Sleep Well: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ତଥାପି, ଅଧିକାଂଶ ଲୋକଙ୍କର ଏହି ସମସ୍ୟା ଅଛି ଯେ ସେମାନେ ରାତିରେ ଭଲ ଶୋଇପାରୁ ନାହାଁନ୍ତି କିମ୍ବା ଶୋଇବାରେ ସେମାନଙ୍କର ଅସୁବିଧା ଥାଏ । କିନ୍ତୁ ନିଦ୍ରାର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।
ରାତିରେ ପର୍ଯ୍ୟାପ୍ତ ନିଦ ନହେବା ଆପଣଙ୍କ ହରମୋନ୍ ଏବଂ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ଓଜନ ବଢ଼େଇବାରେ ଏବଂ ଅନେକ ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ । ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାତିରେ ଅତି କମରେ ୭-୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଏ।
ପ୍ରାୟ ସମସ୍ତେ ଅନୁଭବ କରିଥିବେ ଯେତେବେଳେ ରାତିରେ ଠିକ୍ ଭାବରେ ଶୋଇ ନ ହୁଏ, ଥକାପଣ ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦିଏ। ଏହି ସମସ୍ୟା ମାଇଗ୍ରେନ୍ ଆଶଙ୍କାକୁ ମଧ୍ୟ ବଢାଇପାରେ। କେବଳ ଏତିକି ନୁହେଁ, ନିଦ୍ରାହୀନତାର ଶିକାର ହେବା ଦ୍ୱାରା ହାଇ ବିପି, ମେଦବହୁଳତା, ମଧୁମେହ, କୋଲେଷ୍ଟ୍ରଲ୍ ଏବଂ ହୃଦରୋଗ ଭଳି ଅନେକ ବିପଦର ଆଶଙ୍କା ଦେଖାଯାଏ।
ମୋବାଇଲ୍ ବ୍ୟବହାର ନ କରିବା:
ରାତିରେ ଶୋଇବା ପରେ ସ୍ମାର୍ଟଫୋନ୍, ଲାପ୍ଟପ୍ କିମ୍ବା ଆଇପ୍ୟାଡ୍ରେ କାମ କରିବା ଠାରୁ ଦୂରେଇ ରହିବା ଉଚିତ। ଆହୁରି ମଧ୍ୟ, ଶୋଇବା ପୂର୍ବରୁ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ମେସେଜ୍ କରିବା କିମ୍ବା ଗ୍ରୁପ୍ ଚାଟ୍ରେ ଅଂଶ ହେବାରେ ଭୁଲ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଶୀଘ୍ର ନିଦ ହେବ ନାହିଁ, ଯାହା ଆପଣଙ୍କ ଶୋଇବା ଚକ୍ର ଉପରେ ପ୍ରଭାବ ପକାଇପାରେ।
ଚା ଏବଂ କଫି ବ୍ୟବହାର ନ କରିବା:
ଅନେକ ଲୋକ ଶୋଇବା ପୂର୍ବରୁ ଚା’ କିମ୍ବା ଏବଂ କଫି ପିଇବାକୁ ପସନ୍ଦ କରନ୍ତି। ଯାହା ଭୁଲ ଅଭ୍ୟାସ ମଧ୍ୟରୁ ଗୋଟିଏ। ଚା’ ଏବଂ କଫିରେ କଫିନ୍ ଥାଏ, ଯାହା ଆପଣଙ୍କ ମସ୍ତିଷ୍କକୁ ଜାଗ୍ରତ କରିଥାଏ। ଏହି କାରଣରୁ ରାତ୍ରି ଭୋଜନ ପରେ ଚା, କଫି, ଚକୋଲେଟ୍, କୋଲା, ସୋଡା କିମ୍ବା ଏନର୍ଜି ପାନୀୟ ଗ୍ରହଣ ନ କରିବା ଉଚିତ।
ଗୃହପାଳିତ ପଶୁମାନଙ୍କ ସହ ନ ଶୋଇବା:
ଅନେକ ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କ ସହିତ ଶୋଇବାକୁ ଭଲ ପାଆନ୍ତି, ଯାହା ଏକ ଖରାପ ଅଭ୍ୟାସ। ଯଦି ଆପଣ ମଧ୍ୟ ଏହା କରନ୍ତି ତେବେ ଆପଣ ବନ୍ଦ କରିବା ଉଚିତ। ଗୃହପାଳିତ କୁକୁର କିମ୍ବା ବିଲେଇ ସହିତ ଶୋଇବା ଦ୍ୱାରା ନିଦ ଠିକ୍ରେ ହୁଏନି କାରଣ ପଶୁମାନେ ରାତିସାରା ବହୁତ ହଲଚଲ ହୁଅନ୍ତି।
ମଦ୍ୟପାନ ନ କରିବା:
ଅନେକ ଲୋକ ଶୋଇବା ପୂର୍ବରୁ ମଦ୍ୟପାନ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ମଦ୍ୟପାନ କରିବା ପରେ ଶୀଘ୍ର ନିଦ ହୋଇଯାଏ ସତ, କିନ୍ତୁ ଶୋଇବା ସମୟରେ ଅସ୍ଥିରତା ଏବଂ ବାରମ୍ବାର ଆଖି ଖୋଲିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡେ।
ALSO READ: