Lift: ଗୋଟିଏ ମହଲାରୁ ଅନ୍ୟ ମହଲାକୁ ଯିବା ପାଇଁ ଉଚ୍ଚ ଉଚ୍ଚ ବିଲଡିଂରେ ଲିଫ୍ଟର ବ୍ୟବହାର କରାଯାଏ ।
ଅଫିସ୍ କିମ୍ବା ମଲ୍ ରେ ସପିଂ କରିବାକୁ ଯାଆନ୍ତୁ, ଲିଫ୍ଟ ବ୍ୟବହାର କରିବା କେବଳ ଏକ ସାଧାରଣ ଜିନିଷ ନୁହେଁ ବରଂ ସମୟ ବଞ୍ଚାଇବା ପାଇଁ ଏହାର ବିଶେଷ ଆବଶ୍ୟକତା ମଧ୍ୟ ରହିଛି । ଯଦି ଆପଣ କିଛି ସେକେଣ୍ଡ କିମ୍ବା କିଛି ମିନିଟ୍ ପାଇଁ ଏକ ଲିଫ୍ଟରେ ଅଟକି ଯାଆନ୍ତି, ତେବେ ଆପଣ ସହଜରେ ବାହାରକୁ ଆସିପାରିବେ । କିନ୍ତୁ ଯଦି ଆପଣ ଦୀର୍ଘ ସମୟ ଧରି ଏକ ଲିଫ୍ଟରେ ଅଟକି ଯାଆନ୍ତି ତେବେ ଆପଣ କ’ଣ କରିବେ?
ଏକ ଲିଫ୍ଟରେ ଅଟକି ରହିବା ପ୍ରକୃତରେ ଟିକେ ଅସୁବିଧାଜନକ ଏବଂ ବୋଧହୁଏ ସମସ୍ତଙ୍କ ପାଇଁ ଏକ ଦୁଃସ୍ୱପ୍ନ। ଆପଣ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ ଏବଂ ଯଦି ଆପଣ କେବେ ଲିଫ୍ଟ ଭିତରେ ଅଟକି ଯାଆନ୍ତି ତେବେ କ’ଣ କରିବା ଉଚିତ ଜାଣନ୍ତୁ…
ଯଦି ଆପଣ କେଉଁଠି ଯାଉଛନ୍ତି ହଠାତ୍ ଲିଫ୍ଟ ବନ୍ଦ ହୋଇଯାଉଛି। ସେ ସ୍ଥାନରେ ଆପଣ ସାଧାରଣତଃ ଇଲେଭଟର ବଟନ ଦବାଇଥାନ୍ତି। ଯାହା କୌଣସି କାମରେ ଆସିନଥାଏ। ତେଣୁ ଏଭଳି ପରିସ୍ଥିତିରେ ଆଲାରାମ ବଟନ ଫୋନ ଲାଇଟ ସାହାଯ୍ୟରେ ଦବାଇବା ଦରକାର। ଯାହାଫଳରେ ଗାର୍ଡ ଯଥାଶୀଘ୍ର ଆପଣ ପାଖରେ ପହଞ୍ଚିଯିବ।
ଲିଫ୍ଟରେ ଏକ ପାୱାର ବଟନ ଥାଏ। ଯାହାକୁ ଦବାଇବାର କିଛି ସମୟ ପରେ ଲିଫ୍ଟ ଚାଲିବା ଆରମ୍ଭ କରିଥାଏ। ତେଣୁ ଲିଫ୍ଟ ବନ୍ଦ ହୋଇଗଲେ କିଛି ସମୟ ଧୈର୍ଯ୍ୟ ସହ ଅପେକ୍ଷା କରି ଏହାକୁ ପ୍ରେସ କରିବା ଦରକାର ।
ଲିଫ୍ଟ ଭିତରେ କେବେ ବି ସିଗାରେଟ ଲଗାଇବେନି । ଏହା କେବଳ ଆପଣଙ୍କୁ ନୁହେଁ ଆପଣଙ୍କ ସହଯୋଗୀଙ୍କୁ ମଧ୍ୟ ବିପଦ ମୁହଁକୁ ଟାଣି ଆଣିବ। ସିଗାରେଟ ଧୂଆଁରେ ସର୍ଟସର୍କିଟର ସମ୍ଭାବନା ଅଧିକ ରହିଥାଏ।
ଯଦି ଆପଣ ଲିଫ୍ଟ ବାହାରେ ଅଛନ୍ତି ଓ ଲିଫ୍ଟର ଡୋର୍ ବନ୍ଦ ହୋଇଯାଉଛି ସେ ସମୟରେ ହାତ ଦେଖାଇଲେ ବି ଲିଫ୍ଟ ରୁହେନି ତେଣୁ ଏଥିପ୍ରତି ସତର୍କ ରହିବା ଦରକାର।
ତେବେ ଆପଣଙ୍କୁ ଜଣାଇଦିଆଯାଉଛି କି ,ଲିଫ୍ଟକୁ ଆମେରିକାର ଓଟିସଙ୍କ ଦ୍ବାରା 125 ବର୍ଷ ତଳେ ନିର୍ମାଣ କରାଯାଇଥିଲା। ତେଣୁ ବଡବଡ ଅଟ୍ଟାଳିକାରେ ଯିବା ଆସିବାର ସୁବିଧାକୁ ଦୃଷ୍ଟିରେ ରଖି ସେ ଏହାର ନିର୍ମାଣ କରିଥିଲେ।
ALSO READ: https://purvapaksa.com/ear-pain/