲେଖାଯାଇଛି। ଏଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଦୁର୍ବୃର୍ତ୍ତ ଭାଙ୍ଗି ଦେଇଛନ୍ତି l
ତେବେ ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚାରାଉଚରା କରୁଛି ସିଂହଦ୍ବାର ଥାନା ପୋଲିସ। ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ରଘୁନାଥ ସାହୁ, ସେ କାହିଁକି ଏଭଳି ଲେଖିଥିଲେ ସେନେଇ ଜେରା ହେଉଛି। ରଘୁନାଥ ସାହୁ ଘର ନୂଆଗାଁ ଥାନା ଅଂଚଳ ଗଡିଶାଗଦା ବୋଲି ଜଣା ପଡ଼ିଛି। ସିସିଟିଭି ଓ ପ୍ରତ୍ୟକ୍ଷଦର୍ଷୀଙ୍କ ବୟାନ ଆଧାରରେ ସନ୍ଦିଗ୍ଧକୁ ଚିହ୍ନଟ କରିଛି ପୋଲିସ । ଥାନାକୁ ଧରି ଆଣିବା ସମୟରେ ପୋଲିସ ସହ ହୋ ହାଲ୍ଲା କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ବ୍ୟକ୍ତି ଜଣକ ପ୍ରାୟ ୬୫ ବର୍ଷ ବୟସ୍କ ବୋଲି ଅନୁମାନ କରାଯାଉଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି, ସେ କହିଛନ୍ତି ଏହି ଘଟଣାରେ ସମସ୍ତ କ୍ଲୁ ହସ୍ତଗତ ହୋଇଛି। ଘଟଣାର ଅଧିକ ଛାନଭିନ କରାଯାଉଛି। ଏସପି ଆହୁରି ମଧ୍ୟ କହିଛନ୍ତି ଯେ,ସେ କିଛି ଲେଖୁଥିବାର ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି।
ଏହି ସ୍ଥାନରେ ଏକାଧିକ ସିସିଟିଭି ଲାଗିଛି, ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ କିଏ ଆତଙ୍କବାଦୀଙ୍କ ନାମ ନେଇ ଏହି ଧମକପୂର୍ଣ୍ଣ ଲେଖା ଲେଖିଛି ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଶ୍ରୀମନ୍ଦିର ସୁରକ୍ଷା ପଦକ୍ଷେପର ପ୍ରଭାବଶାଳୀତା ଉପରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାରମ୍ବାର ଗୃହ ମନ୍ତ୍ରାଳୟ ଏବଂ ଏନ୍ଏସଜି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଥିବା ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହୋଇନି । କେବଳ ଲୋକ ଦେଖାଣିଆ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ଲଗାଯାଇଛି ବୋଲି ଅଭିଯୋଗ ହେଉଛି।
Also Read https://purvapaksa.com/now-what-will-illegal-bangladeshi-infiltrators-do/
Now what will Illegal Bangladeshi infiltrators do? ।। ଏବେ କ’ଣ କରିବେ ବାଂଲାଦେଶୀ ଅନୁପ୍ରବେଶକାରୀ?


