କୁହାଯାଏ “ପର ପାଇଁ ଗାତ ଖୋଳିଲେ ନିଜେ ସେଥିରେ ପଡ଼ନ୍ତି।” ଏହି ପୁରୁଣା ଲୋକକଥା ଏବେ ଓଡ଼ିଶାର ରାଜନୀତିରେ ଅଶ୍ଚର୍ଯ୍ୟଜନକ ଭାବରେ ସାର୍ଥକ ହୋଇଯାଇଛି। ବିଶେଷତଃ, ଯେପରି ବିଜେଡି ଏକ ସମୟରେ ଅନ୍ୟମାନଙ୍କୁ ଆଇନ ଓ ପ୍ରଶାସନିକ ଶକ୍ତିଦ୍ୱାରା ଦମନ କରୁଥିଲା, ଏବେ ସେହି ଖେଳ ଓଲଟା ହୋଇ ବିଜେଡି ନେତା ଓ ପାଣ୍ଡିଆନ୍ ଶିବିରର ଅନେକ ନେତା ଓ ଅଫିସରଙ୍କ ରାତି ନିଦ ହଜାଇ ଦେଇଛି। ଆଡଭୋକେଟ ପୀତବାସ ପଣ୍ଡା ହତ୍ୟାରେ ତଦନ୍ତ ଓ ପୁଲିସ ନିଯୁକ୍ତିରେ ବ୍ୟାପକ ଦୁର୍ନୀତିକୁ ଖୋଳତାଡ଼ କରିବା ପାଇଁ ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ଦେଖାଇଛନ୍ତି ଏବେ ତାହା ବିରୋଧୀ ବିଜେଡି ପାଇଁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। କେହି କେହି କହୁଛନ୍ତି ଏ ପ୍ରକାର ଆଭିମୁଖ୍ୟକୁ ଦେଖି ବିଜେଡିରେ କିଛି ନେତା ଓ ଅଧିକାରୀ ବଡ଼ ଭୟାତୁର ପରିସ୍ଥିତିରେ ଗତି କରୁଛନ୍ତି। କିଛି ତ ଓକିଲଙ୍କ ପରାମର୍ଶ ନେବା ଆରମ୍ଭ କଲେଣି। ଆଉ ଆଗୁଆ ଜାମିନ ପାଇଁ କଟକ ଓ ଭୁବନେଶ୍ୱରର କିଛି ଓକିଲଙ୍କ ସଙ୍ଗେ ରାତି ରାତି ଆଲୋଚନା କରୁଛନ୍ତି।
ଆଇନଶୃଙ୍ଖଳା ନେଇ ନବୀନ ୪ ଥର ଟ୍ୱିଟ୍ କରିଛନ୍ତି

ନବୀନ ପଟ୍ଟନାୟକ ଗତ କିଛିଦିନ ମଧ୍ୟରେ ୪ ଥର ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପନ୍ନ ହୋଇଛି। କିନ୍ତୁ ତାଙ୍କ ନେତା ହତ୍ୟା ଅଭିଯୋଗରେ ଗିରଫ ନବୀନ ଚୁପ। ପୂର୍ବରୁ ବିଭିନ୍ନ ମାମଲାରେ ବିଜେହି ନେତା ରାଜା ଚକ୍ର, ଦିଲୀପ ନାୟକ ଓ ଏବେ ବିକ୍ରମ ଗିରଫ ହୋଇଥିଲେ ମଧ୍ୟ ବିଜେଡି ସେମାନଙ୍କୁ ଦଳରୁ ବହିଷ୍କାର କରିନାହିଁ।

ସେହିପରି ବିଜେଡି ଯୁବ ଓ ଛାତ୍ର ନେତାମାନେ ପୁଲିସ୍ ଏସଆଇ ନିଯୁକ୍ତି କେଲଙ୍କାରୀର ସିବିଆଇ ତଦନ୍ତ ଦାବି କରିଥିଲେ। ଏବେ ସରକାର ତାହା ମାନି ନେଇଛନ୍ତି।

କିନ୍ତୁ ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ସେମତ ଶଙ୍କର ପୃଷ୍ଟି ଓ ପାଣ୍ଡିଆନ ମାର୍କା ରାଜ୍ୟ ପ୍ରଶାସନର ଅଫିସରମାନେ ଚିନ୍ତାରେ। କିପରି ସିବିଆଇ ଜାଲରୁ ମୁକ୍ତି ପାଇବେ ତାର ବାଟ ଖୋଜିବାରେ ଲାଗିଛନ୍ତି। କେହି କେହି ଆଗୁଆ ଜାମିନ ଆବେଦନ ପାଇଁ ଓକିଲଙ୍କ ସହିତ ଆଲୋଚନା ଆରମ୍ଭ କଲେଣି।
