Summer Care: ଗରମ ଦିନ ଆରମ୍ଭ ହେବା ସହ ମୁଖ୍ୟତଃ ନିଜ କିମ୍ବା ପରିବାରକୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଜରୁରୀ ହେଉଛି ଯେ ଗରମରେ ଅଧିକରୁ ଅଧିକ ହାଇଡ୍ରେଟ୍ ରହିବା ଓ ପ୍ରତି କ୍ଷଣରେ ଜଳ ପିଇବା।
ଗରମରୁ ରକ୍ଷା ପାଇବା ପାଇଁ ଅଧିକ ଫଳ ଆହାର କରିବା ଉଚିତ, କାରଣ ଫଳ ଆପଣଙ୍କୁ ହାଇଡ୍ରେଟ୍ ରଖିଥାଏ ଏବଂ ଏନର୍ଜି ଦେଇଥାଏ। ଯେଉଁଥିରେ ତରବୁଜ ହେଉଛି ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଏହା ଆମ ଶରୀରରେ ଜଳର ପରିମାଣକୁ ବଢେଇଥାଏ । ଏବଂ ଏଥିରେ ଥିଲା ଆବଶ୍ୟକୀୟ ଭିଟାମିନ ଆମ ଶରୀର ପାଇଁ ଅନେକ ଆବଶ୍ୟକ। ଏହା ଗରମରେ ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ, କାରଣ ଏଥିରେ 90 ପ୍ରତିଶତ ପାଣି ରହିଥାଏ।
ଗରମରେ ସୁରକ୍ଷିତ ରହିବା ପାଇଁ ହଳକା ଓ ସୁତି କପଡ଼ା ପିନ୍ଧନ୍ତୁ, ତୀବ୍ର ଧୂପରେ ବାହାରିବା ସମୟରେ ସନସକ୍ରିନ୍ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣ ସୂର୍ଯ୍ୟ କିରଣରୁ ହେଉଥିବା ଟ୍ୟାନିଙ୍ଗ ଠାରୁ ନିଜକୁ ବଞ୍ଚାଇ ପାରିବେ।
ଗରମରେ ସୁସ୍ଥ ରହିବା ପାଇଁ ହାଲୁକା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଗରମରେ ତାଜା ଏବଂ ଘରେ ବନାଇଥିବା ଖାଦ୍ୟ ଖାଇଲେ ଭଲ । ବାହାରେ ବିକ୍ରି ହେଉଥିବା ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ। ଏହାସହ ଆପଣଙ୍କର ଆଖପାଖକୁ ସଫା ରଖନ୍ତୁ।
ଗରମ ଦିନରେ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।