- ବର୍ଡର-ଗାଭାସ୍କର ଟ୍ରଫିରେ ହେଡ୍-ସିରାଜ ବାକ୍ ଯୁଦ୍ଧ
- ଆଇସିସିର ଅଜବ ଦଣ୍ଡ ବିଧାନ
- ସିରାଜ କହିଲେ: ହେଡ୍ ମିଛୁଆ
ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଲଢେଇ ସମ୍ପ୍ରତି କ୍ରିକେଟ ମଇଦାନରୁ ବାହାରି ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଛି। ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସ୍ଲେଜିଂ ଲାଗି ରହୁଥିବା ବେଳେ ଗ୍ରାଉଣ୍ଡ ବାହାରେ କ୍ରିକେଟ୍ ଭାଷ୍ୟକାରଙ୍କଠାରୁ ଆରମ୍ଭ କରି ସମୀକ୍ଷକଙ୍କ ପର୍ଯ୍ୟନ୍ତ ନିଜ ନିଜର ମନ୍ତବ୍ୟ ଦେବା ଓ ଖେଳାଳିଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଟ୍ରେଭିସ୍ ହେଡ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ହୋଇଥିବା ବାକ୍ ଯୁଦ୍ଧ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଦ୍ୱିତୀୟ ଦିବସ ଷ୍ଟମ୍ପ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ହେଡ୍ ଏହିଘଟଣାର ଆଲୋକପାତ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ଆସିସି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଉଭୟ ଖେଳାଳିଙ୍କୁ ଦଣ୍ଡିତ କରିଛି । ମାତ୍ର ସିରାଜଙ୍କୁ ଅଧିକ ଦଣ୍ଡ ମିଳିଛି । ଉଭୟଙ୍କୁ ମ୍ୟାଚ ରେଫରୀ ତାଗିଦ କରିବା ସହ ଗୋଟିଏ ଲେଖାଏଁ ଶୃଙ୍ଖଳା ଗତ ପଏଣ୍ଟ କାଟ କରିଛନ୍ତି । ଏହା ବାଦ ସିରାଜ ମ୍ୟାଚ୍ ପାଉଣାରୁ ୨୦% କାଟ୍ କରାଯାଇଛି । କିନ୍ତୁ ହେହ ଜରିମାନାରୁ ବର୍ତ୍ତି ଯାଇଛନ୍ତି।
ତଥାପି ବିବାଦ ଥମି ନାହିଁ । ହେଡ୍ ସାମ୍ବାଦିକ ସମ୍ମିଳନୀରେ ମିଛ କହିଥିବା ସିରାଜ ମନ୍ତବ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟରେ ହେଡ ବିସ୍ଫୋରକ ବ୍ୟାଟିଂ କରି ଭାରତ ନିୟନ୍ତ୍ରଣରୁ ମ୍ୟାଚ ଛଡ଼ାଇ ନେଇଥିଲେ । ୧୪୦ଟି ବଲରେ ହେଡ୍ ୧୪୦ ରନ ସଂଗ୍ରହ କରିସାରିଥିଲେ । ଏହି ସମୟରେ ସିରାଜଙ୍କ ଏକ ୟର୍କର ବଲକୁ ବୁଝି ନପାରି ହେଡ୍ କ୍ଲିନ ବୋଲ୍ଡ ହୋଇଥିଲେ । ଦୀର୍ଘ ସମୟ ଧରି ହେଡଙ୍କ ବ୍ୟାଟ୍ରୁ ପ୍ରହାର ସହିଥିବା ସିରାଜ ହାତ ଦେଖାଇ ତାଙ୍କୁ ପାଭିଲୟନକୁ ଫେରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଡ୍ ମଧ୍ୟ ତାଙ୍କୁ କିଛି ଜବାବ ଦେଇଥିଲେ । ଉଭୟଙ୍କ ଏଭଳି ବାକ୍ୟ ବିନିମୟ ଦର୍ଶକଙ୍କ ଉତ୍ତେଜନା ବଢାଇ ଦେଇଥିଲା । ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ପରେ ହେଡ୍ ଉକ୍ତ ଘଟଣା ବିଷୟରେ ଜଣାଇଥିଲେ। ସେକହିଥିଲେ, ‘ସିରାଜଙ୍କ ବଲରେ ବୋଲ୍ଡ ହେବା ପରେ ମୁଁ ତାଙ୍କୁ ପ୍ରଶଂସା କରି ୱେଲ ବୋଲ୍ଡ (ଖୁବ ସୁନ୍ଦର ବୋଲିଂ) ବୋଲି କହିଥିଲି । ହେଲେ ସେ ମୋ କଥାକୁ ଭିନ୍ନ ଅର୍ଥରେ ଗ୍ରହଣ କରିଥିଲେ । ଫଳ ସ୍ୱରୂପ ସେ ମୋତେ ପାଭିଲିୟନ ରାସ୍ତା ଦେଖାଇଥିଲେ ।’
ଏହାର ଜବାବ ରଖି ସିରାଜ କହିଛନ୍ତି, ହେଡ ମୋତେ ପ୍ରଥମେ କଟୁ କଥା କହିଥିଲେ । ପୂର୍ବ ବଲରେ ଛକା ଖାଇଥିଲି । ତେଣୁ ହେଡଙ୍କୁ ଆଉଟ କରିବା ପରେ ମୁଁ ଉତ୍ସୁକତାର ସହ ସେଲିବ୍ରେସନ କରିଥିଲି। ସେ କିନ୍ତୁ ମୋ ସେଲିବ୍ରେସନକୁ ସହ୍ୟ କରିପାରି ନଥିଲେ । ତେଣୁ ମୁଁ ପ୍ରତ୍ୟୁତ୍ତର ଦେବାକୁ ଯାଇ ତାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲି ।
previous article:https://purvapaksa.com/wtc-finalaustralia-india-and-sri-lanka-are-also-still-in-the-race-with-10-tests-left-in-this-cycle/