ପାର୍ବଣ ଆରମ୍ଭରୁ ରାଜଧାନୀରେ କରାଇଲେଣି ଅପରାଧୀ। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ହିଁ ପରେ ନାହାନ୍ତି। ଖାଲି ଏତିକି ନୁହେଁ, ଅନ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ଟି ତାଲିକାରେ ୧୯୦୦ରୁ ଅଧିକଙ୍କ ନାମ ତଡ଼ିପାର ହେବେ କୁଖ୍ୟାତ ଅପରାଧୀ । କେଉଁଠି ଜମି ପାଇଁ ବୋମା ମାଡ଼ ହେଲାଣି ତ କେଉଁଠି ବନ୍ଧୁକ ଗଢିଲାଣି। ପୁଣି ବାର୍ରେ ମସ୍ତି କରି ରକ୍ତପାତ ଘଟିଲାଣି।
ଚକେଇସିଆଣିରେ ପୂଜା ମଣ୍ଡପକୁ ନେଇ ଖଣ୍ଡା ବୁଲିବା, ସହିଦନଗର ଅଞ୍ଚଳରେ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ସତ୍ୟବିହାର ଅଞ୍ଚଳରେ ଏକ ବାରରେ ନିଶାଡ଼ିଙ୍କ ଆତଙ୍କ, ଭରତପୁର ଅଞ୍ଚଳରେ ବୋମାମାଡ଼ ଗତ କିଛିଦିନ ହେବ ଅପରାଧିଙ୍କ ଏଭଳି ଅରାଜକତାରୁ ରାଜଧାନୀର ଅପରାଧର ଚିତ୍ର ସ୍ପଷ୍ଟ ବାରି ହେଉଛି। ଏହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।
ଭାଇଗିରି ଓ ଅପରାଧୀଙ୍କ ଦୌରାତ୍ମ୍ୟ ରୋକିବା ଲାଗି କମିସନରେଟ୍ ପୁଲିସ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୯୦୦ରୁ ଅପରାଧୀଙ୍କ ତାଲିକା କରିଛି ପୋଲିସ। ଖୋଜି ଖୋଜି ସେହି ଅପରାଧୀଙ୍କୁ ବନ୍ଧାଯିବା ଓ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିବାଲାଗି ଚିନ୍ତା ମଧ୍ୟ କରାଯାଇଛି।
ଗଣେଶ ପୂଜା ପୂର୍ବରୁ ଏହି ଅଭିଯାନ ମାଧ୍ୟମରେ ୩୦୦ ଅପରାଧୀଙ୍କୁ ଗିରଫ କରିସାରିଛି । ସ୍ଵତନ୍ତ୍ର କମିସନରେଟ୍ ପୁଲିସ୍ ତରଫରୁ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ବିଏସ୍ଏସ୍ ଦଫା ୧୨୯ ଲଗାଯିବା ଓ ଦରକାର ପଡ଼ିଲେ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବନରେ ବାନ୍ଧିବା ପାଇଁ ସ୍ଥିର କରାଯାଇଛି। ପୂଜା
ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ, ଏଥିପାଇଁ ସମସ୍ତ ଥନାକୁ ସକ୍ରିୟ ରହିବାକୁ ନିର୍ଦେଶ ଦିଆଯାଇଛି। ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।
ଡିସିପିଙ୍କ ବ୍ଲୁ ପ୍ରିଣ୍ଟ ପରେ ଅଭ୍ୟାସଗତ ଅପରାଧୀ, ଚୋର, ହତ୍ୟାକାରୀ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ପଡ଼ ହେଉଛି । ସେହିପରି ଦାଗୀ ଅପରାଧୀଙ୍କୁ ସପ୍ତାହକୁ ଥରେ ଥାନାରେ ହାଜିରା ଦେବାକୁ ବାଧ୍ୟ କରାଯିବ । ଏଥିପାଇଁ ଡିସିପିଙ୍କ ନେତୃତ୍ବରେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।
ଏଥି ପାଇଁ ୨୫ଟି ଥାନାରେ ୩୦୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପାର୍ବଣରେ ଅପରାଧୀଙ୍କୁ ସାବାଡ଼ ପାଇଁ ଏହି ପ୍ରସ୍ତୁତି କରାଯାଇଛି । ଖଣ୍ଡଗିରି ଓ ସଦିଦନଗର ଥାନାରେ ସର୍ବାଧିକ ଦାଗୀ ଅପରାଧୀ ଥିବା ଜଣାପଡ଼ିଛି। ସେହିପରି ମଞ୍ଚେଶ୍ଵର ଥାନା, ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଇନ୍ଫୋସିଟି, ଇନ୍ଫୋଭ୍ୟାଲି, ଏୟାରଫିଲ୍ଡ ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି।
କମିସନରେଟ୍ ପୁଲିସର ଏହି ଅଭିଯାନରେ ଆଗକୁ ଆହୁରି ନାଁ ଯୋଡ଼ାଯିବ। ଅପରାଧ ଛାଡ଼ିପାରୁ ନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ ନଜର ରଖାଯାଇଛି। ଏହାଛଡ଼ା କିଛି କୁଖ୍ୟାତ ଦାଗୀଙ୍କୁ ତଡ଼ିସାର ପାଇଁ କମିସନରେଟ୍ ପୁଲସି ତାଲିକା କରିଛି । ପାର୍ବଣରେ ଜୋରଜବରଦସ୍ତି ଚାନ୍ଦା ମାଗୁଥିବା ଅସାମାଜିକଙ୍କ ସମ୍ପର୍କରେ ଟୋଲ୍ ଫ୍ରି ନମ୍ବର ୧୧୨ରେ ଅଭିଯୋଗ କରିବା ପାଇଁ ଡିସିପି ଲୋକଙ୍କୁ ଅନୁରୋଧ କରିଛନ୍ତି।
Also Read https://purvapaksa.com/russia-further-reduces-oil-prices-for-india/


