Share Market: ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲିଂ ପୁସ୍ତକ ରିଚ୍ ଡାଡ୍ ପୁଅର୍ ଡାଡ୍ର ଲେଖକ ବଜାର ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ଆମେରିକୀୟ ବ୍ୟବସାୟୀ ତଥା ବେଷ୍ଟସେଲିଂ ଲେଖକ ରବର୍ଟ କିୟୋସାକି କହିଛନ୍ତି ଯେ ଚଳିତ ମାସ, ଫେବୃଆରୀରେ ଷ୍ଟକ୍ ବଜାର ଇତିହାସରେ ସବୁଠାରୁ ଅଧିକ ହ୍ରାସ ଘଟିପାରେ।
ବଜେଟ୍ ପରେ ସେୟାର ବଜାର ଉଡ଼ାଣ ଭରିବ। ଗ୍ରାଫ୍ ଉପରକୁ ଆସିବ। ଏହି ଆଶାରେ ଭାରତୀୟ ନିବେଶକ ନିବେଶ ଜାରି ରଖିଥିଲେ। ବିଶେଷକରି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରେ ଅଧିକରୁ ଅଧିକ ନିବେଶ ହୋଇଥିଲା। ରେଲୱେ, ପ୍ରତିରକ୍ଷା ସେକ୍ଟରର ଅଗ୍ରଣୀ ସେୟାରରେ ନିବେଶକ ବଢ଼ିଚଢ଼ି ନିବେଶ କରିଥିଲେ। କିନ୍ତୁ ମାଡାମ ସୀତାରମଣଙ୍କ ବଜେଟ୍ ସେମାନଙ୍କ ଆଶା ଉପରେ ପାଣି ପକାଇ ଦେଇଥିଲା। ଶନିବାର ସୀତାରମଣଙ୍କ ବଜେଟ୍ ଉପସ୍ଥାପନ ସହିତ ସେୟାର ବଜାର ତଳମୁହାଁ ହୋଇଥିଲା ସୋମବାର ମଧ୍ୟ ବଜାର ସେହି ଆଘାତରୁ ଉବୁରି ପାରିନାହିଁ। ସୋମବାର ମଧ୍ୟାହ୍ନବେଳକୁ ମଧ୍ୟ ବଜାର ତଳେ ଥିଲା। ନିଫ୍ଟି ସୂଚକାଙ୍କ୨୧୨ ପଏଣ୍ଟ ହ୍ରାସ ହୋଇ ସୂଚକାଙ୍କ ୨୩ ହଜାର ୨୬୯ ରହିଥିଲା।
ଏହାରି ଭିତରେ ସେୟାର ବଜାରକୁ ନେଇ ଏମିତି ଗୋଟିଏ ଭବିଷ୍ୟତବାଣୀ ଆସିଛି, ଯାହା ନିବେଶକଙ୍କ ଆତ୍ମାକୁ ଦୋହଲାଇ ଦେବ। ଚଳିତ ମାସରେ ବିଶ୍ୱର ସବୁ ସେୟାର ବଜାରରେ ହାହାକାରୀ କ୍ରାସ ଦେଖିବାକୁ ମିଳିବ ବୋଲି ଭବିଷ୍ୟତବାଣୀ କରିଛନ୍ତି ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲର ପୁସ୍ତକ ‘ରିଚ୍ ଡ୍ୟାଡ୍ ପୁଅର ଡ୍ୟାଡ୍’ର ଲେଖକ ରବର୍ଟ କିୟୋସାକି।
ଆପଣ ନିବେଶକ କି ? ତେବେ ହୁଅନ୍ତୁ ସତର୍କ
ଯଦି ଆପଣ ସେୟାର ମାର୍କେଟରେ ଟଙ୍କା ନିବେଶ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଉପଯୋଗୀ। ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲର ପୁସ୍ତକ ‘ରିଚ୍ ଡ୍ୟାଡ୍ ପୁଅର ଡ୍ୟାଡ୍’ର ଲେଖକ ବଜାରକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆମେରିକୀୟ ବ୍ୟବସାୟୀ ତଥା ବେଷ୍ଟସେଲର ଲେଖକ ରବର୍ଟ କିୟୋସାକି କହିଛନ୍ତି ଯେ, ଏହି ମାସ ଅର୍ଥାତ୍ ଫେବୃଆରୀରେ ଷ୍ଟକ୍ ମାର୍କେଟ ଇତିହାସରେ ସବୁଠାରୁ ବଡ଼ ହ୍ରାସ ଘଟିବ।
କିଓସାକୀ କ’ଣ କହିଲେ?
