ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା -୨’ । ଯାହାକୁ ଦେଖିବା ପାଇଁ ସମସ୍ତ ପ୍ରଶଂସକମାନେ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଫିଲ୍ମକୁ ନେଇ ପ୍ରଶଂସକମାନେ ଯେତେ ଉତ୍ସାହିତ ଅଛନ୍ତି ତା’ ଠାରୁ ବହୁତ ଅଧିକ ଏହି ଫିଲ୍ମରେ ଥିବା ଆଇଟମ୍ ସଙ୍ଗକୁ ନେଇ ଥିଲେ । ତେବେ ସମସ୍ତ ଅପେକ୍ଷାର ଅନ୍ତ ପରେ ଆସିଯାଇଛି ଏହି ଫିଲ୍ମର ଆଇଟମ୍ ସଙ୍ଗ ‘କିସିକ୍’ । ଯେଉଁଥିରେ ସାମନ୍ଥାକୁ ରିପ୍ଲେସ କଲେ ଅଭିନେତ୍ରୀ ଶ୍ରୀଲୀଲା । ଯାହାଙ୍କ ଡାନ୍ସ ଦେଖିବା ପରେ ସମସ୍ତେ ଝୁମିବାକୁ ଆରମ୍ଭ କରିଛନ୍ତି ।
ଏଥିରେ ଶ୍ରୀଲିଲା ଏବଂ ଅଲୁ ଅର୍ଜୁନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଏହି ଗୀତର ସଙ୍ଗୀତକୁ ଦେବୀ ଶ୍ରୀ ପ୍ରସାଦ ରଚନା କରିଛନ୍ତି । ଗୀତର ଟିଜର ରିଲିଜ ହେବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଶ୍ରୀଲୀଲା ଏବଂ ଅଲୁ ଅର୍ଜୁନଙ୍କ ଏକ ଚମତ୍କାର ଡ୍ୟାନ୍ସ ଦେଖିବାକୁ ମିଳିଥିବା ବେଳେ ଲୋକେ ଏହି ଗୀତର ଟିଜର ଦେଖି ନିଜ ପ୍ରତିକ୍ରିୟା ଦେଉଛନ୍ତି । ଆସନ୍ତା ସମୟରେ ଏହି ଗୀତଟି ମଧ୍ୟ ଏକ ଟ୍ରେଣ୍ଡିଂ ଗୀତ ହେବାକୁ ଯାଉଛି । ଶ୍ରୀଲିଲା ଏବଂ ଅଲୁ ଅର୍ଜୁନଙ୍କ ଯୋଡ଼ିକୁ ମଧ୍ୟ ଅନେକ ପସନ୍ଦ କରୁଛନ୍ତି ଦର୍ଶକ । ଫିଲ୍ମ ‘ପୁଷ୍ପା ୨’ ୦୫ ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ । ଏହା ଫିଲ୍ମଟି ପ୍ୟାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ।
୨୦୨୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପୁଷ୍ପା: ଦ ରାଇଜ’ ପ୍ରେକ୍ଷାଳୟରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ଏଥିରେ ଆଇଟମ ଗୀତ ‘ଉ ଆଣ୍ଟାୱା’ ବେଶ ଲୋକପ୍ରିୟତା ସାଉଁଟିଥିଲା । ଏହି ଗୀତରେ ନିଜର ଦମଦାର ଡ୍ୟାନ୍ସ ସହ ସାମନ୍ଥା କୋଟି ଲୋକଙ୍କ ହୃଦୟ ଜିତିଥିଲେ । ତାଙ୍କ ଜବରଦସ୍ତ ଡାନ୍ସ ପରେ ତାଙ୍କ ପପୁଲାରୀଟି ଆହୁରି ବଢ଼ି ଯାଇଥିଲା । ଏହାପରେ ଦର୍ଶକମନ ପୁଣିଥରେ ସାମନ୍ଥାଙ୍କୁ ଆଉ ଏକ ନୂଆ ଢଙ୍ଗରେ ଦେଖିବା ପାଇଁ ଅପେକ୍ଷା କରିଥିଲେ । ହେଲେ ‘ପୁଷ୍ପା-୨: ଦ ରୁଲ୍’ ସାମନ୍ଥାଙ୍କୁ ରିପ୍ଲେସ କଲେ ଶ୍ରୀଲୀଲା । ଏହି ଗୀତର ଲିରିକ୍ସ ଏବଂ ଶ୍ରୀଲିଲା ଏବଂ ଅଲୁ ଅର୍ଜୁନଙ୍କ ଡାନ୍ସ ଦେଖି କହି ପାରିବା ଯେ ଏହି ଗୀତଟି ମଧ୍ୟ ଏକ ଚାର୍ଟବଷ୍ଟର ହେବାକୁ ଯାଉଛି ।
ଅଭିନେତ୍ରୀ ଶ୍ରୀଲୀଲା
୨୦୧୭ରେ ତେଲୁଗୁ ଫିଲ୍ମ ‘ଚିତ୍ରଙ୍ଗଦା’ରେ ସିନେମା ଦୁନିୟାରେ ପାଦ ଥାପିଥିଲେ ଶ୍ରୀଲୀଲା । ‘ଧମାକା’ ଏବଂ ‘ସ୍କନ୍ଧା’ ଭଳି ଚଳଚ୍ଚିତ୍ରରେ କାମ କରିଥିବାବେଳେ ତାଙ୍କୁ ‘ଗୁଣ୍ଟୁର କରମ’ର ‘କୁରିଚି ମଦାଥାପେଟ୍ଟି’ ଗୀତରେ ମହେଶ ବାବୁଙ୍କ ସହ ଦମଦାର ଡ୍ୟାନ୍ସ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥିଲା ।
ALSO READ:https://purvapaksa.com/complaint-against-pushpa-2/