ୱାକାରୁ ଆସିଛି ଡ୍ରପ ଇନ୍ ପିଚ୍
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ । ପର୍ଥର ଅପ୍ଟସ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଇତି ମଧ୍ୟରେ ଭାରତୀୟ ଦଳ ପୁରୁଣା ୱାକା(ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ୍ ଆସୋସିଏସନ) ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଥିବାବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡର ପମୁଖ କ୍ୟୁରେଟରମାନେ ପ୍ରଥମ ଟେଷ୍ଟ ପାଇଁ ପେସ ବୋଲରଙ୍କୁ ସୁହାଇବା ଭଳି ଏକ ଘାତକ ପିଚ୍ ପସ୍ତୁତ କରିବାରେ ଲଗିଛନ୍ତି । ରାଗ ମସଲାରେ ପରିପୂର୍ଣ୍ଣ ଭାରତୀୟ ଖାଦ୍ୟ ଭଳି ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ବ୍ୟାଟରଙ୍କ ମନରେ ଆତଙ୍କ ଖେଳାଇଦେବ ବୋଲି କ୍ୟୁରେଟର ଆଇଜାକ୍ ମ୍ୟାକଡୋନାଲ୍ଡ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପଥମ ଟେଷ୍ଟ ପାଇଁ ପସ୍ତୁତ କରାଯାଇଥିବା ପିଚ୍ ପେସ୍ ବୋଲରଙ୍କ ଉତ୍ସାହ ବଢାଇ ଦେବ । ମାତ୍ର ବ୍ୟାଟରମାନଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ । ଷ୍ଟାଡ଼ିୟମ୍ ପରିବର୍ତ୍ତନ ହୋଇଥିଲେ ହେଁ ପର୍ଥର ଇତିହାସ ବଜାୟ ରହିବ । ପିଚ୍ରେ ଅତିରିକ୍ତ ବାଉନ୍ସ ଦେଖିବାକୁ ମିଳିବ । ବଲ୍ ପିଚରେ ପଡ଼ିବା ମାତ୍ରେ ଦ୍ରୁତ ବେଗରେ ବ୍ୟାଟରଙ୍କ ନିକଟରେ ପହଞ୍ଚି ଯିବ। ପିଚ୍ ଉପରେ ପାଖା ପାଖି ୧୦ମିଲି ମିଟର ଉଚ୍ଚର ସବୁଜ ଘାସ ରହିଛି। ଯାହା ବଲ୍କୁ ସୁଇଂ କରାଇବାରେ ସହାୟକ ହେବ।
ଗତ ସେପ୍ଟେମ୍ବର ମାସରୁ କ୍ୟୁରେଟର ଏକ ଡ୍ରପ ଇନ୍ ପିଚ ପସ୍ତୁତ କରିବାରେ ଲାଗିଛନ୍ତି। ୱାକା ଗ୍ରାଉଣ୍ଡର ମାଟି ଓ ଘାସରେ ପିଚ୍ ନିର୍ମାଣ କରାଯିବା ପରେ ଗତ ମାସରେ ଅପ୍ଟସ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିଲା ।
ପୁରୁଣା ୱାକା ଗ୍ରାଉଣ୍ଡ ଓ ନୂଆ ଅପ୍ଟସ ବା ବୁର୍ସଉଡ୍ ଷ୍ଟାଡ଼ିୟମ୍ ମଧ୍ୟରେ ବେଶୀ ଦୂରତା ନାହିଁ । ସ୍ୱାନ ନଦୀର ଗୋଟିଏ ପଟେ ୱାକା ଓ ଅନ୍ୟ ପଟରେ ଅପ୍ଟସ ଷ୍ଟାଡ଼ିୟମ୍ ରହିଛି । ଅପ୍ଟସ ଷ୍ଟାଡ଼ିୟମରେ ୬୦,୦୦୦ ଦର୍ଶକ ବସି ଖେଳ ଦେଖିବାର ସୁବିଧା ରହିଛି ।
previous article: https://purvapaksa.com/sami-played-ranjee/