ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଗତକାଲି, ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୧୦୧ ରନ୍ର ବିଶାଳ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକାକୁ ଆଣ୍ଠୁଏ ଟାଣି ନେଇଥିଲା। ଦକ୍ଷିଣ ଆଫ୍ରିକା ସମ୍ପୂର୍ଣ୍ଣ ପରାସ୍ତ ହୋଇଥିଲା। ଏହି ଖେଳ ପାଇଁ ଟିମ୍ ଇଣ୍ଡିଆର ଯେତେ ପ୍ରଶଂସା କଲେ ବି ଯଥେଷ୍ଟ ହେବ ନାହିଁ।

ଦକ୍ଷିଣ ଆଫ୍ରିକା ଟସ୍ ଜିତିଲା
ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରାମ ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ୧୭୬ ରନ୍ର ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଟି-୨୦ରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର ଥିଲା। ଟି-୨୦ରେ ଦକ୍ଷିଣ ଆଫ୍ରିକାର ପାଞ୍ଚଟି ସର୍ବନିମ୍ନ ସ୍କୋର ଉପରେ ନଜର ପକାଇବା।
ଦକ୍ଷିଣ ଆଫ୍ରିକାର ଟି୨୦ଆଇରେ ୫ ସର୍ବନିମ୍ନ ସ୍କୋର
୧) ୭୪ ବନାମ ଭାରତ, କଟକ ୨୦୨୫- କଟକରେ ଭାରତ ବିପକ୍ଷରେ ଏକ ଟି୨୦ଆଇ ରେ ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନରେ ଅଲଆଉଟ ହୋଇଥିଲା। ଏହା ଟି୨୦ଆଇ ରେ ସେମାନଙ୍କର ସର୍ବନିମ୍ନ ସ୍କୋର ଥିଲା।
୨) ୮୭ ବନାମ ଭାରତ, ରାଜକୋଟ ୨୦୨୨- ଦକ୍ଷିଣ ଆଫ୍ରିକା ୨୦୨୨ରେ ଭାରତ ବିପକ୍ଷରେ ୧୬.୫ ଓଭରରେ ୮୭ ରନରେ ଅଲଆଉଟ ହୋଇଥିଲା ଏବଂ ମ୍ୟାଚ୍ ହାରିଥିଲା।
୩) ୮୯ ବନାମ ଅଷ୍ଟ୍ରେଲିଆ, ଜୋହାନ୍ସବର୍ଗ – ଦକ୍ଷିଣ ଆଫ୍ରିକା ୨୦୨୦ ରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୯ ରନରେ ଅଲଆଉଟ ହୋଇଥିଲା ଏବଂ ମ୍ୟାଚ୍ ହାରିଥିଲା।
୪) ୯୫ ବନାମ ଭାରତ, ଜୋହାନ୍ସବର୍ଗ – ଦକ୍ଷିଣ ଆଫ୍ରିକା ୨୦୨୩ ରେ ଭାରତ ବିପକ୍ଷରେ ୯୫ ରନରେ ଅଲଆଉଟ ହୋଇଥିଲା ଏବଂ ମ୍ୟାଚ୍ ହାରିଥିଲା।
୫) ୯୬ ବନାମ ଅଷ୍ଟ୍ରେଲିଆ, କେପ୍ ଟାଉନ୍ – ଦକ୍ଷିଣ ଆଫ୍ରିକା ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ୯୬ ରନରେ ଅଲଆଉଟ ହୋଇଥିଲା ଏବଂ ମ୍ୟାଚ୍ ହାରିଥିଲା।
AlsoRead; https://purvapaksa.com/akshaye-khanna-proves-again-why-he-is-the-dhurandhar-of-actors-in-bollywood/


