Ranveer Allahbadia : ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ’ରେ ଅଶ୍ଳୀଳ ମଜାକକୁ ନେଇ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଏକାଧିକ ଏଫ୍ଆଇଆର୍ ରୁଜୁ କରିବା ବିରୋଧରେ ସେ ଶୁକ୍ରବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ରଣବୀର ଆଲ୍ଲାବାଦିଆଙ୍କ ପକ୍ଷରୁ ଆଇନଜୀବୀ ଅଭିନବ ଚନ୍ଦ୍ରଚୂଡ଼ ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରକ୍ରିୟା ଅନୁଯାୟୀ ମାମଲାର ଶୁଣାଣି କରାଯିବ।
ମହାରାଷ୍ଟ୍ର ସାଇବର ସେଲ୍, ମୁମ୍ବାଇ ପୁଲିସ ଏବଂ ଆସାମ ପୁଲିସ ଆଲ୍ଲାବାଦିଆ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ସେମାନଙ୍କୁ ସମନ ଜାରି କରିଛନ୍ତି।
ୟୁଟ୍ୟୁବ ସୋ’କୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ମହାରାଷ୍ଟ୍ର ସାଇବର ବିଭାଗ ଆଲ୍ଲାବାଦିଆ ଏବଂ ଅନ୍ୟ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ଅପୂର୍ବ ମଖିଜା ଓ ଆଶିଷ ଚାଞ୍ଚଲାନୀଙ୍କ ବୟାନ ରେକର୍ଡ କରିଥିବା ବେଳେ ରଣବୀର ଆଲ୍ଲାବାଦିଆ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି।
ଆସାମ ପୋଲିସ ତାଙ୍କ ଏତଲାରେ ରଣବୀର ଆଲ୍ଲାବାଦିଆ ଏବଂ ଅନ୍ୟ ଚାରି ଜଣଙ୍କ ନାମରେ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ’ର ଏକ ଏପିସୋଡ୍ ରେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେବା ଏବଂ ଯୌନ ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ଥିବା ଅଭିଯୋଗ ଆଣିଛି। ଏତଲା ପରେ ଆସାମ ପୁଲିସ ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲା।
ରଣବୀର ଅଲ୍ଲାହବାଦିଆଙ୍କ ବିରୋଧରେ ଅଭିଯୋଗ, ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ ସେଟ୍ ରେ ପହଞ୍ଚିଲା ମୁମ୍ବାଇ ପୁଲିସ