- SOPs for fly ash : ଓପିଜିସିଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷାର କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ। ସମୟରେ ଫ୍ଲାଏ ଆଶ୍କୁ ନେଇ ଏସଓପି (SOP) ଅଣାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ। ଫ୍ଲାଏ ଆଶ୍ ଦ୍ଵାରା ପୂରଣ ହେଉଥିବା ପୋଖରୀ ଏବଂ ସେହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ।
ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଓପିଜିସିଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଟେଡ଼ ହେଉଛି ଓଡ଼ିଶାର ବୃହତ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର। ରାଜ୍ୟର ମୋଟ୍ ବିଜୁଳି ଚାହିଦାର ୩୦ ପ୍ରତିଶତ ଓପିଜିସି ପୂରଣ କରେ। ଏକ ବିଶ୍ଵସ୍ତରୀୟ ସ୍ଵଚ୍ଛ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନ କରିବାରେ ଓପିଜିସି ପ୍ରତିଶ୍ରୁତିବଦ୍ଧ। ତାପଜ ବିଦ୍ୟୁତ୍ ଉତ୍ପାଦନ ପରେ ବାହାରୁଥିବା ବର୍ଜ୍ୟ ପରିଚାଳନା ଏବଂ ଖଣି ଖନନ ପରେ ସେହି ଖଣିକୁ ଉଡ଼ା ପାଉଁଶ (Fly Ash)ଦ୍ଵାରା ପୂରଣ କରି ଖାଲି ଖଣିକୁ ପୋତିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।
ଫ୍ଲାଏ ଆଶ୍କୁ ବ୍ୟବହାର କରି ଇଟା ତିଆରି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହି ଇଟାକୁ ପରବର୍ତ୍ତୀ ସମୟରେ ପିଏମ ଆବାସ ଯୋଜନାରେ ତିଆରି ଘରେ ବ୍ୟବହାର କରାଯାଇ ପାରିବ। ସେହିଭଳି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ପରାମର୍ଶ ଅନୁଯାୟୀ ବାହାରୁଥିବା ବର୍ଜ୍ୟକୁ କୃଷି କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ। ଓପିଜିସିର କାର୍ଯ୍ୟକରିବାରେ ଥିବା ପ୍ରତିବନ୍ଧକଗୁଡ଼ିକ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେସବୁ ଉପରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ପଦକ୍ଷେପ ନିଆଯିବ। ଆଗାମୀ ସମୟରେ ଫ୍ଲାଏ ଆଶ୍କୁ ନେଇ ଏସଓପି (SOP) ଅଣାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ। ଫ୍ଲାଏ ଆଶ୍ ଦ୍ଵାରା ପୂରଣ ହେଉଥିବା ପୋଖରୀ ଏବଂ ସେହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ।
ଏହି କ୍ରମରେ ଖଣି ଖନନ ପରେ ଖାଲି ଥିବା ଖଣିଗୁଡ଼ିକୁ ଚିହ୍ନଟ କରିବା ପରେ ଓପିଜିସିରୁ ବାହାରୁଥିବା ଉଡ଼ା ପାଉଁଶଦ୍ଵାରା ପୂରଣ କରିବା ଫଳରେ ବର୍ଜ୍ୟ ପରିଚାଳନା ମଧ୍ୟ ହୋଇପାରିବ ଏବଂ ପ୍ରଦୂଷଣ ମାତ୍ରା ହ୍ରାସ କରାଯାଇପାରିବ। ଉଡ଼ା ପାଉଁଶ ପୋଖରୀ (Ash Ponds) ନିମନ୍ତେ ଜାଗା ଯୋଗାଇ ଦେବାକୁ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରଥମେ ସେହି ଅଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରି ଜାଗା ଯୋଗାଇ ଦେବାକୁ ସୁରେଶ ପୂଜାରୀ ଝାରସୁଗୁଡା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଓପିଜିସି ପକ୍ଷରୁ ମଧ୍ୟ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ଵ ଦିଆଯାଉଛି।
ବୈଠକରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଝାରସୁଗୁଡ଼ା ଜିଲ୍ଲାପାଳ ଏବୋଲି ସୁନୀଲ ନରବଣେ, ଓପିଜିସିର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
