ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଭାରତର ନାରୀ ଶକ୍ତିର ପ୍ରତୀକ ମଧ୍ୟ ହୋଇଛି। ସିନ୍ଦୂର ଲିଭାଇଥିଲ,ଅପରେସନ ସିନ୍ଦୂର ଦ୍ୱାରା ପ୍ରତିଶୋଧ ନେଲୁ। ଅପରେସନ ସିନ୍ଦୁରର ନାମକରଣ ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ରହିଛି। ଆଉ ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ମହିଳା ସେନାଅଧିକାରୀଙ୍କୁ ସାମ୍ନାକୁ ଆଣି ଭାରତ ,ପାକିସ୍ତାନକୁ ଦେଇଥିବା ସନ୍ଦେଶରେ ଅଛି ପ୍ରତୀକବାଦ ଓ ନାରୀ ଶକ୍ତିର ସଂକଳ୍ପ।
ଏହି ଅପରେସନ ପହଲଗାମ ଆକ୍ରମଣରେ ସ୍ଵାମୀଙ୍କୁ ହରାଇଥିବା ମହିଳାମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୋଇଥିବା ବେଳେ, ଭାରତ ସରକାର ଏକ ପ୍ରେସ ବ୍ରିଫିଂରେ ଦୁଇ ଜଣ ମହିଳା ସେନା ଅଧିକାରୀଙ୍କୁ ସାମ୍ନାକୁ ଆଣି ପାକିସ୍ତାନକୁ ଏକ ଅଭୂତପୂର୍ବ ସନ୍ଦେଶ ଦେଇଛି। ଜଣେ ହିନ୍ଦୁ ଓ ଜଣେ ମୁସଲିମ ମହିଳା ଅଧିକାରୀଙ୍କୁ ଏକାଠି ଉପସ୍ଥାପନ କରି ଭାରତ କେବଳ ତାର ସାମରିକ ଶକ୍ତି ନୁହେଁ, ବରଂ ଏକତା ଓ ବିବିଧତାର ଶକ୍ତିକୁ ମଧ୍ୟ ପ୍ରଦର୍ଶନ କରିଛି।
ଏହା ପାକିସ୍ତାନକୁ ସଂକେତ ଦେଇଛି ଯେ ଭାରତର ନାରୀ ଶକ୍ତି ଆତଙ୍କବାଦର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଏହା କୌଣସି ଅବସ୍ଥାରେ ପଛକୁ ହଟିବ ନାହିଁ। ଏହି ପଦକ୍ଷେପ ଜରିଆରେ ଭାରତ ପାକିସ୍ତାନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛି ଯେ ଭାରତୀୟ ମହିଳାମାନେ କେବଳ ସିନ୍ଦୂର ଲଗାଇ ନୁହେଁ, ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ମଧ୍ୟ ସକ୍ଷମ।
ମୋଦିଙ୍କ ରଣନୀତିରେ ପ୍ରତୀକର ଭୂମିକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଏବଂ ସାମରିକ ରଣନୀତିରେ ପ୍ରତୀକାତ୍ମକତା ସର୍ବଦା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଅପରେସନ ସିନ୍ଦୂର ଏବଂ ଏହାର ସାମ୍ବାଦିକ ସମ୍ମିଳନୀରେ ମହିଳା ସେନା ଅଧିକାରୀଙ୍କୁ ଉପସ୍ଥାପନ କରିବା ମୋଦି ସରକାରର ଏକ ପ୍ରତୀକାତ୍ମକ ପଦକ୍ଷେପ ଅଟେ, ଯାହା କେବଳ ସାମରିକ ଶକ୍ତି ନୁହେଁ, ବରଂ ସାମାଜିକ ଏବଂ ସାଂସ୍କୃତିକ ସନ୍ଦେଶ ମଧ୍ୟ ପ୍ରଦାନ କରୁଛି। ମୋଦୀଙ୍କ ରଣନୀତିରେ ପ୍ରତୀକ ସର୍ବଦା ଜାତୀୟତା, ଏକତା ଏବଂ ଶକ୍ତିର ପ୍ରକାଶ ହୋଇଥାଏ।
ଉଦାହରଣ ସ୍ଵରୂପ, ସର୍ଜିକାଲ ଷ୍ଟ୍ରାଇକ ଏବଂ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ମୋଦି ସରକାର ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ନୀତିକୁ ପ୍ରତୀକାତ୍ମକଭାବେ ଉପସ୍ଥାପନ କରିଥିଲେ। ଅପରେସନ ସିନ୍ଦୂରରେ ମହିଳା ଅଧିକାରୀଙ୍କୁ ସାମିଲ କରି ମୋଦି ସରକାର ଏକ ଦୁଇମୁଖୀ ସନ୍ଦେଶ ଦେଇଛି– ଏକଦିଗରେ ଏହା ନାରୀ ଶକ୍ତି ଏବଂ ସମାନତାର ପ୍ରତୀକ ହୋଇଥିବା ବେଳେ, ଅନ୍ୟପକ୍ଷରେ ଏହା ପାକିସ୍ତାନକୁ ଭାରତର ଅଟଳ ସଂକଳ୍ପ ଏବଂ ସାମର୍ଥ୍ୟର ପ୍ରମାଣ ଦେଇଛି।
ଏହା ସହିତ, ମୋଦିଙ୍କ ଏହି ପଦକ୍ଷେପ ଆନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ଏକ ସଶକ୍ତ, ସମାନତାପୂର୍ଣ୍ଣ ଏବଂ ଆତଙ୍କବାଦ ବିରୋଧୀ ଦେଶ ଭାବେ ଉପସ୍ଥାପନ କରିଛି, ଯାହା ତାଙ୍କ ରଣନୀତିର ଏକ ଅବିଚ୍ଛେଦ୍ୟ ଅଂଶ ଅଟେ।
Also readhttps://purvapaksa.com/operation-sindoor-in-odisha-too/