ଅର୍ଥମନ୍ତ୍ରୀଙ୍କ ବଜେଟକୁ ସେୟାର ବଜାର ପ୍ରତ୍ୟାଖାନ କରିଛି । ବଜେଟ ପୂର୍ବରୁ ସେୟାର ବଜାରରେ କିଛିଟା ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ବଜେଟ୍ ଭାଷଣ ସହିତ ସେୟାର ବଜାରରେ ବିକ୍ରି ବଢିଥିଲା । ଯାହାର ପ୍ରଭାବରେ ନିଫ୍ଟି ଓ ସେନସେକ୍ସ ସୂଚକାଙ୍କ ତଳମୁହାଁ ହୋଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ସୂଚକାଙ୍କ ୯୮ ପଏଣ୍ଟ ହ୍ରାସ ପାଇ ୨୩୪୦୯ରେ ଥିବା ବେଳେ ସେନସେକ୍ସରେ ୨୩୮.୩୮ ପଏଣ୍ଟ ହ୍ରାସ ହୋଇ ୭୭୨୬୨.୧୯ ଥିଲା ।
ବଜେଟରେ ରାଷ୍ଟ୍ରାୟତ ଉଦ୍ୟୋଗଙ୍କ ପାଇଁ କୌଣସି ବୁଷ୍ଟର ଡୋଜ୍ ନଥିବାରୁ ପିଏସୟୁ ସେୟାର ମଧ୍ୟ ନିମ୍ନଗାମୀ ହୋଇଛନ୍ତି । ଇରେଡା,ଆଇଆରଏଫସି ଭଳି ସେୟାର ମୂଲ୍ୟରେ ୨ରୁ ୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ମୋଟାମୋଟି ଭାବେ ନିର୍ମଳାଙ୍କ ବଜେଟକୁ ନେଇ ସେୟାର ବଜାରରେ ଉତ୍ସାହ ନାହିଁ ।
Trending
- Air India, AI Express Retire Flight Number ‘171’।। ଅହମ୍ମଦାବାଦ ଭୟଙ୍କର ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ବନ୍ଦ କରିବ ବିମାନ ନମ୍ବର AI 171
- NEET (UG) 2025 Results Declared, Snehasis Das Becomes Odisha Topper ।। ପ୍ରକାଶ ପାଇଲା ନିଟ୍-ୟୁଜି ୨୦୨୫ ପରୀକ୍ଷା ଫଳ, ଓଡ଼ିଶାର ସ୍ନେହାସିସ କଲେ କାମାଲ
- Drink this water at home and you will lose weight ।। ଘରେ ବସି ଏହି ପାଣି ପିଅନ୍ତୁ ହେବ ଓଜନ ହ୍ରାସ
- PM Modi to hold roadshow in Bhubaneswar on June 20 ।। ୨୦ ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ଶୋ’
- Cholera a major health crisis for Odisha, no feast in functions।। ରାଜ୍ୟ ପାଇଁ ହଇଜା ବଡ ସ୍ୱାସ୍ଥ୍ୟ ସଙ୍କଟ, ବନ୍ଦ ହେଲା ଛୁଟି ଆଉ ଭୋଜିଭାତ
- Minister busy with celebrations; patient dying ।। ଅଏସରେ ମନ୍ତ୍ରୀ; ମରୁଛନ୍ତି ରୋଗୀ
- Aadhaar now mandatory for all key government services in Odisha ।। ଓଡ଼ିଶାର ସମସ୍ତ ପ୍ରମୁଖ ସରକାରୀ ସେବା ପାଇଁ ଆଧାର ଏବେ ବାଧ୍ୟତାମୂଳକ
- BJP infected by Congress disease ।। ବିଜେପିକୁ କଂଗ୍ରେସ ରୋଗ