Sleeping In Light: ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଅନ୍ଧାରରେ ଶୋଇ ପାରନ୍ତି ନାହିଁ ।
ତାଙ୍କୁ ଅନ୍ଧାରରେ ଡର ଲାଗିଥାଏ। ସେଥିପାଇଁ ସେମାନେ ଶୋଇପାରନ୍ତି ନାହିଁ। ସେହିପରି ଏମିତି ଅନେକ ଲୋକଥିବେ ଯେଉଁମାନେ ଅନ୍ଧାରରେ ଶୋଇବାକୁ ପସନ୍ଦ କରନ୍ତି ବା ଲାଇଟ୍ ରେ ସେମାନେ ଶୋଇ ପାରୁନଥିବେ। ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ, ଲାଇଟ୍ ଲଗାଇ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇପାରେ ।

ଲାଇଟରେ ଶୋଇବା ଦ୍ୱାରା ରକ୍ତ ଶର୍କରାଓ ହୃଦସ୍ପନ୍ଦନ ବଢିଯାଇଥାଏ । ଏହା ଦ୍ୱାରା ଡାଇବେଟିସ୍ ଟାଇପ୍ ୨, ହୃଦଘାତ ଓ ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଗବେଷଣାର ତଥ୍ୟ ଅନୁଯାୟୀ, ଦିନରେ ହୃଦସ୍ପନ୍ଦନ ଅଧିକ ଥିବାବେଳେ, ରାତିରେ କମିଯାଏ ।
ରାତିରେ ନିଦ ଦ୍ୱାରା ଆମର ମସ୍ତିଷ୍କ ଶରୀରକୁ ସୁସ୍ଥ ରଖିବାରେ ପ୍ରକ୍ରିୟା ଆରମ୍ଭ କରେ । ତେଣୁ ଏହି ସମୟରେ ହୃଦସ୍ପନ୍ଦନ ଅଧିକ ହୋଇଥାଏ । ତେଣୁ ଦୃଦଘାତର ଆଶଙ୍କା ବଢିଯାଏ । ଆଲୋକରେ ଶୋଇଲେ ଭବିଷ୍ୟତରେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଏ । ତେଣୁ ଏ କ୍ଷେତ୍ରରେ ସତର୍କ ରହିବା ପାଇଁ ‘ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଫନବର୍ଗ ସ୍କୁଲ ଅଫ୍ ମେଡିସିନ’ ପକ୍ଷରୁ କିଛି ଚେତାବନୀ ମଧ୍ୟ ଦିଆଯାଇଛି ।
ଯଥା ଲାଇଟର ରଙ୍ଗ ପ୍ରତି ଧ୍ୟାନ ଦେବା ଉଚିତ । ନୀଳ , ଲାଲ୍, କମଳା ଏବଂ ଅତ୍ୟଧିକ ଆଲୋକ ଥିବା ଧଳା ରଙ୍ଗର ଲାଇଟ୍ ଆଖି ଉପରେ ଅଧିକ ପ୍ରଭାବ ପକାଇଥାେ । ଯଦି ଲାଇଟ୍ ନ ଲଗାଇଲେ ନିଦ ହେଉନାହିଁ, ତେବେ ଶୋଇବା ବେଳଏ ଆଇମାସ୍କ ବ୍ୟବହାର କରନ୍ତୁ ବେଂ ବେଡ୍ ଲାଇଟକୁ ଖଟ ପାଖରୁ ଦୂରରେ ରଖନ୍ତୁ ।
:max_bytes(150000):strip_icc()/GettyImages-1853755151-115c542fc6064553af4d3cbcd23199cc.jpg)
ALSO READ: https://purvapaksa.com/why-women-feel-more-cold/

