Budget 2025: କ୍ରୀଡ଼ା ଓ ଯୁବ ବ୍ୟାପାରକୁ ଗତ ବର୍ଷ ତୁଳନାରେ ୩୫୦ କୋଟିରୁ ଅଧିକ ପ୍ରୋତ୍ସାହନ
ଭାରତରେ କ୍ରୀଡ଼ା ପାଇଁ ବଜେଟକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟକୁ ୩,୭୯୪.୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସର୍ବାଧିକ ୧,୦୦୦ କୋଟି ଟଙ୍କା ପାଇଛି। ଏହା ପୂର୍ବ ବର୍ଷର ଆବଣ୍ଟନ ତୁଳନାରେ ୨୦୦ କୋଟି ଟଙ୍କା ଅଧିକ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟରେ କ୍ରୀଡ଼ା ଓ ଯୁବ ବ୍ୟାପାର ପାଇଁ ଆବଣ୍ଟନ ୩୫୧.୯୮ କୋଟି ଟଙ୍କା ବୃଦ୍ଧି କରାଯାଇଥିବାରୁ ତୃଣମୂଳ ସ୍ତରରେ କ୍ରୀଡ଼ାବିତ ଅନ୍ୱେଷଣ,ପୋଷଣ ଓ ପ୍ରସିକ୍ଷଣ ପାଇଁ ସରକାରଙ୍କ ପ୍ରମୁଖ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସବୁଠାରୁ ଅଧିକ ସଫଳ ସାବ୍ୟସ୍ତ ହୋଇଛି।
୨୦୨୫-୨୬ ଆର୍ଥିକ ବର୍ଷର ଏହି ମହତ୍ୱାକାଂକ୍ଷୀ ଯୋଜନାପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ୨୦୨୪-୨୫ରେ ଦିଆଯାଇଥିବା ୮୦୦ କୋଟି ଟଙ୍କା ଅନୁଦାନ ଠାରୁ ୨୦୦ କୋଟି ଟଙ୍କା ଅଧିକ। ମୋଟ ଉପରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ୩,୭୯୪.୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଆଗାମୀ ଏକ ବର୍ଷ ମଧ୍ୟରେ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କିମ୍ବା ଏସୀୟ କ୍ରୀଡ଼ା ଭଳି କୌଣସି ବଡ଼ କ୍ରୀଡ଼ା ପ୍ରତିଯୋଗିତା ନଥିବାରୁ ବୟବରାଦ କରାଯାଇଥିବା ଅର୍ଥ ବୃଦ୍ଧି ଯଥେଷ୍ଟ। ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସହାୟତା ପାଇଁ ଦିଆଯାଇଥିବା ରାଶିକୁ ମଧ୍ୟ ୩୪୦ କୋଟି ଟଙ୍କାରୁ ସାମାନ୍ୟ ବୃଦ୍ଧି କରାଯାଇ ୪୦୦ କୋଟି ଟଙ୍କା କରାଯାଇଛି।
ଭାରତ ଏବେ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ଏକ ମହତ୍ୱାକାଂକ୍ଷୀ ପ୍ରୟାସ ଜାରି ରଖିଛି, ଯେଉଁଥିପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିକୁ ଉଦ୍ଦେଶ୍ୟ ପତ୍ର ପ୍ରଦାନ କରାଯାଇଛି। ଜାତୀୟ ଶିବିର ଆୟୋଜନ ଏବଂ ଆଥଲେଟ୍ ପ୍ରଶିକ୍ଷଣ ପାଇଁ ଲଜିଷ୍ଟିକ୍ ବ୍ୟବସ୍ଥା ପାଇଁ ନୋଡାଲ ସଂସ୍ଥା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପାଇଁ ଆବଣ୍ଟନ ୮୧୫ କୋଟିଟଙ୍କାରୁ ୮୩୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
ସାରା ଦେଶରେ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଏବଂ ବ୍ୟବହାର ପାଇଁ ସାଇ କାର୍ଯ୍ୟ କରୁଛି। ଚଳିତ ଆର୍ଥିକ ବର୍ଷରେ ୨୩ କୋଟି ଟଙ୍କା ପାଇଥିବା ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ ପାଇଁ ମଧ୍ୟ ସମାନ ବୃଦ୍ଧି ଘୋଷଣା କରାଯାଇଛି। ୨୦୨୪-୨୫ରେ ଏହାକୁ ୧୮.୭୦ କୋଟି ଟଙ୍କା ଦିଆଯାଇଥିଲା।
ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିର ବଜେଟ କୁ ୨୦.୩୦ କୋଟିଟଙ୍କାରୁ ୨୪.୩୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ୧୯୯୮ମସିହାରେ ଗଠିତ ଜାତୀୟ କ୍ରୀଡ଼ା ଉନ୍ନୟନ ପାଣ୍ଠିରେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅନୁଦାନ ୧୮ କୋଟି ଟଙ୍କା ରହିଥିବା ବେଳେ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଅନୁଦାନକୁ ଚଳିତ ବର୍ଷ ୪୨.୬୫ କୋଟିଟଙ୍କାରୁ ୩୭ କୋଟି ଟଙ୍କାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ଯୁବ ଓ କିଶୋର ବିକାଶ କାର୍ଯ୍ୟକ୍ରମ ଏବଂ ଯୁବ ହଷ୍ଟେଲ ପାଇଁ ପାଣ୍ଠି ହ୍ରାସ ଘୋଷଣା କରାଯାଇଛି। ତେବେ ବହୁପାକ୍ଷିକ ସଂସ୍ଥା ଓ ଯୁବ ବିନିମୟ କାର୍ଯ୍ୟକ୍ରମ ପାଇଁ ଅବଦାନ ୧୧.୭୦ କୋଟି ଟଙ୍କାରୁ ୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
- ଜମ୍ମୁ-କାଶ୍ମୀରରେ କ୍ରୀଡ଼ା ସୁବିଧା ପାଇଁ ବଡ଼ ଧରଣର ବ୍ୟୟ ବରାଦ
ଜମ୍ମୁ-କଶ୍ମୀରରେ କ୍ରୀଡ଼ା ସୁବିଧା ବୃଦ୍ଧି ପାଇଁ ୨୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୧୪ କୋଟି ଟଙ୍କା ଅଧିକ। ବର୍ଦ୍ଧିତ ବଜେଟର ଏକ ବଡ଼ ଅଂଶ ଜାତୀୟ ସେବା ଯୋଜନାକୁ ଯିବ, ଯେଉଁଥିରେ ୪୫୦ କୋଟି ଟଙ୍କା ମିଳିବ, ଯାହା ପୂର୍ବ ବର୍ଷ ତୁଳନାରେ ୨୦୦ କୋଟି ଟଙ୍କା ଅଧିକ। ଜାତୀୟ ସେବା ଯୋଜନା (ଏନଏସଏସ)ର ଉଦ୍ଦେଶ୍ୟ ହେଉଛି ସ୍କୁଲ ଓ କଲେଜରେ ଯୁବକମାନଙ୍କ ଚରିତ୍ର ଏବଂ ବ୍ୟକ୍ତିତ୍ୱର ବିକାଶ କରିବା । ଏହା ଏକ ଯୋଜନା ଯାହା ସାମାଜିକ କାର୍ଯ୍ୟ ଏବଂ ସମାଜସେବା ମାଧ୍ୟମରେ ଯୁବପିଢ଼ିଙ୍କୁ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରେ ।
- ଏଠାରେ କ୍ରୀଡ଼ା ବଜେଟର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି
- ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧,୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- ଜାତୀୟ କ୍ରୀଡ଼ା ମହାସଂଘକୁ ସହାୟତା: ୪୦୦ କୋଟି ଟଙ୍କା ଆବଣ୍ଟନ, ଯାହା ପୂର୍ବ ବର୍ଷର ୩୪୦ କୋଟି ଟଙ୍କା ତୁଳନାରେ ସାମାନ୍ୟ ବୃଦ୍ଧି।
- ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ): ୮୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ପୂର୍ବ ବର୍ଷର ୮୧୫ କୋଟି ଟଙ୍କା ତୁଳନାରେ ଅଧିକ।
- ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ: ୨୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ପୂର୍ବ ବର୍ଷ ୧୮.୭୦ କୋଟି ଟଙ୍କା ଥିଲା।
- ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି: ୨୪.୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ପୂର୍ବ ବର୍ଷର ୨୦.୩୦ କୋଟି ଟଙ୍କା ତୁଳନାରେ ଅଧିକ।
- ଜାତୀୟ ସେବା ଯୋଜନା: ୪୫୦ କୋଟି ଟଙ୍କା ଆବଣ୍ଟନ, ପୂର୍ବ ବର୍ଷ ତୁଳନାରେ ୨୦୦ କୋଟି ଟଙ୍କା ଅଧିକ।
Previous article: https://purvapaksa.com/budget-2025-highlights-income-tax-free-up-to-%e2%82%b912-lakh/
ସଂକ୍ଷେପରେ ବଜେଟ ୨୦୨୫: ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ମୁକ୍ତ, ଜାଣନ୍ତୁ ବଜେଟରେ ଦେଖନ୍ତୁ ଅନ୍ୟ ବଡ଼ ଘୋଷଣା