SNP : ନିମ୍ନମାନର ଛତୁଆ ପାଇଁ ୧୨୫ଟି ଗୋଷ୍ଠୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାବ୍ୟତୀତ ସୋନପୁରରେ ସିଡିପିଓଙ୍କ ଦରମା ସହ ୪୨ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ୧୫ ଜଣ ମହିଳା ସୁପରଭାଇଜର, କୋରାପୁଟରେ ୧୧ ଜଣ ଓ ଗଜପତିରେ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ୍ (ଏସ୍ଏନ୍ପି) ଅଧୀନରେ ନିମ୍ନମାନର ଛତୁଆ ପ୍ରଦାନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଗୃହରେ ବିଜଦ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏସଏନପି ଅଧୀନରେ ନିମ୍ନମାନର ଛତୁଆ ଉତ୍ପାଦନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ୧୨୫ଟି ଗୋଷ୍ଠୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାବ୍ୟତୀତ ସୋନପୁରରେ ସିଡିପିଓଙ୍କ ଦରମା ସହ ୪୨ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ୧୫ ଜଣ ମହିଳା ସୁପରଭାଇଜର, କୋରାପୁଟରେ ୧୧ ଜଣ ଓ ଗଜପତିରେ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ସେହିପରି ବାଲେଶ୍ୱର, ବରଗଡ଼ ଓ ସୋନପୁରଜିଲ୍ଲାରୁ ଜଣେ ଲେଖାଏଁ ଓ ଝାରସୁଗୁଡ଼ାରୁ ୨ଜଣ ଲେଖାଏଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ାଜିଲ୍ଲାର ୧୦ଟି ଓ କଟକ ଜିଲ୍ଲାର ୪ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜରିମାନା ଆଦାୟ କରାଯାଇଛି। ରାୟଗଡ଼ା ଜିଲ୍ଲାର ୧୪ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୋରାପୁଟର ୧୧ ଗୋଷ୍ଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
Also readhttps://purvapaksa.com/the-state-government-is-renting-out-16-36-crore-anganwadi-houses/
