- ଆଡ଼ିଲେଡରେ ଷ୍ଟାର୍କ ପୂରଣ କଲେ ୫୦ ୱିକେଟ୍
- ୨୦୨୪ରେ ବୁମରାଙ୍କ ୫୦ ୱିକେଟ୍
ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଘରୋଇ ଦଳ ଅଷ୍ଟ୍ରେଲିଆ ଦଳର ଆଧିପତ୍ୟ ଜାରି ରହିଛି । ମିଚେଲ ଷ୍ଟାର୍କଙ୍କ ଘାତକ ପେସ୍ ବୋଲିଂର ମୁକାବିଲା କରିନପାରି ଭାରତ ପ୍ରଥମ ଇନିଂସରେ ମାତ୍ର ୧୮୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଷ୍ଟାର୍କ ୬ଟି ୱିକେଟ୍ ନେଇ ଅନେକ ରେକର୍ଡ ସ୍ଥାପନ କରିଥିଲେ । ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରା ମଧ୍ୟ କିଛି ରେକର୍ଡ ସ୍ଥାପନ କରିଥିଲେ। ବୁମରା ୨୦୨୪ ବର୍ଷରେ ସର୍ବାଧିକ ୱିକେଟ ଅର୍ଜନ କରିଛନ୍ତି।
- ଭାରତ ଆଜି ଟସ୍ ଜିତି ବ୍ୟାଟିଂ କରି ୧୮୦ ରନରେ ଅଲ୍ ଆଉଟ୍ ହୋଇଥିଲା । ଚଳିତ ବର୍ଷ ଭାରତ ଏଭଳି ଟସ ଜିତି ପ୍ରଥମେ ବ୍ୟାଟିଂ କରି ୩ଥର ୧୮୦ ରନ୍ ମଧ୍ୟରେ ଅଲ୍ ଆଉଟ୍ ହୋଇ ସାରିଛି । ଗୋଟିଏ ବର୍ଷରେ ସର୍ବାଧିକ ୫ଥର ୧୮୦ରୁ କମ୍ ରନ୍ ମଧ୍ୟରେ ଅଲ୍ ଆଉଟ୍ ହେବାର ରେକର୍ଡ ମଧ୍ୟ ଭାରତ ନାମରେ ରହିଛି । ୧୯୫୯ରେ ଭାରତ ଏଭଳି ଅଲୋଡ଼ା ରେକର୍ଡ କରିଥିଲା ।
- ଷ୍ଟାର୍କ ଆଜି ୪୮ ରନ୍ ପ୍ରଦାନ କରି ୬ଟି ୱିକେଟ୍ ନେଇଥିଲେ । ଟେଷ୍ଟ କ୍ରିକେଟରେ ଏହା ତାଙ୍କର ବ୍ୟାକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଭରତ ବିପକ୍ଷରେ ମଧ୍ୟ ଏହା ଷ୍ଟାର୍କ ପ୍ରଥମ ଥର ପାଇଁ ୫ୱିକେଟ୍ ସଫଳତା ଅର୍ଜନ କରିଥିଲେ ।
- ଷ୍ଟାର୍କ ଆଜି ଇନିଂସର ପ୍ରଥମ ବଲ୍ରେ ଯଶସ୍ୱୀ ଜୈସ୍ୱାଲଙ୍କୁ ଆଉଟ୍ କରିଥିଲେ । ଟେଷ୍ଟ କ୍ରିକେଟରେ ଷ୍ଟାର୍କ ୩ଥର ଇନିଂସର ପ୍ରଥମ ବଲରେ ୱିକେଟ୍ ନେଇଛନ୍ତି । ସେ ୨୦୧୬ ଗାଲେ ଟେଷ୍ଟରେ ଦିମୁଥ କରୁଣାରତ୍ନେ ଓ ୨୦୨୧ ବ୍ରିସବେନ ଟେଷ୍ଟରେ ଇଂଲଣ୍ଡର ରୋରି ବର୍ଣ୍ଣସଙ୍କୁ ଆଉଟ୍ କରିଥିଲେ ।
- ଆଜିର ୬ ୱିକେଟ୍କୁ ମିଶାଇ କେବଳ ଆଡିଲେଡରେ ଷ୍ଟାର୍କ ୫୩ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ଅଷ୍ଟ୍ରେଲିଆର ତୃତୀୟ ବୋଲର ଭାବେ ଷ୍ଟାର୍କ ଆଡିଲେଡରେ ୫୦ରୁ ଉର୍ଦ୍ଧ୍ୱ ୱିକେଟ୍ ଅକ୍ତିଆର କରିଛନ୍ତି । ତାଙ୍କ ପୂର୍ବରୁ ସେନ ୱାର୍ଣ୍ଣ ୫୬ ଓ ନାଥାନ ଲୟନ ୬୩ଟି ୱିକେଟ୍ ନେଇଛନ୍ତି ।
- କେବଳ ପିଙ୍କ ବଲ୍ ଟେଷ୍ଟରେ ଷ୍ଟାର୍କ ୭୨ଟି ୱିକେଟ୍ ନେଇ ସାରିଛନ୍ତି । ଦ୍ୱିତୀୟ ସର୍ବାଧିକ ୱିକେଟ୍ ନାଥାନ ଲାୟନଙ୍କ ନାମରେ ରହିଛି । ସେ ୪୩ଟି ୱିକେଟ୍ ନେଇଛନ୍ତି ।
- ଯଶପ୍ରିତ ବୁମରା ମଧ୍ୟ ଆଜି ଏକ ରେକର୍ଡରେ ସାମିଲ ହୋଇଛନ୍ତି । ଉସମାନ ଖୱାଜାଙ୍କୁ ଆଉଟ୍ କରି ବୁମରା ୱିକେଟରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ସେ ୨୦୨୪ରେ ସର୍ବାଧିକ ୫୦ଟି ୱିକେଟ୍ ନେଇ ସାରିଲେଣି ।
previous article: https://purvapaksa.com/virat-kohli-is-in-form-fired-up-and-ready-to-add-to-incredible-adelaide-oval-record/