ତଦନ୍ତ ତୀକ୍ଷ୍ଣତାରେ ମୋହନ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ନୂତନ ରାଜ୍ୟ ସରକାର ଗଠିତ ହେବା ପରେ ସର୍ବପ୍ରଥମେ ଯେଉଁ ଦୁଇଟି ବିଷୟ ଉପରେ ତାଙ୍କ ଫୋକସ ଥିଲା, ସେଗୁଡ଼ିକ ହେଉଛି—
୧. ଆଡଭୋକେଟ ପୀତବାସ ପଣ୍ଡା ହତ୍ୟା ମାମଲା, ଏବଂ
୨. ପୁଲିସ ନିଯୁକ୍ତିରେ ଦୁର୍ନୀତି ଓ ପ୍ରଭାବ।
ଏହି ଦୁଇ ମାମଲା ମାଧ୍ୟମରେ ମୋହନ ସରକାର ସର୍ବସାଧାରଣଙ୍କ ମଧ୍ୟରେ ଏକ ସନ୍ଦେଶ ଦେବାକୁ ଚାହୁଁଛନ୍ତି- “ଅନ୍ୟାୟ, ଦୁର୍ନୀତି ଓ ଦଳୀୟ ଅହଂକାର ଅପରାଧରେ ଅନାୟାସ ଭାବେ ଚାଲିବା ସମୟ ସମାପ୍ତ।”
ପୀତବାସ ପଣ୍ଡା ହତ୍ୟା ମାମଲା ଦୀର୍ଘ ସମୟ ଧରି ଅନ୍ଧକାରରେ ଥିଲା। କିନ୍ତୁ ବିଜେପି ସରକାର ଏହାକୁ ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେବା ଦ୍ୱାରା ପୁରୁଣା ଦଳୀୟ ନେତାମାନେ ଓ କିଛି ପ୍ରଶାସନୀୟ ଅଧିକାରୀଙ୍କ ମଧ୍ୟରେ ଚାପ ସୃଷ୍ଟି ହୋଇଯାଇଛି।
ବିଜେଡିର ଭୟଭୀତ ଅବସ୍ଥା
ବିଜେଡିରେ ଏବେ ମନୋବୈଜ୍ଞାନିକ ସ୍ତରରେ ପାଇଥିବା ଆଘାତ ସ୍ପଷ୍ଟ ଭାବରେ ଦେଖାଯାଉଛି। ଗୋଟେ ସମୟରେ ଯେଉଁ ଅଧିକାରୀମାନେ ନିଜକୁ ଅସ୍ପୃଶ୍ୟ ଭାବିଥିଲେ, ଏବେ ସେମାନେ ଆପଣାକୁ ଆଇନ ଜାଲରେ ଫଶିଯିବା ଆଶଙ୍କାରେ ଭୟଭୀତ।
ଏହି ଭୟ ମାତ୍ର ରାଜନୀତିକ ନୁହେଁ-ଏହା ପ୍ରଶାସନିକ ମଣ୍ଡଳରେ ମଧ୍ୟ ଚାଲିଛି।
ଗତ ୨୦ ବର୍ଷରେ ବିଜେଡି ଶାସନରେ ଜନସେବାଠାରୁ ଅଧିକ “ପାଣ୍ଡିଆନ୍ ମାର୍କା ପ୍ରଶାସନ” ଚାଲିଥିଲା; ଯେଉଁଠାରେ ନିଷ୍ପତ୍ତି ନେବା ଅଧିକାରୀମାନେ ତୁଳନାତ୍ମକ ଭାବେ ଗୋଟେ ମାନବକୁ ଦେଖି ସେତେ ହିଁ କାମ କରୁଥିଲେ। ଏବେ ସେହି ମାର୍କା ନେତା ଓ ଅଫିସର ଦିନ ଭଲ ନାହିଁ।
ଓକିଲ ସହିତ ରାତିରେ ଆଲୋଚନା
ସୂତ୍ର ଅନୁଯାୟୀ, କଟକ ଓ ଭୁବନେଶ୍ୱରର କିଛି ଖ୍ୟାତିସାମ୍ପନ୍ନ ଓକିଲଙ୍କ ସହିତ ବିଜେଡି ଶିବିରର ଅନେକ ନେତା ଓ ଅଧିକାରୀ “ଆଗୁଆ ଜାମିନ” ବିଷୟରେ ଗୁପ୍ତ ଆଲୋଚନା ଆରମ୍ଭ କରିଛନ୍ତି। କେହି ରାତିରେ ଘର ଛାଡ଼ି ଗାଡ଼ିରେ ବାହାରି ସକାଳୁ ଫେରୁଥିବା ଦେଖିବାକୁ ମିଳୁଛି।
ସେମାନଙ୍କ ମୋବାଇଲ ଚାଲିଲେ ମଧ୍ୟ ରାତିରେ, ଅନେକ କଲ୍ “ସାଇଲେଣ୍ଟ” ମୋଡରେ ରହିଛି। ଏହି ସମସ୍ତ ଚାଲ ଯେଉଁ ବାର୍ତ୍ତା ଦେଉଛି ତାହା ହେଲା- ଭୟ ଭିତରେ ବିଜେଡି।
