ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସୁପ୍ରିମକୋର୍ଟ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଏହି କେନ୍ଦ୍ରୀୟ ଏଜେନ୍ସି ସବୁ ସୀମା ଉଲ୍ଲଘଂନ କରିଯାଉଛି ବୋଲି କହିଛନ୍ତି କୋର୍ଟ। ଭୁଲ୍ ହୋଇଥିଲେ ବି ଜଣେ ଓକିଲ ଏବଂ ମହକିଲଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସ୍ଵତନ୍ତ୍ର ହୋଇଥାଏ। ଏହାକୁ ନେଇ ଓକିଲଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇପାରିବ ନାହିଁ। ଏଭଳି ମାମଲାରେ ଇଡି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ଉଚିତ ବୋଲି ପ୍ରଧାନ ବିଚାରପତି ବିଆର ଗଭାଇ ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି।
ଆଇନଗତ ପରାମର୍ଶ ଦେଇଥିବା ଜଣେ ଓକିଲଙ୍କୁ ଇଡି ସମନ ପଠାଇବା ମାମଲାର ବିଚାର କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ତଦନ୍ତ ସମୟରେ ଆଇନଗତ ପରାମର୍ଶ ଦେବା କିମ୍ବା ମହକିଲଙ୍କ ପକ୍ଷରୁ ଉପସ୍ଥିତ ହୋଇଥିବା ବରିଷ୍ଠ ଓକିଲ ଅରବିନ୍ଦ ଦତ୍ତାର ଏବଂ ପ୍ରତାପ ବେଣୁଗୋପାଳଙ୍କୁ ଇଡି ସମନ ପଠାଇ ଥିଲା। ଆଇନଗତ ବୃତ୍ତିର ସ୍ବାଧୀନତା ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଭାବ ସମ୍ବନ୍ଧିତ ମାମଲାର ନିଜ ଆଡୁ ଶୁଣାଣି କରି ମାର୍ଗଦର୍ଶିକା ଆଣିବା ପାଇଁ କୋର୍ଟ କହିଛନ୍ତି।
ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ ଅନେକ ମାମଲାରେ ଇତି ନିଜ ସୀମା ଲଙ୍ଘନ କରୁଥିବା ଦେଖାଯାଉଛି। ଆମେ କିଛି ଜାଣିନାହୁଁ ବୋଲି ଭାବନାହିଁ। ସରକାର ଏବଂ ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କ ମନ୍ତବ୍ୟ ଉପରେ ଓକିଲଙ୍କୁ ସମନ ପଠାଇଥିବା ଏଜେନ୍ସି ଇଡି ପାଇଁ ମାର୍ଗଦର୍ଶିକା ହେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଉଚ୍ଚ ସ୍ତରରେ ରଖାଯାଇଛି।
ତଦନ୍ତକାରୀ ସଂସ୍ଥାକୁ ଆଇନଗତ ପରାମର୍ଶ ଦେବା ପାଇଁ ଓକିଲମାନଙ୍କୁ ନୋଟିସ୍ ଜାରି ନ କରିବାକୁ କୁହାଯାଇଛି। ମିଥ୍ୟା କାହାଣୀ ଗଢ଼ି ପ୍ରତିଷ୍ଠାନଗୁଡ଼ିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଅନେକ ସମୟରେ ବିଭିନ୍ନ ମାମଲାକୁ ଆଧାର କରି ଭୁଲ ଭାବେ ଉପସ୍ଥାପନ କରାଯାଇଥାଏ । ଏହା ମୁଁ କହୁଛି, ଇଡି ନୁହେଁ । ଏକ ପ୍ରତିଷ୍ଠାନ ବିରୁଦ୍ଧରେ କାହାଣୀ ଗଢ଼ିବା ପାଇଁ ଷଡ଼ଯନ୍ତ୍ର ହେଉଛି। କୋର୍ଟ କିଛି ମାମଲାରୁ ଏହା ଜାଣିପାରିବେ।
ଆଟର୍ଣି ଜେନେରାଲ ଆଉ ଭେଙ୍କଟରମଣି ମଧ୍ୟ କହିଥିଲେ ଯେ ସେ ଇଡି ଅଧିକାରୀଙ୍କ ସହିତ କଥା ହୋଇଛନ୍ତି । ଓକିଲମାନଙ୍କୁ ସମନ ପଠାଇବା ଭୁଲ୍ ଥିଲା । କାରଣ ଆଇନଗତ ପରାମର୍ଶ ଦେବା ପାଇଁ ଓକିଲମାନଙ୍କୁ ସମନ କରାଯାଇପାରିବ ନାହିଁ। ସେହିପରି ମେହେଟ୍ଟା ଗଣମାଧ୍ୟମ ରିପୋର୍ଟକୁ ନେଇ ସତର୍କ କରାଇଥିଲେ। ସେ ଦୁର୍ନୀତି ଅଭିଯୁକ୍ତ ରାଜନେତାଙ୍କ ବିଷୟରେ ଉଲ୍ଲେଖ କରିବାରୁ ଏହାକୁ ରାଜନୀତିକରଣ ନ କରିବା ପାଇଁ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ବୋଲି ସିଜେଆଲ ଉଲ୍ଲେଖ କରିଥିଲେ।
ସୁପ୍ରିମକୋର୍ଟ ଓକିଲ ସଂଘର ଅଧ୍ୟକ୍ଷ ବିକାଶ ସିଂହ ଚୀନ୍ ଏବଂ ତୁର୍କୀର ଉଦାହରଣ ଦେଇ କହିଥିଲେ ଯେ ଆଇନଗତ ବୃତ୍ତିର ସ୍ବାଧୀନତା ଉପରେ ଆକ୍ରମଣ କରୁଥି ଦେଶର ମାର୍ଗରେ ଭାରତ ନ ଯିବା ଉଚିତ । ଏହାକୁ ସବୁଦିନ ପାଇଁ ରଦ୍ଦ କରିଦିଆଯିବା ଉଚିତ । ତୁର୍କୀ ଏବଂ ଚୀନ୍ ଓକିଲ ସଂଘକୁ ଭାଙ୍ଗି ଦେଇଥିବା କୁହାଯାଉଛି। ଆଇନଗତ ରାୟ ଦେବା ପାଇଁ ଓକିଲଙ୍କୁ ସମନ ଘଟଣା ବିପଜ୍ଜନକ ଉଦାହରଣ ସୃଷ୍ଟି କରିଛି। ନଚେତ, ସମ୍ପୂର୍ଣ ନ୍ୟାୟ ବ୍ୟବସ୍ଥା ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ। ଓକିଲ ସ୍ବାଧୀନ ଭାବେ ପରାମର୍ଶ ଦେଇପାରିବେ ନାହିଁ ।
