ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ ଏବଂ ଆସନ୍ତା ୨ ଦିନ ମଧ୍ୟରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଦ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଜି ଉଦୟଗିରିରେ ପୂର୍ବ ଦିନର ୪.୨ ଡିଗ୍ରି ସେଲସିୟସ୍ ତାପମାତ୍ରା ତୁଳନାରେ ସର୍ବାଧିକ ୫.୪ ଡିଗ୍ରି ସେଲସିୟସ୍ ରହିଛି। ସେମିଳିଗୁଡାରେ ୬.୬ ଡିଗ୍ରୀ ସେଲସିୟସ, ଫୁଲବାଣୀରେ ୯ ଡିଗ୍ରୀ, ରାଉରକେଲା ଓ ଝରୁଗୁଡାରେ ୧୦.୨ ଡିଗ୍ରୀ ସେଲସିୟସ ଏବଂ ଦାରିଙ୍ଗବାଡ଼ିରେ ୧୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।
ଭୁବନେଶ୍ୱରଓ କଟକରେ ତାପମାତ୍ରା ଯଥାକ୍ରମେ ୧୪.୪ ଓ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ ଏହି ସବୁ ସହରରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିପାରେ।
୨୪ ତାରିଖ ସକାଳ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକର କେତେକ ସ୍ଥାନରେ ଏବଂ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ।
ବାରବାଟୀ ଦିନିକିଆ ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ଫେବୃଆରୀ ୯ରେ ଦେଖିବେ ଖେଳ