କିୟୋସାକି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ଯେ, ୨୦୨୧୩ ରେ ମୁଁ ଚେତାବନୀ ଦେଇଥିଲି ଯେ ସେୟାର ବଜାରରେ ସବୁଠାରୁ ବଡ଼ ଧରଣର ଆତଙ୍କ ଦେଖିବା ପାଇଁ ମିଳିବ। ଏବଂ ସେହି ଆତଙ୍କ ଚଳିତ ମାସ ଫେବୃଆରୀରେ ଘଟିବ ବୋଲି କିୟୋସାକି କହିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ଏଥିରେ ଖୁସି ଖବର ହେଉଛି ଯେ, ଏହି କ୍ରାସ ଯୋଗୁଁ ସବୁକିଛି ଶସ୍ତା ହୋଇଯିବ। କାର ଏବଂ ଘରଗୁଡ଼ିକ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ। ସେ ତାଙ୍କ ପୁସ୍ତକରେ କହିଛନ୍ତି ଯେ, ଲୋକମାନେ କ୍ରିପ୍ଟୋ, ସୁନା ଓ ରୁପା ବିନିଯୋଗ କରିବା ଉଚିତ। କିୟୋସାକୀଙ୍କ ଅନୁସାରେ ବଜାର କ୍ରାସ ହେବା ପରେ ଭଲ ଭ୍ୟାଲୁଏସନର ସେୟାର ଶସ୍ତାରେ ମିଳିବ କିନ୍ତୁ ପ୍ରଶ୍ନ ହେଲା ଆପଣଙ୍କ ପାଖରେ କେତେ କ୍ୟାସ ରହିଛି? ଆପଣ କେତେ କ୍ୟାସ ଉପରେ ବସିଛନ୍ତି? ଯଦି ଆପଣଙ୍କ ପାଖରେ ନିବେଶ ପାଇଁ କ୍ୟାସ୍ ରହିଛି ତେବେ ଏହା ହେବ ଆପଣଙ୍କ ପାଇଁ ନିବେଶର ସୁବର୍ଣ୍ଣ ସୁଯୋଗ।
ଭାରତୀୟ ସେୟାର ବଜାରର ହାଲ୍
ବଜେଟ୍ ପରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି। ସୋମବାର ସକାଳୁ ଡାଉନରୁ ଆରମ୍ଭ ହୋଇଛି। ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି। ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି। ସେନ୍ସେକ୍ସ ୭୦୦ ଅଙ୍କ ହ୍ରାସ ହୋଇ ୭୬, ୮୨୭.୯୫ରେ ପହଞ୍ଚି ଥିବାବେଳେ ନିଫ୍ଟି ୨୦୭.୯୦ ଅଙ୍କର ହ୍ରାସ୍ ହୋଇ ୨୩,୨୭୪.୨୫ ଅଙ୍କରେ ପହଞ୍ଚିଛି । ତେବେ ସୋମବାର ସେୟାର ବଜାର ଖୋଲୁ ଖୋଲୁ ମାର୍କେଟ ଦ୍ରୁତ ଗତିରେ ହ୍ରାସ ହେବା ଆରମ୍ଭ ହୋଇଥିଲା। ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ମଧ୍ୟ ଏବେ ହ୍ରାସ ଘଟିଛି। ଏପରିକି ପ୍ରମୁଖ କମ୍ପାନୀମାନଙ୍କର ସେୟାରରେ ମଧ୍ୟ ହ୍ରାସ ଘଟିଛି।
Also readhttps://purvapaksa.com/cyber-fraud-hdfc-bank-customers-suffer-the-most/
