Shani Dev: ଶନି ଦେବଙ୍କର ରାଶି ପରିବର୍ତ୍ତନ ହୋଇଛି। ପ୍ରାୟ ଦେଢ଼ ମାସ ନିଜ ରାଶି କୁମ୍ଭରେ ରହିବା ପରେ ୨୯ ମାର୍ଚ୍ଚ ୨୦୨୫ରେ ଶନି କୁମ୍ଭରୁ ମୀନ ରାଶିକୁ ପ୍ରବେଶ କରିଛନ୍ତି। ଏହି ଗୋଚର ବେଶ ଗୁରୁତ୍ତ୍ୱପୂର୍ଣ୍ଣ କାରଣ ଏହା ସହିତ ବହୁତ ରାଶିରେ ସାଢେସାତୀ ଓ ଶନିଙ୍କର ଦଶା ଆରମ୍ଭ କିମ୍ବା ସମାପ୍ତ ହୋଇଛି।
ଭାରତୀୟ ଶାସ୍ତ୍ରମାନଙ୍କର ଅନୁସାରେ, ଶନି କେବେ ବି ଅନ୍ୟାୟ କରନ୍ତି ନାହିଁ, ସେ କେବଳ କର୍ମର ଫଳ ଦେଇଥାନ୍ତି। ଯେତେବେଳେ ଶନି ଦେବଙ୍କର ପଥ ବଦଳିଥାଏ ସେତେବେଳେ ମଣିଷର ଜୀବନ ମଧ୍ୟ ପଳଟି ଯାଏ। ଶନି ପ୍ରାୟ ୩୦ ମାସ କୁମ୍ଭ ରାଶିରେ ରହିବା ପରେ ବର୍ତ୍ତମାନ ମୀନ ରାଶିକୁ ପ୍ରବେଶ କରିଛନ୍ତି। ଶନିଙ୍କର ଏହି ଗୋଚର ଆଗାମୀ ୨.୫ ବର୍ଷ ଧରି ରହିବ ଏବଂ ୨୦୨୭ ପର୍ଯ୍ୟନ୍ତ ପ୍ରଭାବ ସୃଷ୍ଟି କରିବ।
ଏହି ରାଶି ଉପରେ ରହିଛି ଶନିଦଶା:
କୁମ୍ଭ ରାଶି- ଅନ୍ତିମ ଚରଣ
ମୀନ ରାଶି-ଦ୍ୱିତୀୟ ଚରଣ
ମେଷ ରାଶି-ପ୍ରଥମ ଚରଣ
ଯେତେବେଳେ ଭଗବାନ ରାମଙ୍କର ଜୀବନରେ ବନବାସର ସମୟ ଆସିଲା, ସେତେବେଳେ ତାଙ୍କର କୁଣ୍ଡଳୀରେ ଶନିର ଦଶାରେ ଭାରୀ ଗ୍ରହ ଯୋଗ ତିଆରି ହେଉଥିଲା। ଏହା ତାଙ୍କର ଜୀବନର ପରୀକ୍ଷାର ସମୟ ଥିଲା, କାରଣ ସେ ମର୍ୟାଦା ପୁରୁଷୋତ୍ତମ ଥିଲେ, ସେମାନେ ପ୍ରତିଟି ଚାଲେଞ୍ଜ ଅତିକ୍ରମ କରି ଉଚ୍ଚତମ ସ୍ଥାନ ପ୍ରାପ୍ତ କରିବାକୁ ଥିଲେ।
କେମିତି ଜାଣିବେ ଯେ ଶନି ଆପଣଙ୍କୁ କର୍ମର ଫଳ ଦେଉଛି?
ହଠାତ୍ ଆୟରେ ବ୍ରେକ ଲାଗିବ
ମାନସିକ ଅଶାନ୍ତି ଓ ଏକାକୀପଣ
ସମ୍ପର୍କରେ ଚିନ୍ତା ଏବଂ ଧୋକା
ନ୍ୟାୟର ସନ୍ଧାନ ଏବଂ ବିଳମ୍ବ
ଶନିର ପ୍ରଭାବକୁ ଶାନ୍ତ କରିବାର ଉପାୟ :
ଶନିବାର ଦିନ ପୀପଲ ଗଛ ପାଖରେ ସୋରିଷ ତେଲର ଦୀପ ଜାଳନ୍ତୁ
‘ଓଁ ଶଂ ଶନିଶ୍ଚରାୟ ନମ:’ ମନ୍ତ୍ର କୁ ୧୦୮ ଥର ଜାପ କରନ୍ତୁ
କଳା ତିଲ ଦାନ କରନ୍ତୁ
କର୍ମରେ ସଚେତନା ଆଣନ୍ତୁ, ଏହା ସବୁଠାରୁ ବଡ଼ ଉପାୟ
ଆପଣଙ୍କର କୁଣ୍ଡଳୀରେ ଶନି ସକ୍ରିୟ ଅଛି କି?
ଯଦି ଆପଣଙ୍କର କୁଣ୍ଡଳୀରେ ଶନି ମାହାରାଜ ୬,୮ କିମ୍ବା ୧୨ ଘରେ ଅଛନ୍ତି। ରାହୁ କିମ୍ବା ମଙ୍ଗଳ ସହିତ ଯୁକ୍ତ କିମ୍ବା ଶନି ଦୁର୍ବଳ ରାଶି (ମେଷ ରାଶି)ରେ ଅଛନ୍ତି ତେବେ ଏହି ସମୟରେ ଗୁରୁତ୍ୱ ପୂର୍ବକ ସାବଧାନ ହେବା ଆବଶ୍ୟକ। ଶନି କହନ୍ତି କି ବାସ୍ତବେ କାହାକୁ ଦୁଃଖ ଦିଅନ୍ତୁ ନାହିଁ, ଦୀନ, ହୀନଙ୍କୁ ଯେତେ ସମ୍ଭବ ସାହାୟ୍ୟ କରନ୍ତୁ। କାରଣ ଶନି ସବୁବେଳେ ସେମାନଙ୍କର ସାହାଯ୍ୟ କରିଥାନ୍ତି । ସେଥିପାଇଁ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ କେବେ ବି ଦୁଃଖ ଦିଅନ୍ତୁ ନାହିଁ ।