ପୀତବାସ ପଣ୍ଡା ମାମଲା ଓ ତାହାର ରାଜନୀତିକ ପ୍ରତିଧ୍ୱନି
/sambad-english/media/media_files/2025/10/22/pitabas-and-bikram-2025-10-22-11-46-59.jpeg)
ପୀତବାସ ପଣ୍ଡା ମାମଲା ମାତ୍ର ଏକ ହତ୍ୟା ମାମଲା ନୁହେଁ, ଏହା ଏକ ସିଷ୍ଟେମିକ ସିଣ୍ଡ୍ରୋମର ପ୍ରତୀକ; ଯେଉଁଠି ଶକ୍ତି ଦୁରୁପଯୋଗ କରି ଅଧିକାରୀମାନେ ଦେଶର ଆଇନ ଉପରେ ନିଜକୁ ସୁରକ୍ଷିତ ମଣୁଥିଲେ।
ନୂତନ ତଦନ୍ତ ଏବେ ସେହି ପରସ୍ତକୁ ଖୋଲିବାର। ଯେପରି ମୋହନ ସରକାର ଏହାକୁ ନିଷ୍ପକ୍ଷ ଭାବେ ତଦନ୍ତ ଆଗେଇ ନେଉଛନ୍ତି, ତାହା ବିଜେଡି ନେତୃତ୍ୱ ପାଇଁ ରାଜନୀତିକ ଭୟ ସୃଷ୍ଟି କରୁଛି।
ମୋହନଙ୍କ ରାଜନୀତିକ ଚାଲ- ଦୀପାବଳୀ ବାଣ

ଦୀପାବଳୀରେ ଯେପରି ଅନ୍ଧକାର ହଟି ଆଲୋକ ଫୁଟେ, ସେପରି ମୋହନଙ୍କ “ଦୀପାବଳୀ ବାଣ” ହୋଇଛି ଦୁର୍ନୀତି ଓ ପାଣ୍ଡିଆନ୍ ପ୍ରଭାବ ଉପରେ ଆଲୋକ ପାତ କରିବା।
ତାଙ୍କ ସରକାର ଆରମ୍ଭ ହେବା ପରେ ପୁଲିସ ବିଭାଗ, ଜିଲ୍ଲା ପ୍ରଶାସନ ଓ ନିଯୁକ୍ତି ବୋର୍ଡ୍ ମଧ୍ୟରେ ଥିବା ନେକ୍ସସର ଅନେକ ହିସାବ ଖୋଲାଯାଉଛି।
ଏହି ଚାଲର ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି—
୧. ଜନମତରେ ନୂତନ ସରକାରକୁ ଶକ୍ତିଶାଳୀ ଛବି ଦେବା।
୨. ବିଜେଡି ଶିବିରରେ ଦୂର୍ବଳତା ଓ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ାଇବା।
ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ ଏବଂ ନୂତନ ଦିଗ
![]()
ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପରାଜୟ ପରେ ବିଜେଡି ଦଳ ମନୋବଳ ହରାଇଛି। ନେତାମାନେ ଏବେ ଦଳର ଭବିଷ୍ୟତ ନେଇ ଦୁଇ ଶିବିରରେ ବିଭକ୍ତ —
• ଗୋଟିଏ ଶିବିର ଆଜିବି ଭି.କେ. ପାଣ୍ଡିଆନ୍ଙ୍କ ପ୍ରଭାବରେ ବିଶ୍ୱାସ କରୁଛି,
• ଅନ୍ୟ ଶିବିର ମନେକରୁଛି, “ପାଣ୍ଡିଆନ୍ ହେଲେ ଦଳ ପତନର ମୂଳ କାରଣ।”
ଏପରି ଅବସ୍ଥାରେ ମୋହନ ସରକାରଙ୍କ ତଦନ୍ତ ଓ ଅଭିଯୋଗ ରାଜନୀତିକ ଭାବେ ବିଜେଡିକୁ ଅଧିକ ଅସୁବିଧାରେ ପକାଇବାକୁ ଯାଉଛି।
ଜନମତରେ ରୂପାନ୍ତର
