ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ଗୋଡ଼ ଟେକି ବସିଥିବା ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅସଲ ସ୍ୱରୂପ ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ସରକାରୀ ଚାକିରିରେ ଥିବାବେଳେ ସେ କିପରି ବିଜେଡି ପାଇଁ ଭୋଟ୍ ଯୋଗାଡ଼ରେ ଲାଗିଥିଲେ ଓ ଏଥଇପାଇଁ ସରକାରୀ ତହବିଲକୁ ଉପଯୋଗ କରିଥିଲେ ତାହା ମଧ୍ୟ ଉଜାଗର ହୋଇଛି।
ବିଜଦ ସରକାର କ୍ଷମତାରେ ଥିବାବେଳେ ମିଶନଶକ୍ତି ବିଭାଗ ମହିଳାମାନେ କିପରି ବିଜୁ ଜନତା ଦଳ ପାଇଁ ଭୋଟ୍ ପ୍ରଚାର କରି ଦଳୀୟ କାମରେ ଲାଗିବେ ସେଥିପାଇଁ ମିଶନଶକ୍ତି ବିଭାଗ ସାଢ଼େ ପାଞ୍ଚ ମାସରେ ଦୁବାଇ ମଉଜ ନାମରେ ୧୩ ଗୋଟି ୪୮ ଲକ୍ଷ ୩୦ ହଜାର ୧୩ଟଙ୍ଗା ସରକାରୀ ତହବିଲରୁ ଖର୍ଚ୍ଚ କରିଥିବା ଜଣାପଡ଼ିଛି ।
ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ୧୫ ନଭେମ୍ବର ୨୦୨୩ରୁ ୧ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ୯୫୯ଜଣଙ୍କୁ ସୁଜାତା ରାଉତ ସଚିବ ଥିବା ମିଶନ ଶକ୍ତି ବିଭାଗ ଦୁବାଇ ବୁଲାଇ ନେଇଥିଲା। ଏଥିରେ ମିଶନଶକ୍ତି ବିଭାଗରୁ ୨୬୩ଜଣ, ଜଳସମ୍ପଦ ବିଭାଗରୁ ୧୫ଜଣ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗରୁ ୩୬ଜଣ, ମହିଳା ଓ ଶିଶୁବିଭାଗ ବିଭାଗରୁ ୩୬ଜଣ, ଏସଡି ଆଣ୍ଡ ଟିଇ ବିଭାଗରୁ ୩୬ଜଣ, ଓଏଲଏଲସି ବିଭାଗରୁ ୨୪ଜଣ, ମିଶନଶକ୍ତି ବିଭାଗରୁ ଏସକର୍ଟ ଅଫିସର ୨୩ଜଣ ଓ ପର୍ଯ୍ୟୟନ ବିଭାଗରୁ ଏସକର୍ଟ ଅଫିସର ୨୬ଜଣ ଦୁବାଇ ଭ୍ରମଣରେ ପାଇଥିଲେ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ କଦମ୍ଭ ଭୁବନେଶ୍ୱର
ଏହି ଲୋକମାନଙ୍କର ଏୟାର ଟିକଟ ବାବଦକୁ ୩କୋଟି ୬ଲକ୍ଷ ୩୧ହଜାର ୫୪୯ଟଙ୍ଗା, ଟ୍ରାଭେଲ୍ ଇନ୍ସ୍ୟୁରାନ୍ସ ବାବଦକୁ ୬ଲକ୍ଷ ୮୯ ହଜାର ୫୭୦ ଟଙ୍କା, ଭିସାଖର୍ଚ୍ଚ ବାବଦକୁ ୮୬ଲକ୍ଷ ୧୫ ହଜାର ୬୦୩ ଟଙ୍କା, ଆଲାଉନ୍ସ ବାବଦକୁ ୧କୋଟି ୧୮ଲକ୍ଷ ୧୪ ହଜାର ୫୯୨ ଟଙ୍କା, ସ୍ଥାନୀୟ ଲଜିଷ୍ଟିକ ବାବଦକୁ ୩୮ଲକ୍ଷ ୧୨ ହଜାର ୧୯୯ ଟଙ୍କା, ଦୁବାଇରେ ଲଜିଷ୍ଟିକ ବାବଦକୁ ୭କୋର୍ଟ ୯୨ ୬୬ହଜାର ୫୦୦ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି।
ଏହି ଦୁବାଇ ମଇଜ ପାଇଁ ୨୬ ଥରରେ ୯୫୯ଜଣଙ୍କୁ ମିଶନଶକ୍ତି ବିଭାଗ ଦୁବାଇ ଭ୍ରମଣରେ ନେଇଥିବା ଜଣାପଡ଼ିଛି ।
Also Read https://purvapaksa.com/pakistan-suppress-billions-rupees-of-bangladesh/