ଅନେକ ସାଧାରଣ ମତଦାତା, ଯେମାନେ ବର୍ଷ ପରେ ବର୍ଷ ବିଜେଡିକୁ ସମର୍ଥନ କରୁଥିଲେ, ଏବେ ମୋହନ ସରକାରଙ୍କ ତଦନ୍ତ ଉଦ୍ୟମକୁ ସ୍ୱାଗତ କରୁଛନ୍ତି।
ଗାଁ ଗାଁରେ ଲୋକମାନଙ୍କ କଥା—
“ଏମିତି ତଦନ୍ତ ହେଲେ ତ ଜଣେ ଜଣେ ପାଣ୍ଡିଆନ୍ ଯୁଗର ଅନ୍ୟାୟୀର କଳାକାରନାମା ପଦାକୁ ବାହାରି ଆସିବ।”
ଏହି ଜନମତ ଏବେ ମୋହନ ସରକାର ପାଇଁ ରାଜନୀତିକ ଅସ୍ତ୍ର ହୋଇଛି।
ପ୍ରଶାସନୀୟ ଚିନ୍ତା ଓ ନୂତନ ସଂସ୍କୃତି
ଯେପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ “ସିଧାସଳଖ ତଦନ୍ତ” ରାଜନୀତି ଅନୁସରଣ କରୁଛନ୍ତି, ଏଥିରେ ସରକାରରେ ଥିବା ଅନେକ ବରିଷ୍ଠ ପାଣ୍ଡିଆନ ମାର୍କା ଅଧିକାରୀ ନିଜ ଚାକିରି ସୁରକ୍ଷା ନେଇ ଦ୍ୱିଧାରେ ଅଛନ୍ତି।
ଗତ ସରକାର ସମୟରେ ଯେପରି “ପାଣ୍ଡିଆନ୍ଙ୍କ ଇସାରା” ହେଉଥିଲା ନିଷ୍ପତ୍ତିର ଆଧାର, ଏବେ ସେହି ପ୍ରଭାବ ସ୍ୱାଭାବିକ ଭାବେ ଶୂନ୍ୟ। ତେଣୁ ଅନେକ ଅଧିକାରୀ ନିଜ ଗତିବିଧି ବଦଳାଇବାରେ ଲାଗିଛନ୍ତି।
ମୋହନ ସରକାରଙ୍କ ପାଇଁ ଆଗାମୀ ଚ୍ୟାଲେଞ୍ଜ
ଯଦିଓ ଏହି ତଦନ୍ତ ଏବେ ଜନସମର୍ଥନ ପାଇଛି, ତଥାପି ଏହାକୁ ଦୀର୍ଘ ସମୟ ଧରି ନିଷ୍ପକ୍ଷ ଓ ପ୍ରଭାବଶାଳୀ ଭାବେ ଚାଲାଇବା ମୋହନଙ୍କ ପାଇଁ ଏକ ବଡ଼ ପରୀକ୍ଷା।
କାରଣ, ଯେତେବେଳେ ତଦନ୍ତର ଲକ୍ଷ୍ୟ ପୂର୍ବତନ ଶକ୍ତିଶାଳୀ ଲବିମାନେ, ସେତେବେଳେ ପ୍ରତିପକ୍ଷ ମଧ୍ୟ ଏହାକୁ “ରାଜନୀତିକ ପ୍ରତିଶୋଧ” ଭାବେ ଚିହ୍ନିତ କରି ଜନମାନସକୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରେ।
ଉପସଂହାର
ଏହି ଦୀପାବଳୀରେ ମୋହନ ସରକାର ଆଲୋକ ଜଳାଇଛି, କିନ୍ତୁ ବିଜେଡି ଶିବିର ଧୂଆଁରେ ଛାଇଛି। ପାଣ୍ଡିଆନ୍ ମାର୍କା ପ୍ରଶାସନ ଯାହାକି ସେ ସମୟରେ ସେମାନଙ୍କ ଗୌରବ ଭାବାଗତି ଥିଲା, ଏବେ ସେହି ମାର୍କା “ମାରା” ହୋଇ ପଡ଼ିଛି।
ଯେଉଁମାନେ ଆଇନକୁ ନିଜ ମୁଠିରେ ଧରି ରଖିଥିଲେ, ସେମାନେ ଏବେ ଆଇନର ମୁଠିରେ ଆସିଛନ୍ତି। ଦୀପ ଜଳାଇଥିଲେ ଶକ୍ତି ପାଇଁ, ଏବେ ସେହି ଆଲୋକ ହେଉଛି ଅନିଦ୍ରାର ଦୀପ।
Also readhttps://purvapaksa.com/failed-attempt-new-killers-rs-50-lakh-deal/
Failed attempt, new killers, Rs 50 lakh deal ।। ୫୦ ଲକ୍ଷ ଟଙ୍କାର ଡିଲ୍: ବ୍ରହ୍ମପୁର ଏସପି


